ନାଲ୍‌କୋ ପାରିପାର୍ଶ୍ୱିକ ଗ୍ରାମରେ ଆଙ୍କୁଲାକୁ ସାମିଲ ଦାବି


ଅନୁଗୋଳ ଅଫିସ,୩।୯- ନାଲ୍‌କୋ ପାଚେରି କଡ଼ରେ ଥିବା ଆଙ୍କୁଲା ଗ୍ରାମକୁ କ୍ରମାଗତ ଭାବେ ଅବହେଳା କରାଯାଉଛି। ଏହି ଗ୍ରାମକୁ ନାଲ୍‌କୋର ପାରିପାର୍ଶ୍ୱିକ ଗ୍ରାମ ଭାବେ ଗ୍ରହଣ କରିବା ସହ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଗ୍ରାମବାସୀ ବହୁଦିନ ହେଲା ଦାବି କରୁଛନ୍ତି। ବିଶେଷକରି ଗ୍ରାମର ସମସ୍ତ ସାହିକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଣ, ପକ୍କା ରାସ୍ତା ଏବଂ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରଶାସନ ଓ ନାଲ୍‌କୋ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ଏ ସଂକ୍ରାନ୍ତରେ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କୁ ମଧ୍ୟ ପୂର୍ବରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆର୍‌ପିଡିଏସିର ସଦସ୍ୟ ଥିବା ଲୋକପ୍ରତିନିଧିଙ୍କୁ ବି ଅବଗତ କରାଯାଇଛି। କିନ୍ତୁ ଗ୍ରାମବାସୀଙ୍କ ନ୍ୟାଯ୍ୟ ଦାବିକୁ କେହି କର୍ଣ୍ଣପାତ କରୁନାହାନ୍ତି। ନାଲ୍‌କୋର ଅତି ନିକଟରେ ଥିବାରୁ କମ୍ପାନୀର ଧୂଳି, ଧୂଆଁ, ବିଷାକ୍ତ ଗ୍ୟାସ୍‌ ଓ ପ୍ରଦୂଷଣରେ ଗ୍ରାମବାସୀ ହନ୍ତସନ୍ତ ହେଉଥିବାରୁ ଅବିଳମ୍ବେ ଏହାକୁ ପାରିପାର୍ଶ୍ୱିକ ଗ୍ରାମଭାବେ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଏ ନେଇ ଆସନ୍ତା ୫ ତାରିଖ ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆଙ୍କୁଲା ଗ୍ରାମ୍ୟ ଉନ୍ନୟନ ସଂଗ୍ରାମ କମିଟି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସଭାପତି ନିର୍ମଳ ସାହୁ, ସମ୍ପାଦକ ନଗେନ୍ଦ୍ର କୁମାର ସାହୁ, ସଭ୍ୟ ବିଷ୍ଣୁ ସାହୁ, ଚମ୍ପା ବିଶ୍ୱାଳ, ଧରଣୀଧର ପ୍ରଧାନ, ରାଜକିଶୋର ସାହୁ, ଗୋପବନ୍ଧୁ ସାହୁ, ଚିଲି ସାହୁ, ଫୁଲ ବେହେରା, ରୁନୁବାଳା ପ୍ରମୁଖ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri