ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା ଉଦ୍ୟମ


ବଇଣ୍ଡା, ୩।୯-(ଡି.ଏନ.ଏ.)କିଶୋରନଗର ଥାନା ପାଣ୍ଡୁରୀପଥର ଗ୍ରାମର ମଧୁସୂଦନ ସେଠୀ(୩୮) ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଦାମୋଦରପୁର ଗ୍ରାମସ୍ଥିତ ତାଙ୍କ ଶ୍ୱଶୁର ଘରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଶନିବାର ଥାନାରେ ଅଭିଯୋଗ ହୋଇଛି। ମଧୁସୂଦନଙ୍କ ଶଳା ଦୁର୍ଯ୍ୟୋଧନ ସେଠୀଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୬୭/୧୭ଦଫା ୩୦୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଠାକୁରଗଡ ଆଇଆଇସି ବବାକ୍ଷ ନାୟକଙ୍କ ସୂଚନା ମୁତାବକ, ଦୁର୍ଯ୍ୟୋଧନଙ୍କ ଭଉଣୀ ରୀନା ସେଠୀଙ୍କୁ ମଧୁସୂଦନ ୧୦ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ବାହାଘର ପରେ ମଧୁସୂଦନ ରୀନାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ଗତ ମାର୍ଚ୍ଚ ୩ରେ କିଶୋରନଗର ଥାନାରେ ଅଭିଯୋଗ ହୋଇଥିଲା। ସେହିଦିନଠାରୁ ରୀନା ପିଲାଛୁଆଙ୍କ ସହ ବାପଘର ଦାମୋଦରପୁର ଗ୍ରାମରେ ରହୁଥିଲେ। ଗୁରୁବାର ମଧୁସୂଦନ ରୀନାଙ୍କୁ ଘରକୁ ନେବାକୁ ଶ୍ୱଶୁର ଘର ଆସିଥିଲେ। ହେଲେ ରୀନା ଯିବାକୁ ମନା କରିଦେଇଥିଲେ। ଏଥିରେ ମଧୁସୂଦନ ଭାରସାମ୍ୟ ହରାଇ ଘରେ କେହି ନ ଥିବାବେଳେ ଫ୍ୟାନରେ ଲୁଗା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମଧୁସୂଦନ ଜୋର୍‌ରେ ପାଟି କରିବାରୁ ତାଙ୍କ ଶ୍ୱଶୁର ଓ ଶଳା ଦୌଡି ଆସି ଉଦ୍ଧାର କରିଥିଲେ। ମଧୁସୂଦନଙ୍କୁ ଗୁରୁତର ଅବସ୍ଥାରେ ଆଠମଲ୍ଲିକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଥାନାରେ ଏ ନେଇ ଅଭିଯୋଗ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri