ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ ଗୁଣପୁର,୨୦ା୧୦(ଡି.ଏନ.ଏ)-ତିତ୍‌ଲି ସାମୁଦ୍ରିକ ଝଡରେ ନୌପଡା-ଗୁଣପୁର ରେଳପଥର ପେଦାସାନା ନିକଟରେ ରେଳଧାରଣା କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ୧୨ତାରିଖଠାରୁ ଏହି ରେଳପଥରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି। ଏଥିଯୋଗୁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଗୁଣପୁର-ପୁରୀ, ପୁରୀ-ଗୁଣପୁର, ପଲାସା-ଗୁଣପୁର, ଗୁଣପୁର-ପଲାସା, ରାଜ୍ୟରାଣୀ ଏକ୍ସପ୍ରେସ କେବଳ ପାଲାସା ପର୍ଯ୍ୟନ୍ତ ଚଳାଚଳ କରୁଛି। 

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର ଦାମନଯୋଡ଼ି,୨୦।୧୦(ଡି.ଏନ୍‌.ଏ)-  ନାଲ୍‌କୋ କର୍ମଚାରୀ ନମ୍ବଲା ରବି କୁମାର ସୋନି ଟିଭି ଚ୍ୟାନେଲ୍‌ରେ ପ୍ରସାରିତ କୌନ୍‌ ବନେଗା କରୋଡ଼ ପତି (କେବିସି)ରେ ଭାଗନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି। ଏହି ଏପିସୋଡ଼ ଗୁରୁବାର ପ୍ରସାରିତ ହୋଇଥିଲା। ଅବସରପ୍ରାପ୍ତ ପୋଲିସ୍‌ କର୍ମଚାରୀ ଏନ୍‌ ଜଗନ୍ନାଥମଙ୍କ ବଡ଼ପୁଅ ହେଉଛନ୍ତି ରବି। ରବି ୨୦୦୦ ମସିହାରୁ କେବିସି ପାଇଁ ପ୍ରସ୍ତୁତ ହେଉଥିଲେ।

ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କୋଣାର୍କ, ୨୦।୧୦(ଡି.ଏନ୍‌.ଏ.)-ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଅପରାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ରାଜ୍ୟପାଳଙ୍କୁ ସରକାରୀ ଗାଇଡ଼ ଆଭାସ ଚନ୍ଦ୍ର ମହାନ୍ତି ସୂର୍ଯ୍ୟମନ୍ଦିର ସମ୍ବନ୍ଧରେ ବିଶଦ ଭାବେ ଅବଗତ କରାଇଥିଲେ। ପରେ ପରେ ରାଜ୍ୟପାଳ ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେଶନ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନକେନ୍ଦ୍ର ବୁଲି ଦେଖିଥିଲେ। 

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ: ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ:  ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି  ବଲାଙ୍ଗୀର ଅଫିସ/ଟିଟିଲାଗଡ, ୨୦।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସିନ୍ଧେକେଲା ନିକଟ ଉନ୍ଦେର ନଦୀ ପଠାରୁ ନିଖୋଜ ବାଳକର ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। 

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ ମାଥିଲି,୨୦। ୧୦(ଡି.ଏନ.ଏ)-ଦଶହରା ପର୍ବ ଶନିବାର ଶେଷ ହୋଇଛି। ପୀଠରୁ ଆବାହନ କରି ଅଣାଯାଇଥିବା ଲାଠିଦେବୀ ପୁନର୍ବାର ନିଜ ଆସ୍ଥାନ ସ୍ଥଳକୁ ଲେଉଟି ଯାଇଛନ୍ତି। ଏଥିପାଇଁ ଶୁକ୍ରବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଭେଜାଗୁଡା ପଞ୍ଚାୟତ ଅଧିନ କତାମେଟା ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା ଶେଷ ଦିନ ପୂଜାରେ ଅଞ୍ଚଳର ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କୋରାପୁଟ, ୨୦।୧୦(ସ୍ବ.ପ୍ର)-କୋରାପୁଟ ଜିଲାରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବୃନ୍ଦାବନ କୁଲଦୀପ ଓ ଧନ ହରିଜନ ।
ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ଗୋଟିଏ ଅଟୋ ଯୋଗେ ଡୁମୁରିପୁଟ ହାଟକୁ ଦଶମନ୍ତପୁର ବ୍ଲକ ଆଡମଣ୍ଡା ମାଲକାନଗିରି ଗ୍ରାମର ବୃନ୍ଦାବନ କୁଲଦୀପ(୩୫) ଛେଳି ବିକିବାକୁ ଯାଉଥିଲେ। ଡୁମୁରିପୁଟଠାରେ ସେ ଅଟୋରୁ ଓହ୍ଲାଇବା ବେଳେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା ।ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବାକୁ ଥିବାବେଳେ ଆମ୍ବୁଲାନ୍ସ ନ ମିଳିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ, ୨୦।୧୦: ଶନିବାର ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଇ ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ଏହି ମହାର୍ଗ ବେଶ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହେବ। ଚଳିତବର୍ଷ ପଞ୍ଚକ ପାଞ୍ଚ ଦିନ ହେବ। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବେଶ ହେବ। ପଞ୍ଚକରେ ଭକ୍ତମାନେ ଦାରୁଦିଅଁଙ୍କ ୫ ବେଶ ଦର୍ଶନ କରିବାର ସୁଯୋଗ ପାଇବେ। 

