କ୍ରଶର ମାଲିକଙ୍କୁ ଲାଞ୍ଚ ମାଗୁଥିବା ଅଡିଓ ଭାଇରାଲ ଜିଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ


ପାଲଲହଡା, ୬।୯(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ବ୍ଲକରେ ଏକ ଅଡିଓ କ୍ଲିପ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଅଡିଓରେ ଜଣେ ମହିଳା ଅଧିକାରୀ ଜଣେ ବ୍ୟବସାୟୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗୁଥିବାର ବାର୍ତ୍ତାଳାପ ରହିଛି। ସମ୍ପୃକ୍ତ ବ୍ୟବସାୟୀ ହେଉଛନ୍ତି ପାଲଲହଡାର ଜଣେ କ୍ରଶର ମାଲିକ ଓ ମହିଳା ଅଧିକାରୀ ଜଣଙ୍କ ପାଲଲହଡା ତହସିଲଦାର ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ କ୍ରଶର ମାଲିକ ନରୋତ୍ତମ ସାହୁ ଏହି ଅଡିଓରେ ଥିବା ବ୍ୟକ୍ତିଙ୍କ ଭଏସ୍‌ ତାଙ୍କର ବୋଲି ସ୍ବୀକାର କରିଛନ୍ତି। ହେଲେ ତାଙ୍କ ବିରୋଧରେ ଏପରି ଚର୍ଚ୍ଚା ବା ଅଭିଯୋଗକୁ ପାଲଲହଡ଼ା ତହସିଲଦାର ଖଣ୍ଡନ କରିଛନ୍ତି। କେହି ତାଙ୍କୁ ହଇରାଣ କରିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି। ତାଙ୍କ ଭଏସ୍‌କୁ ଟ୍ୟାମ୍ପରିଂ କରି ଏପରି କରାଯାଇଥିବା ତହସିଲଦାର ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାରୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅନୁଗୋଳ ଜିଲାପାଳ ଅନିଲ କୁମାର ସାମଲ। ତୁରନ୍ତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ସେ ଏଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri