ରେଙ୍ଗାଳି ବାମ କେନାଲ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ


ଢେଙ୍କାନାଳ ଅଫିସ/ତାଳଚେର(ନି.ପ୍ର.)/ପବିତ୍ରନଗର(ଡି.ଏନ.ଏ.)୨୨।୮-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହରଡ଼ଘଣାରେ ପଡ଼ିଛନ୍ତି ଅନୁଗୋଳ ଜିଲା ସମଲସ୍ଥିତ ରେଙ୍ଗାଳି ବାମ କେନାଲ ମୁଖ୍ୟଯନ୍ତ୍ରୀ ଗୁଣଧର ମିଶ୍ର। ମଙ୍ଗଳବାର ଯନ୍ତ୍ରୀଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। କଟକ ଭିଜିଲାନ୍ସ ଡିଭିଜନ ଏସ୍‌ପିଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ସହର ଶ୍ୟାମାଚରଣପୁରସ୍ଥିତ କୋଠା, ଷ୍ଟେଶନ ବଜାରସ୍ଥିତ ଶ୍ୱଶୁର ଘର, ରାସୋଳ ଥାନା ଅଞ୍ଚଳରେ ଥିବା ପୈତୃକ ଗୃହ, ଭୁବନେଶ୍ୱର ଦାରୁଠେଙ୍ଗସ୍ଥିତ ବାସଭବନ, ସମଲସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ଅନୁଗୋଳ କାର୍ଯ୍ୟାଳୟରେ ଅଧିକାରୀମାନେ ସକାଳ ୭ଟାରୁ ଖୋଳତାଡ଼ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧ କୋଟି ୨୯ ଲକ୍ଷ ୨ ହଜାର ୯୮୯ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଢେଙ୍କାନାଳ ଠାରେ ଥିବା ଘର ଗୁଡିକର ମୂଲ୍ୟ ୯୭ଲକ୍ଷ ୭୯ ହଜାର ୧୨୪ଟଙ୍କା ଆକଳନ କରାଯାଇଛି। ସମଲସ୍ଥିତ ସରକାରୀ ବାସଭବନରୁ ୧ଲକ୍ଷ ୭୯ହଜାର ଟଙ୍କା ଜବତ କରାଯାଇଛି । ୧୦ଲକ୍ଷ ୨ହଜାର ଟଙ୍କାର ଦୁଇଟି ବ୍ୟାଙ୍କ ଡିପୋଜିଟ୍‌, ୧ଲକ୍ଷ ୮୦ହଜାର ଟଙ୍କାର ବୀମା ସମ୍ବନ୍ଧୀୟ ଡିପୋଜିଟ୍‌ ମିଳିଛି । ଏଥିସହ ୭ଲକ୍ଷ ଟଙ୍କା ଏକ କାର, ୧ ଲକ୍ଷ ୭୦ହଜାର ଟଙ୍କାର ଦୁଇଟି ବାଇକ୍‌ ମଧ୍ୟ ଭିଜିଲାନ୍ସ ଠାବ କରିଛି। ୩୧୫ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା। ସେହିପରି ୪୫୧ ଗ୍ରାମ ରୁପା ଅଳଙ୍କାର ମଧ୍ୟ ଠାବ କରାଯାଇଛି। ଗୁଣଧର ଦୀର୍ଘଦିନ ଧରି ବାମ କେନାଲ ମୁଖ୍ୟଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଚଢାଉ ଶେଷ ହେବା ପରେ ସମ୍ପତ୍ତିର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। କଟକ ଭିଜିଲାନ୍ସ ଡିଭିଜନର ଡିଏସ୍‌ପି ଅନନ୍ତ ଚରଣ ମହାନ୍ତି, ଢେଙ୍କାନାଳ ଶାଖା ଡିଏସ୍‌ପି ଦେବ ନାରାୟଣ ଦାସ, ଜଗତସିଂହପୁର ଶାଖା ଡିଏସ୍‌ପି ଉମେଶ ପଣ୍ଡା, ଇନ୍ସପେକ୍ଟର ସୁରେଶ କଅଁର, ଯାଜ୍ଞସେନୀ ପ୍ରଧାନ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri