୧୦ ଦିନରେ ରିପୋର୍ଟ ଦେବେ ପିଇଓ


କାମାକ୍ଷାଗନଗର, ୬।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସଭାଗୃହରେ ମଙ୍ଗଳବାର ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡିଓ ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତା କରି ଆବାସ ଯୋଜନା କାର୍ଯ୍ୟକାରିତାର ସ୍ଥିତି ପରଖିଥିଲେ। ନିର୍ଦ୍ଧାରିତ ସମୟରେ ଗୃହକାର୍ଯ୍ୟ ସାରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ବ୍ଲକରେ ୨୦୧୬-୧୭ରେ ୧, ୭୨୭ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ହେଲେ ସେଥିରୁ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୩୭୦। ଅଧିକାଂଶ ସ୍ଥାନରେ କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ହିତାଧିକାରୀମାନେ ଏ ଦିଗରେ ସଚେତନ ହେଉନାହାନ୍ତି। କ୍ଷେତ୍ର ପରିଦର୍ଶନ କରି ଘରକାମ ଶେଷ କରିବା ଦିଗରେ ପଦକ୍ଷେପ ନେବାକୁ ପିଇଓ ଏବଂ ଯନ୍ତ୍ରୀଙ୍କୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି। ପିଇଓମାନେ ଗୃହକାର୍ଯ୍ୟ ଅଗ୍ରଗତି ସମ୍ପର୍କିତ ରିପୋର୍ଟ ୧୦ଦିନ ମଧ୍ୟରେ ପ୍ରଦାନ କରିବେ। କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ତାଗିଦ୍‌ କରିଛନ୍ତି। ସେହିପରି ସରକାରୀ ନିୟମକୁ ଅମାନ୍ୟ କରୁଥିବା ହିତାଧିକାରୀଙ୍କ କାର୍ଯ୍ୟାଦେଶ ପ୍ରତ୍ୟାହାର କରି ନିଆଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ସୁରେଶ ଚନ୍ଦ୍ର ସାହୁ, ଯନ୍ତ୍ରୀ ସନ୍ଦୀପ କୁମାର ସିଂଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ବିଭିନ୍ନ ପଞ୍ଚାୟତର ପିଇଓ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri