ଯାତ୍ରା କଳାକାରଙ୍କ ମୃତଦେହ ଉଦ୍ଧାର


କାମାକ୍ଷାନଗର, ୬।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟ ତାରିଣୀ ମନ୍ଦିର ସମ୍ମୁଖରେ ଥିବା ଏକ ଯାତ୍ରା ପାର୍ଟିର ଟ୍ରକ୍‌ ମଧ୍ୟରୁ ମଙ୍ଗଳବାର ଜଣେ କଳାକାରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଛବି ବେହେରା (୩୫) ଏବଂ ତାଙ୍କ ଘର ଅନୁଗୋଳ ଜିଲା ତଳମୂଳ ଅଞ୍ଚଳରେ। ବାଲେଶ୍ୱର ଜିଲା ମଇତାପୁର ଅଞ୍ଚଳର ଯାତ୍ର ତରଙ୍ଗ ପାର୍ଟିର କଳାକାରମାନେ ତାରିଣୀ ମନ୍ଦିର ନିକଟରେ ଥିବା ଏକ ଭଡ଼ାଘରେ ଅଭ୍ୟାସ କରୁଛନ୍ତି। ସୋମବାର ରାତିରେ ଟ୍ରକରେ ଛବି ଶୋଇଥିଲେ। ମଙ୍ଗଳବାର ପୂର୍ବାହ୍ନ ୧୦ଟା ଯାଏ ସେ ଉଠି ନ ଥିଲେ। ସାଥୀ କଳାକାରମାନେ ଟ୍ରକ ଉପରକୁ ଯାଇ ଦେଖିବାବେଳକୁ ତାଙ୍କ ପାଟିରୁ ଫେଣ ବାହାରୁଥିଲା। ୧୦୮ ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ମୃତଦେହ ଜବତ କରିଛି। ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ନେଇ କେସ ନଂ. ୧୮/୧୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri