ମାଧପୁରବାସୀଙ୍କୁ ରାସ୍ତା ଦଣ୍ଡ


ଅନୁଗୋଳ ଅଫିସ,୧୮ା୮: ଅନୁଗୋଳ ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତର ମାଧପୁର ଗ୍ରାମକୁ ଗମନାଗମନ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି। ୩ଟି ୱାର୍ଡ଼ ବିଶିଷ୍ଟ ଏହି ଗ୍ରାମରେ ପ୍ରାୟ ୯ଶହ ଲୋକ ବାସବାସ କରୁଛନ୍ତି। ହେଲେ ଗ୍ରାମକୁ ସଂଯୋଗ କରୁଥିବା ୩ଟି ରାସ୍ତାର ଅବସ୍ଥା କଦର୍ଯ୍ୟ ହୋଇଛି। ଏ ଦିଗରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଗ୍ରାମକୁ ପକ୍କାରାସ୍ତା ନିର୍ମାଣ ପାଇଁ ମାଟି, ବାଲି ପଡିଥିଲେ ହେଁ କାମ ଆଗେଇପାରୁନି। ବର୍ଷା ହେଲେ ଅବସ୍ଥା ଆହୁରି ଖରାପ ହେଉଛି। ରାସ୍ତାସାରା ଖାଲ ହେବା ସହ ବର୍ଷା ଓ ପାର୍ଶ୍ୱବର୍ତ୍ତୀ କେନାଲର ପାଣି ଏଥିରେ ଜମିରହୁଛି। ଅନେକ ସମୟରେ ବାଇକ୍‌ ଏବଂ ସାଇକେଲ ଚାଳକମାନେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଗତବର୍ଷ ରାସ୍ତା ମରାମତି ପାଇଁ ଗ୍ରାମବାସୀ ଆନ୍ଦୋଳନ କରିବା ପରେ ୧ ଲକ୍ଷ ଟଙ୍କାରେ କେବଳ ଗୋଡ଼ିମାଟି ପକାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେହିଭଳି ମାଧପୁର ଜଙ୍ଗଲ ବା ଡଙ୍ଗାପାଳ ଗ୍ରାମ ରାସ୍ତାର ଅବସ୍ଥା ମଧ୍ୟ ସମାନ। ଟାକୁଆ ନାଳରେ ବର୍ଷା ହେଲେ ୨ ଦିନ ପର୍ଯ୍ୟନ୍ତ ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହୋଇଥାଏ। ଅନ୍ୟପଟେ ମାଧପୁରରୁ ଅନ୍ୟ ଏକ ରାସ୍ତାକୁ ପଞ୍ଚାୟତିରାଜ ବିଭାଗ ଦ୍ୱାରା ତ୍ରୟୋଦଶ ଅର୍ଥକମିଶନ ଅର୍ଥରୁ ଲକ୍ଷେ ଟଙ୍କା ବ୍ୟୟରେ ୨୦୧୩-୧୪ ମସିହାରେ ମାଟିଗୋଡ଼ି ପକାଇ ଉନ୍ନତିକରଣ କରାଯାଇଥିଲା। ଏବେ ଏହି ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ। ତୁରନ୍ତ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦିଆଯାଇ ଗମନାଗମନ ସୁବିଧା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଗୁରୁବାର ଭାଜପା ସାମାଜିକ କାର୍ଯକର୍ତ୍ତା ରଣଜିତ ଦାଶ, ଇଂ ଗୁରୁ ପ୍ରଧାନ, ପ୍ରସନ୍ନ ନାଏକ, କାମଦେବ ଦେହୁରୀ ପ୍ରମୁଖ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ। ଏ ନେଇ ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ସେମାନେ ପ୍ରକାଶ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri