ଭାଜପା ନାଁରେ ସାଙ୍ଘତିକ ଅଭିଯୋଗ: ଏସ୍‌ପି ଦେଉଛନ୍ତି ଜେଲ୍‌ରେ ପୁରାଇବା ଧମକ

ନୂଆପଡ଼ା,୧ା୧୧ (ମକାରୁ ବେମାଲ): ବାଡ଼ ଯଦି ଫସଲ ଖାଇବ ଦୋଷ ଦେବା କାହାକୁ। ନୂଆପଡ଼ା ଉପନିର୍ବାଚନରେ ଏହା ଜଳ ଜଳ ଦେଖାଯାଉଛି। ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ଜିଲାପାଳ ଓ ଏସ୍‌ପିଙ୍କୁ ଦାୟିତ୍ୱ ଦେଇଛନ୍ତି। ହେଲେ ସେମାନେ ଏବେ ଶାସକ ଦଳର ଏଜେଣ୍ଟ ସାଜିଛନ୍ତି। ଜିଲା ପ୍ରଶାସନର ମୁଖିଆ ବୋଲାଉଥିବା ଏହି ୨ବରିଷ୍ଠ ଅଧିକାରୀ ବିଜେଡି ନେତା ଓ କର୍ମୀଙ୍କୁ ଧମକାଉଛନ୍ତି। ଭାଜପାକୁ ସମର୍ଥନ ନ କଲେ ଜେଲରେ ପୂରାଇଦେବାକୁ ନାଲିଆଖି ଦେଖାଉଛନ୍ତି ବୋଲି ସଙ୍ଗିନ ଅଭିଯୋଗ ଆଣି ଶୁକ୍ରବାର ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଛି ବିଜେଡି। ଏକ ବିରାଟ ପଟୁଆରରେ ବିଜେଡି ନେତୃବୃନ୍ଦ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ତୁରନ୍ତ ନିଜର ଅଗଣତାନ୍ତ୍ରିକ କାର୍ଯ୍ୟଧାରା ବନ୍ଦ କରିବା ପାଇଁ ଦାବି କରିଥିଲେ। ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଈପ୍ସିତା ସାହୁ, ଅମିତ ସିଂଦେଓ, ପ୍ରଦ୍ୟୁମ୍ନ ତ୍ରିପାଠୀ, ରାଜେନ୍ଦ୍ର ପ୍ରସାଦ ଗୁପ୍ତା, ଅବିନାଶ ଠାକୁର, ମାନସ ବାଗ, ମଣ୍ଟୁ ନାଏକ, ଚିରାଗ ସିଂଦେଓ, ମୃତ୍ୟୁଞ୍ଜୟ ମିଶ୍ର, ମନୀନ୍ଦ୍ର ମହାନ୍ତି, ସୁବ୍ରତ ସିଂହ, ବାବୁ ଖାନ, କରନ ସିକନ୍ଦର, ଉଦିତ ପ୍ରତାପ ଭୋଇ ପ୍ରମୁଖ ଅଭିଯୋଗ କରିଥିଲେ, ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅଘୋଷିତ ଷ୍ଟାର ପ୍ରଚାରକ ଭାବେ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟ କରୁଛନ୍ତି। ନୂଆପଡ଼ା ଜନତା ଏହାକୁ କେବେ ବରଦାସ୍ତ କରିବେ ନାହିଁ। ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ବେଆଇନ କାର୍ଯ୍ୟ ବନ୍ଦ କରି ନିରପେକ୍ଷ ହେବାକୁ ବିଜେଡି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି। ଯଦି ପ୍ରଶାସନ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନ କରେ ତେବେ ତା’ର ଉଚିତ ଜବାବ ନୂଆପଡ଼ାବାସୀ ଦେବେ ବୋଲି ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ପାଟ୍‌ନା,୧୭ା୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ତିନି ଦିନ ପରେ ଆଜି ଅର୍ଥାତ୍‌ ସୋମବାର(ନଭେମ୍ବର ୧୭)ରେ ଜନତା ଦଳ (ୟୁନାଇଟେଡ୍‌) ନେତା ନୀତୀଶ...

ଚିରାଗ ହେବେ ଉପ ମୁଖ୍ୟମନ୍ତ୍ରୀ! ବଡ ଭବିଷ୍ୟବାଣୀ କଲେ ବରିଷ୍ଠ ଖବରଦାତା

ପାଟନା,୧୭।୧୧: ୨୦୨୦ ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ହାସଲ କରିଥିଲା ଏବଂ ମହାଗଠବନ୍ଧନ ଏକ ବଡ଼ ପରାଜୟ ବରଣ କରିଥିଲା। ଲୋକ...

ପୋଖରୀ ଭିତରେ ପଶିଗଲା ବିସ୍କୁଟ ବୋଝେଇ ଟ୍ରକ୍‌: ଆଉ ତା’ପରେ ଘଟିଲା…

ବଲାଙ୍ଗିର,୧୭।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ସମ୍ବଲପୁର ରୋଡ଼ ଛତାମଖନା ଗ୍ରାମ ନିକଟ ୨୬ନମ୍ବର ଜାତୀୟ ରାଜପଥ ରାସ୍ତାକଡରେ ଥିବା ଏକ ପୋଖରୀକୁ ଭାରସାମ୍ୟ ହରାଇ ଏକ...

ସ୍ବାମୀଙ୍କଠାରୁ ପାଇଲେ ଧୋକା, ChatGPT ପ୍ରେମିକଙ୍କ ସହ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଟୋକିଓ,୧୭ା୧୧: ଜାପାନରେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୨ ବର୍ଷୀୟା ମହିଳା ChatGPTରେ ତାଙ୍କ ଭର୍ଚୁଆଲ ପ୍ରେମିକଙ୍କୁ ବିବାହ କରିଛନ୍ତି। ସେ...

ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ

ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ...

ଚିରାଗଙ୍କ ଦଳରୁ ୩ ବିଧାୟକ ହେବେ ମନ୍ତ୍ରୀ, ଜାଣନ୍ତୁ କେଉଁମାନେ ଅଛନ୍ତି ରେସ୍‌ରେ

ପାଟନା,୧୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ବିପୁଳ ବିଜୟ ପରେ, ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି (ସୋମବାର), ମୁଖ୍ୟମନ୍ତ୍ରୀ ନୀତୀଶ...

IND A vs PAK A: ନମନ ଧିରଙ୍କୁ ଆଉଟ କଲା ପରେ ଏମିତି ଅଭଦ୍ର ଇସାରା କଲେ ପାକିସ୍ତାନ ଖେଳାଳି, ସୋସିଆଲ ମିଡିଆରେ…

ନୂଆଦିଲ୍ଲୀ,୧୭।୧୧: ପୁରୁଷ ରାଇଜିଂ ଷ୍ଟାର ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ A ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବିବାଦରେ ଫସି ରହିଛି। ଦୋହାରେ ଖେଳାଯାଇଥିବା...

ଏହି କାରଣରୁ ହୋଇପାରେ ଡାଇବେଟିସ୍‌: ହୋଇଯାନ୍ତୁ ସାବଧାନ

ପୃଥୁଳତା ଏବଂ ଡାଇବେଟିସ୍‌ ମଧ୍ୟରେ ଯେ ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି। ଅବଶ୍ୟ ଅଧିକାଂଶ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଏଥିରେ ବଂଶଗତ ପ୍ରଭାବ ପରିଲକ୍ଷିତ ହୋଇଥାଏ। ପୃଥୁଳତା...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri