ଏୟାର ଏସିଆ ଭୁବନେଶ୍ୱର
ଏୟାର ଏସିଆ ସହ ଭ୍ରମଣ କରନ୍ତୁ ସ୍ବପ୍ନାତୀତ ଭୂଖଣ୍ଡ

air asia



ଆପଣ ଯଦି ଗୋଟିଏ ସ୍ଥାନରେ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଆଧୁନିକତାର ଅନୁଭବ ନେବାକୁ ଭଲ ପାଆନ୍ତି, ତେବେ ଆମୋଦିତ କରୁଥିବା ଭଳି ସୌନ୍ଦର୍ଯ୍ୟ ଏବଂ ଉଚ୍ଚାଟନର ଭୂଖଣ୍ଡ- କୁଆଲାଲାମ୍ପୁର ସହର ଗସ୍ତ କରନ୍ତୁ। ଏସିଆ ମହାଦେଶର କୁଆଲାଲାମ୍ପୁର ଏକ ଉନ୍ମାଦନା ପୂର୍ଣ୍ଣ, ସୌନ୍ଦର୍ଯ୍ୟ ବିମଣ୍ଡିତ ଏବଂ ବିବିଧ ସଂସ୍କୃତିର ସହର। ଯେଉଁଠି ଦେଖିବାକୁ ମିଳିବ ମାଳୟ, ଚାଇନିଜ୍‌, ଭାରତୀୟ, ତାମିଲ, ଥାଇ ତଥା ଆହୁରି ଅନେକ ସଂସ୍କୃତି। ଏୟାର ଏସିଆ ଏବେ ନୂଆ ଫ୍ଲାଇଟ୍‌ ରୁଟ୍‌ ପାଇଁ ‘ବିଟ୍‌ ଦି ବଜେଟ୍‌ ଫେୟାର’ ଅଫର କରୁଛି। ଏବେ ଆପଣ ଭୁବନେଶ୍ୱରରୁ କୁଆଲାଲାମ୍ପୁର ମାତ୍ର ୫,୯୯୯ ଭାରତୀୟ ମୁଦ୍ରାରେ ଯାତ୍ରା କରି ନିଜର ସ୍ବପ୍ନ ସାକାର କରିପାରିବେ।

କୁଆଲାଲାମ୍ପୁରର କେତେକ ଆକର୍ଷଣୀୟ ସ୍ଥାନ ସମ୍ପର୍କରେ ଜାଣନ୍ତୁ

ପେଟ୍ରୋନାସ ଟୁଇନ୍‌ ଟାଓ୍ବାର:
air asia


ସ୍କାଏ ଲାଇନ୍‌ ଥିବା ଏହି ଟାଓ୍ବାର କୁଆଲାଲାମ୍ପୁରର ଅନ୍ୟତମ ଆକର୍ଷଣ।

ଏହି ମନୋରଞ୍ଜନର ସହର ଏକ ପାହାଡି ରିସର୍ଟ ଅଟେ। ଯାହାକି ସମୁଦ୍ର ପତ୍ତନରୁ ୧୭୪୦ ମିଟର ଉଚ୍ଚରେ ରହିଛି। ଯେଉଁଠାରେ ହୋଟେଲ, ଗୋଟିଏ କ୍ୟାସିନୋ, ଗଲ୍‌ କୋର୍ସ, ଥିମ ପାର୍କ ଓ ଶପିଂ ମଲ୍‌ ମଧ୍ୟ ରହିଛି। ଜେଣ୍ଟିଂ ଦୀପରୁ ୫୧ କିଲୋମିଟର ଦୂର କୁଆଲାଲାମ୍ପୁରକୁ ଗମନାଗମନ ସୁବିଧା ଉତ୍ତମ ଅଟେ।

ଏଥିସହ ଶପିଂ ମଲ୍‌ ଓ ଇନଡୋର ଥିମ ପାର୍କ ସମ୍ବନ୍ଧିତ କେତେକ ବିଶେଷ ହୋଟେଲ ରହିଛି। ଯେଉଁଠାରେ ଆପଣ ଉଚିତ ମୂଲ୍ୟରେ ରୁମ୍‌ ବୁକ୍‌ କରିପାରିବେ। ଏଠାରେ ବର୍ଗର ଓ ଲବଷ୍ଟେର ଭଳି ଲୋକପ୍ରିୟ ରେଷ୍ଟୁରାଣ୍ଟରେ ଭୋଜନର ଆନନ୍ଦ ନେଇପାରିବେ। ରୋମାଞ୍ଚକ ଅନୁଭୂତି ଚାହୁଁଥିବା ଲୋକଙ୍କ ପାଇଁ କାଚ ଦ୍ୱାରା ଆବଦ୍ଧ ସ୍ଥାନରେ କେବୁଲ କାର ଯାତ୍ରା କରିପାରିବେ। ଜେଣ୍ଟିଂରେ ରାତ୍ରିଯାପନ ସର୍ବଦା ଆମୋଦଦାୟକ ରହିଥାଏ, ଯାହାକି ରାତି ବଢ଼ିବା ସହ ରୋମାଞ୍ଚକ ଅନୁଭୂତି ମଧ୍ୟ ବଢ଼ିଥାଏ। ଏଠାରେ ଥିବା କ୍ଲାଉଡ ୯ରେ ସଙ୍ଗୀତ ସହ ସୁସ୍ୱାଦୁ ଭୋଜନର ମଜା ନେଇପାରିବେ।

ଯଦି ଆପଣ ଏସିଆର ଏହି ସ୍ଥାନକୁ ଯିବାକୁ ଚାହାନ୍ତି, ଆପଣଙ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ। ୨୦ କେଜି ପର୍ଯ୍ୟନ୍ତ ସାମଗ୍ରୀ ବ୍ୟାଗ୍‌, ଭୋଜନ ଓ ଆରାମଦାୟକ ସିଟ୍‌ରେ ଯାତ୍ରା କରିବେ।

ତେଣୁ ଭୁବନେଶ୍ୱରରେ ରହୁଥିବା ଲୋକେ ଏହି ଅଫରର ଲାଭ ଉଠାନ୍ତୁ। ଏୟାର ଏସିଆ ଜରିଆରେ ସଂସ୍କୃତିପୂର୍ଣ୍ଣ କୁଆଲାଲାମ୍ପୁର ବୁଲି ଯାଆନ୍ତୁ ଏବଂ ନିଜ ସ୍ୱପ୍ନ ସାକାର କରନ୍ତୁ।




air asia



କ୍ୱାଲାଲାମ୍‌ପୁର ପ୍ରଜାପତି ପାର୍କ:

ଏହା ଏକ ସୁନ୍ଦର ଅଞ୍ଚଳ। ପ୍ରାୟ ୭ ହଜାର ବର୍ଗମିଟର ପରିମିତ ଅଞ୍ଚଳରେ ଏହା ପରିବ୍ୟାପ୍ତ। ଏଠାର ପ୍ରାୟ ୬ହଜାରରୁ ଅଧିକ ପ୍ରଜାତିର ପ୍ରଜାପତି ଦେଖାଯାଇଥାନ୍ତି। ଏଠାରେ ଅନେକ ବିରଳ ପ୍ରଜାତିର ଗୁଳ୍ମ ଦେଖିବାକୁ ମିଳିଥାଏ। ଏହା ସର୍ବବୃହତ୍ତ ପ୍ରଜାପତି ପାର୍କ ଭାବେ ପରିଗଣିତ ହୋଇଥାଏ। ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପ୍ରଜାପତି ଫୁଲରୁ ଫୁଲକୁ ଉଡି ବୁଲୁଥିବାର ମନୋରମ ଦୃଶ୍ୟ ଏଠାରେ ଦେଖିବାକୁ ମିଳିଥାଏ।


ଏହା ନିକଟରେ ସୁନ୍ଦର ହ୍ରଦ, ପୋଖରୀ, କୁତ୍ରିମ ଜଳପ୍ରପାତ, କୀଟପତଙ୍ଗ ମ୍ୟଜିୟମ୍‌ ରହିଛି। ପ୍ରଜାପତି ପ୍ରଜାତି ସମ୍ପର୍କରେ ବିସ୍ତୃତ ଜ୍ଞାନ ଲାଭ ପାଇଁ ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ।




air asia






ବ୍ରିକ୍‌ ଫିଲ୍ଡ – କୁନି ଭାରତ

କୁଆଲାଲାମ୍ପୁର କେନ୍ଦ୍ରୀୟ ମୁଖ୍ୟ ରେଳ ଷ୍ଟେଶନଠାରୁ କିଛି ମିନିଟ ଦୂର ଦକ୍ଷିଣ ଦିଗରେ ରହିଛି ବ୍ରିକ୍‌ଫିଲ୍ଡ ଜିଲା। ଯାହାକୁ କୁନି ଭାରତ ବୋଲି କୁହାଯାଇଥାଏ। ଏଠାକାର ରାସ୍ତା କଡ଼ରେ ଭାରତୀୟ ସାମଗ୍ରୀ ଓ ଖାଦ୍ୟ ପଦାର୍ଥର ଭିଡ଼ ଲାଗିଥାଏ। ତେଣୁ କିଣାବିକା ଲାଗି ଭାରତୀୟଙ୍କ ପାଇଁ ଏହା ପ୍ରକୃଷ୍ଟ ସ୍ଥାନ। ଏଥିସହ ଯଦି ଆପଣ ଭାରତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ସେ ବ୍ୟବସ୍ଥା ମଧ୍ୟ ଉପଲବ୍ଧ। ଏଠାକାର ରେଷ୍ଟୁରାଣ୍ଟରେ କଦଳୀ ପତ୍ରରେ ସୁସ୍ୱାଦୁ ଖାଦ୍ୟ ପରସା ଯାଇଥାଏ। ଏଥିସହ ଯେଉଁମାନେ ବ୍ରିକ୍‌ଫିଲ୍ଡରେ ରାତ୍ରିଯାପନ କରିବାକୁ ଚାହିଁବେ, ତେବେ ଏଠାରେ ରୋମାଞ୍ଚଭରା ସନ୍ଧ୍ୟାରେ ନୃତ୍ୟସଙ୍ଗୀତର ମଜା ନେଇପାରିବେ। ତେଣୁ କୁଆଲାଲାମ୍ପୁର ଯାତ୍ରା ସମୟରେ ଏହି କୁନି ଭାରତ ବୁଲିବା ପାଇଁ ଭୁଲିବେ ନାହିଁ।



air asia