ଢେଙ୍କାନାଳରେ ଅଜଣା ଜନ୍ତୁ ଆତଙ୍କ


ଢେଙ୍କାନାଳ ଅଫିସ୍‌, ୬।୯-ନିଆଳି, ଜଗତ୍‌ସିଂହପୁର, ଭଞ୍ଜନଗର ପରେ ଢେଙ୍କାନାଳ ପୌରାଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଜନ୍ତୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହିପରି ୨ ଗାଈବାଛୁରିଙ୍କୁ ଜନ୍ତୁଟି ଝୁଣିପକାଇଛି। ଏ ସଂକ୍ରାନ୍ତରେ ସୂଚନା ଦିଆଯିବା ସତ୍ତ୍ୱେ ବନ କର୍ମଚାରୀ ପହଞ୍ଚତ୍ ନ ଥିଲେ। ଫଳରେ ଭୟଭୀତ ବାସିନ୍ଦା ହିଂସ୍ର ଜନ୍ତୁଟିକୁ ଠେଙ୍ଗାରେ ପିଟିପିଟି ମାରିଦେଇଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମଙ୍ଗଳବାର ଭୋର୍‌ ୪ଟାରେ ପୌରାଞ୍ଚଳର ୯ନଂ. ୱାର୍ଡ କଣ୍ଟାନାଳୀ ବାଇପାସ୍‌ ଅଞ୍ଚଳରେ ରହୁଥିବା ଶିବପ୍ରସାଦ ମହାପାତ୍ରଙ୍କ ଗୁହାଳରେ ଉକ୍ତ ଜନ୍ତୁଟି ପଶି ବାଛୁରି ବେକକୁ କାମୁଡ଼ି ଧରିଥିଲା। ବୋବାଳି ଶୁଣି ଶିବପ୍ରସାଦ ପହଞ୍ଚତ୍ ଜନ୍ତୁଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ତେବେ ଅତିଶୟ ହିଂସ୍ର ହୋଇ ଉଠିଥିବା ଜନ୍ତୁଟି ବାଛୁରିକୁ ଛାଡ଼ି ନ ଥିଲା। ଏ ସଂକ୍ରାନ୍ତରେ ସେ ତୁରନ୍ତ ପାଖପଡ଼ୋଶୀ ଏବଂ ବନ ବିଭାଗକୁ ସୂଚନା ଦେଇଥିଲେ। ହେଲେ କେହି ଆସି ନ ଥଲେ। ପରେ ଜନ୍ତୁଟି ବାଛୁରିକୁ ଛାଡ଼ି ଗାଈକୁ ଆକ୍ରମଣ କରିଥିଲା। ଶିବପ୍ରସାଦ ପୁଣିଥରେ ଜନ୍ତୁଟିକୁ ଘଉଡ଼ାଇବାକୁ ଉଦ୍ୟମ କରୁଥିବାବେଳେ ଏହା ଘର ଭିତରେ ପଶିଯାଇ ତାଙ୍କ ପତ୍ନୀ ଅନୁରାଧାଙ୍କ ବାମହାତକୁ କାମୁଡ଼ି ମାଂସ ଛିଣ୍ଡାଇ ନେଇଥିଲା। ଏଥିସହ ଶରୀରର ବିଭିନ୍ନ ସ୍ଥାନକୁ ରାମ୍ପି ପକାଇଥିଲା। ଶିବପ୍ରସାଦ ଓ ତାଙ୍କ ପତ୍ନୀଙ୍କ ପାଟିଶୁଣି ସ୍ଥାନୀୟ ବାସିନ୍ଦା ପହଞ୍ଚତ୍ ଠେଙ୍ଗାବାଡି ଧରି ଜନ୍ତୁଟିକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଜନ୍ତୁଟି ଲୋକଙ୍କୁ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବାକୁ ଯାଇ ଲୋକେ ତାକୁ ଠେଙ୍ଗାରେ ପିଟିପିଟି ମାରି ଦେଇଥିଲେ। ପୂର୍ବାହ୍ନ ୮ଟାରେ ଗାତ ଖୋଳି ପୋତି ଦେଇଥିଲେ। ଚିକିତ୍ସା ପାଇଁ ଅନୁରାଧାଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କେତେଜଣ ଏହି ଜନ୍ତୁଟିକୁ ବଣ ବିଲେଇ ବୋଲି କହୁଛନ୍ତି। ଅନ୍ୟ କେହି କେହି ଏହାକୁ ରାମଶିଆଳ, ହାଏନା, ହେଟାବାଘ ବୋଲି କହୁଛନ୍ତି। ଜନ୍ତୁର ଫଟୋ ଦେଖିବା ପରେ ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ରନାଥ ଦାସ କୁହନ୍ତି, ଏ ସମ୍ପର୍କରେ ସୂଚନା ପାଇ ନ ଥିଲୁ। ଜନ୍ତୁଟି ଗାଡ଼ଭାଲୁ ଭଳି ଜଣାପଡୁଛି, ଯଦି ଏଭଳି ଘଟଣା ଘଟିଛି, ତା’ହେଲେ ବିଭାଗ ପକ୍ଷରୁ ତଦନ୍ତ କରାଯିବ। ଜନ୍ତୁଟି ନିକଟ ମଜୁରି ସଂରକ୍ଷିତ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri