ଘରୁ ଟେକିଆଣି ଦଳିଦେଲା ହାତୀ


ରାସୋଳ, ୨୨।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଚରମ ସୀମାରେ ପହଞ୍ଚତ୍ଲାଣି। ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ନିରୀହଙ୍କ ଜୀବନ ଯାଉଛି। ଏହି ଘଟଣା ଏବେ ନିତିଦିନିଆ ହେଲାଣି। ହିନ୍ଦୋଳ ରେଞ୍ଜ ବମ୍ପା ସେକ୍ସନ ବାବନ୍ଧ ଦଳିତ ସାହିରେ ସୋମବାର ରାତିରେ ହାତୀ ଆକ୍ରମଣରେ ବିନୋଦ ନାଏକ(୫୫) ପ୍ରାଣ ହରାଇଛନ୍ତି। ରାତି ଅଧରେ ହାତୀଟି ଘର ଭିତରେ ପଶିଯାଇ ବିନୋଦଙ୍କୁ ଶୁଣ୍ଢରେ ଟେକି ଆଣିଥିଲା। ପରେ ଘର ନିକଟରେ କଚାଡ଼ି ଦେଇ ଗୋଡ଼ରେ ଦଳି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବନବିଭାଗର ରେଞ୍ଜର ଓ କର୍ମଚାରୀମାନେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଛନ୍ତି । ଏ ସଂକ୍ରାନ୍ତରେ କେସ୍‌ (ନଂ. ୮୧/୧୭)ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଅଞ୍ଚଳରେ କିଛିଦିନ ହେଲା ହାତୀପଲ ଉପଦ୍ରବ ସୃଷ୍ଟି କରି ଚାଲିଛନ୍ତି। କ୍ଷେତ ବାଡ଼ିରେ ପଶି ସେମାନେ ଫସଲ ନଷ୍ଟ କରିପକାଉଛନ୍ତି। ଏହାକୁ ନେଇ ଅଞ୍ଚଳବାସୀ ଭୟ ଆତଙ୍କରେ ଦିନ କାଟୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡ଼ାଇବାକୁ ଦାବି ହେଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri