ଅନର୍‌ 8C

ମୋବାଇଲରେ ଅତ୍ୟାଧୁନିକ ଟେକ୍ନୋଲୋଜି, ଅଭିନବତା, ସାମର୍ଥ୍ୟ ଓ ସୌନ୍ଦର୍ଯ୍ୟର ଅଦ୍ଭୁତ ସମନ୍ୱୟ

ସ୍ମାର୍ଟଫୋନ୍‌ ଜଗତରେ ଅନର୍‌ ଏକ ସୁପରିଚିତ ନାମ । ପକେଟ୍‌କୁ ସୁହାଇବା ଭଳି ମୂଲ୍ୟରେ ଉପଭୋକ୍ତାଙ୍କ ଲାଗି ସର୍ବାଧୁନିକ ଟେକ୍ନୋଲୋଜି ଆଧାରରେ ଅଭିନବ ବୈଶିଷ୍ଟ୍ୟାବଳୀରେ ସମୃଦ୍ଧ ସ୍ମାର୍ଟଫୋନ୍‌ ଉପଲବ୍ଧ କରାଇ ଏହା ଖୁବ୍‌ କମ୍‌ ସମ‍ୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସେହି କ୍ରମରେ ନିଜର ସଦ୍ୟତମ ଉପସ୍ଥାପନା ଭାବେ କମ୍ପାନୀ ବଜାରକୁ ଆଣିଛି ଏକ ବଳିଷ୍ଠ ନୂଆ ମଡେଲ୍‌ର ସ୍ମାର୍ଟଫୋନ୍‌ ଅନର୍‌ 8C । ଏହା ହେଉଛି ଶକ୍ତିଶାଳୀ ସ୍ନାପ୍‌ଡ୍ରାଗନ୍‌ 632 ଚିପ୍‌ସେଟ୍‌ଯୁକ୍ତ ପୃଥିବୀର ସର୍ବପ୍ରଥମ ସ୍ମାର୍ଟଫୋନ୍‌ । AI ସକ୍ଷମ କ୍ୟାମେରା, ଦୀର୍ଘସ୍ଥାୟୀ ବ୍ୟାଟେରି, ଷ୍ଟାଇଲିଶ୍‌ ଡିଜାଇନ୍‌ ତଥା ଅତ୍ୟାଧୁନିକ ଟେକ୍ନୋଲୋଜିର ସମାହାର ଏହି ଫୋନ୍‌କୁ ଏହାର ମୂଲ୍ୟବର୍ଗର ଏକ ପ୍ରଲୋଭନୀୟ ଉତ୍ପାଦରେ ପରିଣତ କରିଥାଏ । ଏହାର 4GB/32GB ଭାରିଆଣ୍ଟ ଟ.11,999 ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ । ଡିସେମ୍ବର 10 ଠାରୁ ଏକ୍ସକ୍ଲୁସିଭ୍‌ ଭାବେ Amazon.in ତଥା HiHonor Store ରେ ବିକ୍ରି ଆରମ୍ଭ ହୋଇଥିବା ଅନର୍‌ 8Cର କେତୋଟି ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ଉପରେ ନଜର ପକାଇ ଆମେ ଜାଣିପାରିବା ଯେ କାହିଁକି ଏହା ପ୍ରତିଦ୍ୱନ୍ଦୀଙ୍କଠାରୁ ଦୁଇ ପାଦ ଆଗରେ ରହିଛି ।

ଦୀର୍ଘ ସମୟ ଚାଲୁଥିବା 4000 mAh ବ୍ୟାଟେରି

ଜଣେ ମୋବାଇଲ ବ୍ୟବହାରକାରୀ ଭାବେ ତାହାର ବ୍ୟାଟେରି ସ୍ଥାୟିତ୍ୱ କେତେ ଜରୁରୀ ଆପଣ ନିଶ୍ଚୟ ଜାଣିଥିବେ । କାଳେ ବ୍ୟାଟେରିର ଚାର୍ଜ ସରିଯିବ ଏଇ ଆଶଙ୍କାରେ ଆପଣ ଇଚ୍ଛା ଥାଇ ମଧ୍ୟ ନିଜ ମୋବାଇଲକୁ ମାପିଚୁପି ବ୍ୟବହାର କରିଥାନ୍ତି । ଏହି ସମସ୍ୟାକୁ ଦୂର କରିବାର ପ୍ରତିଶ୍ରୁତି ଦେଇଥାଏ ଅନର୍‌ 8C ର 4000 mAh କ୍ଷମତା ବିଶିଷ୍ଟ ବଡ଼ ବ୍ୟାଟେରି । ଥରେ ଚାର୍ଜ କରି ଆପଣ ଅବାଧରେ ନିଜ ମୋବାଇଲକୁ ଦୁଇଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ତେଣୁ, ମୋବାଇଲ ବ୍ୟବହାର କରିବା ସମୟରେ ଗୋଟିଏ ଆଖିକୁ ବ୍ୟାଟେରି ବାର୍‌ ଉପରେ ରଖିବାର ଆବଶ୍ୟକତା ରହିବ ନାହିଁ ।

ପେସାଦାର AI ଫଟୋଗ୍ରାଫି ଆପଣଙ୍କ ହାତପାହାନ୍ତାରେ

13+2 ମେଗାପିକ୍ସଲ୍‌ର AI ସାମର୍ଥ୍ୟଧାରୀ ଡୁଆଲ୍‌ ପଛ କ୍ୟାମେରା

ଫଟୋ ଉଠାଇବାକୁ ଭଲ ପାଉଥିବା ବ୍ୟବହାରକାରୀଙ୍କ ଆବଶ୍ୟକତା ମଧ୍ୟ ଦୃଷ୍ଟିରେ ରଖାଯାଇ ଏହି ମୋବାଇଲର ଡିଜାଇନ କରାଯାଇଛି । 13+2 ମେଗାପିକ୍ସଲ୍‌ ଯୁକ୍ତ ଡୁଆଲ୍‌ କ୍ୟାମେରାରେ ରହିଛି AI (କୃତ୍ରିମ ବୋଧଶକ୍ତି) ଯାହା 22ଟି ଦୃଶ୍ୟ ଓ 500ଟି ଦୃଶ୍ୟକ୍ରମକୁ ଚିହ୍ନଟ କରିପାରିଥାଏ । ଅର୍ଥାତ୍‌ କ୍ୟାମେରାଟି ବିଭିନ୍ନ ବସ୍ତୁଗୁଡ଼ିକୁ ଚିହ୍ନଟ କରିବାରେ ସକ୍ଷମ ଓ ଆପଣ କାହାର ଫଟୋ ଉଠାଉଛନ୍ତି ତାହାକୁ ଚିହ୍ନଟ କରି ସେଟିଂଗୁଡ଼ିକୁ ତଦନୁରୂପ କରିଥାଏ ଆପଣଙ୍କୁ ଦେଇଥାଏ ସର୍ବୋତ୍ତମ ଗୁଣମାନର ପେସାଦାର ଛବି । ତେଣୁ, ଘର ଭିତରେ ହେଉ କି ବାହାରେ, ଏହାର ବଡ଼ f/1.8 ଆପର୍ଚର ମାଧ୍ୟମରେ ଉଠାଯାଇଥିବା ପ୍ରତ୍ୟେକ ପରିବେଶରେ ଆପଣଙ୍କ ଫଟୋ ଓ ରଙ୍ଗଗୁଡ଼ିକ ଜୀବନ୍ତ ଓ ସୁସ୍ପଷ୍ଟ ଦେଖାଯାଇଥାଏ ।

ସେଲ୍‌ଫି ପାଇଁ ଆଦର୍ଶ ଆଗ କ୍ୟାମେରା

ସେଲ୍‌ଫି ଟୋନିଂ ଲାଇଟ୍‌ ସହ 8 ମେଗାପିକ୍ସଲ୍‌ ବିଶିଷ୍ଟ ଆଗ କ୍ୟାମେରା ମଧ୍ୟ ସେଲ୍‌ଫି ପ୍ରେମୀମାନଙ୍କ ଆଦୃତ ହେବ । ହାଲୁକା, ସ୍ୱାଭାବିକ ଓ ସ୍ୱଳ୍ପ-ଆଲୋକର 3ଟି ସେଟିଂ ଦ୍ୱାରା ଆପଣ ଯେକୌଣସି ପରିବେଶ ଓ ଆଲୋକରେ ନିଜ ସେଲ୍‌ଫିରେ ତ୍ୱଚାର ପ୍ରାକୃତିକ ରଙ୍ଗ ଓ ସୁସ୍ପଷ୍ଟତା ଆଣିପାରିବେ । ଆପଣଙ୍କ ସେଲ୍‌ଫି ଗେମ୍‌ ଉନ୍ନତ ହେବ ଏହା ନିଃସନ୍ଦେହ ।

ଏହାଛଡ଼ା, ପରିବର୍ଦ୍ଧିତ ବାସ୍ତବତା (augmented reality) ମାଧ୍ୟମରେ ଆପଣ ଅଡିଓ ଓ ଇଫେକ୍ଟ ସହିତ ମଜାଳିଆ ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ଶେୟାର୍‌ କରିବାର ବିଶେଷତା ଏହି ହ୍ୟାଣ୍ଡସେଟ୍‌ରେ ଉପଲବ୍ଧ ।

H.265 ସାମର୍ଥ୍ୟ: କ୍ୱାଲିଟି ସହ ସାଲିସ୍‌ ବିନା ଭିଡିଓ କମ୍‌ ଜାଗା ଆବଶ୍ୟକ କରିଥାଏ

ସମାନ ଗୁଣମାନର ଭିଡିଓ ପାଇଁ ଆପଣଙ୍କ ମେମୋରିର କମ୍‌ ଜାଗା ଆବଶ୍ୟକ ହୋଇଥାଏ । ତେଣୁ ଆପଣଙ୍କ ମୋବାଇଲ୍‌ ମେମୋରିରେ ଅଧିକ ଭିଡିଓ ରହିପାରିଥାଏ ।

6.26 ଇଞ୍ଚର ବଡ଼ ଡିସ୍‌ପ୍ଲେ

ଏହାର 6.26 ଇଞ୍ଚର ବିଶାଳ ନଚ୍‌ ଫୁଲ୍‌ଭିଉ ଡିସ୍‌ପ୍ଲେ ତଥା ଧାରରୁ ଧାର ପର୍ଯ୍ୟନ୍ତ 19:9 ଅନୁପାତରେ ଡିସ୍‌ପ୍ଲେ ଡିଜାଇନ୍‌ ମୋବାଇଲ୍‌ରେ ଚଳଚ୍ଚିତ୍ର ଦେଖିବା ଏବଂ ଗେମ୍‌ ଖେଳିବା ସମୟରେ ଆପଣଙ୍କ ଅନୁଭୂତିକୁ ଆନନ୍ଦଦାୟକ କରିଥାଏ । ଏହାର "ନଚ୍‌" (Notch) ବିଶେଷତାକୁ ଆପଣ ନିଜର ପସନ୍ଦ ଅନୁଯାୟୀ ବିଭିନ୍ନ ଆପ୍‌ ପାଇଁ ଖୁବ୍‌ ସହଜରେ ବନ୍ଦ କରିପାରିବେ । ଏହା ବ୍ୟତୀତ, ମୋବାଇଲ ବ୍ୟବହାର କରିବା ସମୟରେ ଆଖି ଉପରେ ପଡ଼ୁଥିବା ଚାପକୁ ହ୍ରାସ କରିବା ପାଇଁ ମଧ୍ୟ ଏହି ଫୋନ୍‌ରେ ବିଶେଷ ଧ୍ୟାନ ଦିଆଯାଇଛି, TÜV Rheinland ଦ୍ୱାରା ପ୍ରମାଣିତ ଆଇ କମ୍ଫର୍ଟ ମୋଡ୍‌ ତଥା 6.26 ଇଞ୍ଚର ବଡ଼ ପରଦା ଆପଣଙ୍କୁ ନୀଳ ଆଲୋକ ବିକିରଣରୁ ସୁରକ୍ଷା ପ୍ରଦାନ କରିଥାଏ ।

Notch Screen:

TÜV Rheinland:

ଅକ୍ଟା-କୋର୍‌ ସ୍ନାପ୍‌ଡ୍ରାଗନ୍‌ 632 ଚିପ୍‌ସେଟ୍‌ର ଶକ୍ତି

ଉଚ୍ଚ କାର୍ଯ୍ୟଦକ୍ଷତାସମ୍ପନ୍ନ ଆଠଟି କୋର୍‌ବିଶିଷ୍ଟ ସ୍ନାପ୍‌ଡ୍ରାଗନ୍‌ 632 ଚିପ୍‌ସେଟ୍‌ ତଥା ଆଣ୍ଡ୍ରଏଡ୍‌ 8.1 ଆଧାରରେ ବିକଶିତ EMUI 8.2ର ସ୍ମାର୍ଟ ୟୁଜର୍‌ ଇଣ୍ଟର୍‌ଫେସ୍‌ ଆପଣଙ୍କୁ ନିର୍ବାଧରେ ମୋବାଇଲ ବ୍ୟବହାର କରିବାର ଅନୁଭୂତି ପ୍ରଦାନ କରିଥାଏ । ଅର୍ଥାତ୍‌ ଗୋଟିଏ ଆପ୍‌ରୁ ଅନ୍ୟ ଆପ୍‌କୁ ଯିବା ଓ ପୁନର୍ବାର ଅନ୍ୟ ଆପ୍‌ ଖୋଲିବା ସମୟରେ ମୋବାଇଲର ଗତି ମନ୍ଥର ହୋଇଯାଏ ନାହିଁ । ତେଣୁ, ଏହି ଫୋନ୍‌ଟି ପ୍ରକୃତ ଅର୍ଥରେ ମଲ୍ଟିଟାସ୍କିଂ ପାଇଁ ଏକ ଆଦର୍ଶ ଉପକରଣ । କେବଳ ଏତିକି ନୁହେଁ, ଦ୍ରୁତ ଓ ସୁରକ୍ଷିତ ୱାଇ-ଫାଇ ବ୍ରିଜ୍‌ (4ଟି ପର୍ଯ୍ୟନ୍ତ ଡିଭାଇସ୍‌ ସହ ସଂଯୁକ୍ତ ହୋଇଥାଏ) ଏବଂ ସ୍ମାର୍ଟ ଡୁଆଲ୍‌ ବ୍ଲ୍ୟୁଟୁଥ୍‌ ସଂଯୋଗ ଯାହା ଆପଣଙ୍କୁ ବ୍ଲୁଟୁଥ୍‌ ହେଡ୍‌ସେଟ୍‌ ଏବଂ ସ୍ମାର୍ଟୱାଚ୍‌ ଭଳି ଡିଭାଇସ୍‌ଗୁଡ଼ିକୁ ଏକା ସମୟରେ ସଂଯୋଗ କରିବାର ଅନୁମତି ଦେଇଥାଏ ।

Octa-core processor 4 GB RAM

ଗେମର୍‌ଙ୍କ ପାଇଁ ଅଭିନବ ଗେମିଂ ସ୍ୱିଟ୍‌

କିଙ୍ଗ୍‌ ଅଫ୍‌ ଗ୍ଲୋରୀ (ମୋବାଇଲ ଲିଜେଣ୍ଡସ୍‌‍), କ୍ରସ୍‌ଫାୟାର୍‌, ନାଇଭ୍‌ସ ଆଉଟ୍‌ ତଥା ମଡର୍ନ କମ୍ବାଟ୍‌ ଭଳି ଗେମ୍‌ରେ ନିମଜ୍ଜିତ ରହିଥିବା ବେଳେ ଆପଣ କଦାପି ଚାହିଁବେ ନାହିଁ ଯେ ସେଥିରେ କୌଣସି ବ୍ୟାଘାତ ଘଟୁ । କିନ୍ତୁ ବେଳେବେଳେ ବ୍ୟାଘାତ ପହଞ୍ଚାଇଥାଏ ବିଭିନ୍ନ ନୋଟିଫିକେଶନ୍‌, ଆଲର୍ଟ ଆଉ କଲ୍‌ଗୁଡ଼ିକ । ଏହି ହ୍ୟାଣ୍ଡସେଟ୍‌ରେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ଗେମ୍‌ ଏକ୍ସିଲରେଶନ୍‌ ମୋଡ୍‌ - ଯାହା ଆପଣଙ୍କ ଫୋନ୍‌ର ସର୍ବାଧିକ ସମ୍ବଳକୁ ଆପଣ ଖେଳୁଥିବା ଗେମ୍‌ ଲାଗି ଉପଲବ୍ଧ କରାଇ ଆପଣଙ୍କୁ ସ୍ମୁଦ୍‌ ଗେମିଂ ଅନୁଭୂତି ପ୍ରଦାନ କରିଥାଏ ଏବଂ ଅନ୍‌ଇଣ୍ଟରପ୍ଟେଡ୍‌ ଗେମିଂ - ଅର୍ଥାତ୍‌ ‘ଡୁ ନଟ୍‌ ଡିଷ୍ଟର୍ବ’ ପ୍ରଣାଳୀ ଯାହା ଆପଣ ଗେମ୍‌ ଖେଳୁଥିବା ସମୟରେ ସମସ୍ତ ନୋଟିଫିକେଶନ୍‌, ଆଲର୍ଟ ଓ କଲ୍‌ଗୁଡ଼ିକୁ ଅଟକାଇ ବାଧାରହିତ ଗେମିଂର ଅଭିଜ୍ଞତା ଯୋଗାଇଥାଏ ।

ଅନ୍ୟାନ୍ୟ ବିଶେଷତା

3D ପ୍ରିଣ୍ଟିଂ ଓ ନାନୋସ୍ତରୀୟ ପ୍ୟାଟର୍ନ ଡିଜାଇନ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅତିସୂକ୍ଷ୍ମ ଇଫେକ୍ଟ କ୍ୟାଟ୍‌ସ ଆଇ ଡିଜାଇନ୍‌ (କେବଳ ବ୍ଲ୍ୟୁ ଅନର୍‌ 8C ରେ)ର ଅଭିନବତା, ଟାଇମ୍‌ଲେସ୍‌ ବ୍ଲାକ୍‌ ଫିନିଶ୍‌ର ସୌନ୍ଦର୍ଯ୍ୟ, କ୍ଷୀଣ ଆଲୋକରେ ମଧ୍ୟ ପ୍ରଭାବୀ ଭାବେ କାମ କରୁଥିବା ସ୍ମାର୍ଟ ଫେସ୍‌ ଅନ୍‌ଲକ୍‌, ଫିଙ୍ଗର୍‌ପ୍ରିଣ୍ଟ ମାଧ୍ୟମରେ ଫୋନ୍‌ ଅନ୍‌ଲକ୍‌ କରିବା, ଫଟୋ ଉଠାଇବା/ଭିଡିଓ ରେକର୍ଡ କରିବା, କଲ୍‌ର ଉତ୍ତର ଦେବା, ଆଲାର୍ମକୁ ବନ୍ଦ କରିବା, ଅଧିସୂଚନାଗୁଡ଼ିକୁ ପ୍ରଦର୍ଶିତ କରିବା, ଫଟୋ ଗ୍ୟାଲେରି ଦେଖିବା ଭଳି ବୈଶିଷ୍ଟ୍ୟରେ ପରିପୂର୍ଣ୍ଣ ଏହି ହ୍ୟାଣ୍ଡସେଟ୍‌ ।

ମଧ୍ୟମ ମୂଲ୍ୟ-ବର୍ଗରେ ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଅଭିନବତା ଯୋଗାଉଥିବା ଅନର୍‌ 8Cରେ ମୋବାଇଲ୍‌ ଉପଭୋକ୍ତାଙ୍କ ପ୍ରାୟତଃ ସମସ୍ତ ଆବଶ୍ୟକତାକୁ ଧ୍ୟାନରେ ରଖାଯାଇଛି ଓ ସେମାନଙ୍କ ଆଦୃତି ଲାଭ କରିବା ପାଇଁ ଏଥିରେ ସାମର୍ଥ୍ୟ ରହିଛି ।

ଅରୋରା ବ୍ଲ୍ୟୁ ଏବଂ ମ୍ୟାଜିକ୍‌ ନାଇଟ୍‌ ବ୍ଲାକ୍‌ ରଙ୍ଗରେ ଉପଲବ୍ଧ ଅନର୍‌ 8Cର 4GB RAM ଏବଂ 32GB ଷ୍ଟୋରେଜ୍‌ ଭାରିଆଣ୍ଟ ଟ.11,999ରେ ଉପଲବ୍ଧ ହେଉଥିବା ବେଳେ 64GB ଷ୍ଟୋରେଜ୍‌ ଭାରିଆଣ୍ଟର ମୂଲ୍ୟ ମାତ୍ର ଟ.12,999 ରହିଛି ।

ଏହା ଡିସେମ୍ବର 10 ଠାରୁ ଏକ୍ସକ୍ଲୁସିଭ୍‌ ଭାବେ Amazon.in ଏବଂ HiHonor Store ମାଧ୍ୟମରେ ବିକ୍ରୟ ପାଇଁ ଉପଲବ୍ଧ ହୋଇଛି ।