ପଞ୍ଜାବ ରେଳ ଦୁର୍ଘଟଣା: ରେଲଓ୍ବେ ପାଖରେ ନ ଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା

ପଞ୍ଜାବ ରେଳ ଦୁର୍ଘଟଣା: ରେଲଓ୍ବେ ପାଖରେ ନ ଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା

ଅମୃତସର,୨୦।୧୦: ପଞ୍ଜାବ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୧ ଛୁଇଁଛି। ଆଗକୁ ଏହା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି। ତେବେ ଶୁକ୍ରବାର ରେଳ ଧାରଣାରେ ଠିଆ ହୋଇ କିଛି ଲୋକ ରାବଣ ପୋଡି ଉତ୍ସବ ଦେଖୁଥିବା ସମୟରେ ହଠାତ୍‌ ଏକ ଟ୍ରେନ୍‌ ସେମାନଙ୍କ ଉପରେ ମାଡି ଯାଇଥିଲା।

ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌, ୩୦ରୁ ଊର୍ଦ୍ଧ୍ୱ ମୃତ

ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌, ୩୦ରୁ ଊର୍ଦ୍ଧ୍ୱ ମୃତ

ଅମୃତସର,୧୯ା୧୦-ପଞ୍ଜାବର ଅମୃତସର-ଦିଲ୍ଲୀ ରାଜପଥ କଡ଼ରେ ରେଳଧାରଣାରେ ଠିଆ ହୋଇ ରାବଣପୋଡ଼ି ଦେଖୁଥିବା ସମୟରେ ଟ୍ରେନ୍‌ ଚଢ଼ିଯିବାରୁ ୩୦ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।  

ରାବଣ ପୋଡି ଉତ୍ସବ

ରାବଣ ପୋଡି ଉତ୍ସବ

ଭୁବନେଶ୍ୱର,୧୯।୧୦: ସରିଛି ପାର୍ବଣର ଋତୁ। ଅଧର୍ମ ଉପରେ ଧର୍ମର ବିଜୟକୁ ନେଇ ମହାମାୟା ଧରାବତରଣ କରିଥିଲେ। ଶୁକ୍ରବାର ବିଜୟା ଦଶମୀ ଅବସରରେ ପରାକ୍ରମୀ ରାବଣର ପୁତ୍ତଳିକା ଦାହ କରି ମେଲାଣି ନେଇଛନ୍ତି ଯୋଗମାୟା।

ପଞ୍ଚକୁଲାରେ ଜଳିଲା ୨୧୦ ଫୁଟ୍‌ର ରାବଣ

ପଞ୍ଚକୁଲାରେ ଜଳିଲା ୨୧୦ ଫୁଟ୍‌ର ରାବଣ

ହରିୟାଣା,୧୯।୧୦: ହରିୟାଣାର ପଞ୍ଚକୁଲାରେ ରାବଣ ପୋଡି ଅବସରରେ ୨୧୦ ଫୁଟର ଏକ ରାବଣ ପିତ୍ତୁଳା ପୋଡା ଯାଇଛି। ସେହିପରି ଶ୍ରୀ ନବଧାର୍ମିକ ଲିଳା କମିଟି ଦ୍ୱାରା ଆୟୋଜିତ ରାବଣ ପୋଡି ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ।

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୧୯।୧୦: ଶୁକ୍ରବାର ପବିତ୍ର ବିଜୟା ଦଶମୀ ତଥା ଦଶହରା। ଶ୍ରୀମନ୍ଦିରରେ ବିଜୟା ଦଶମୀ ନୀତି ପାଳିତ ହୋଇଛି। ଦ୍ୱାର ଫିଟା, ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ରତ୍ନସିଂହାସନରେ ବିରାଜିତ ଚତୁର୍ଥ ବିଗ୍ରହଙ୍କର ସୁନା ବେଶ ହୋଇଛି। ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। 

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ଆତଙ୍କବାଦୀ ମୃତ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ଆତଙ୍କବାଦୀ ମୃତ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀର ଉତ୍ତର କଶ୍ମୀର ଉରି ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ପାକିସ୍ତାନ ପଟୁ ଭାରତରେ ପ୍ରବେଶ କରୁଥିବା ୪ ଆତଙ୍କବାଦୀ ଭାରତୀୟ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି।

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧୯।୧୦: ଚାଇନା ଭାରତ ସୀମା ଭିତରକୁ ପଶିବା ଜାରି ରଖିଛି। ଏବେ ଜାଣିଶୁଣି ବ୍ରହ୍ମପୁତ୍ର ନଦୀର ପାଣି ଭାରତକୁ ଚାଇନା ନ ଛାଡିବା ପାଇଁ ଆରମ୍ଭ କରିଛି ନୂଆ ଯୋଜନା। 

ଦଶଭୂଜାଙ୍କ ମହାନବମୀ, ଚାରିଆଡେ ଆଧ୍ୟାତ୍ମିକ ପରିବେଶ

ଦଶଭୂଜାଙ୍କ ମହାନବମୀ, ଚାରିଆଡେ ଆଧ୍ୟାତ୍ମିକ ପରିବେଶ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ଆଜି ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦଶଭୂଜାଙ୍କ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଆଗମନକୁ ନେଇ ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। 

ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ମୃତ

ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ଗୁୁରୁବାର ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେ ତେହରିକ୍‌-ଉଲ୍‌-ମୁଜାହିଦ୍ଦିନ୍‌ର ସଦସ୍ୟ।

ଫଟୋରେ ଖବର

ମୂର୍ତ୍ତି ବିସର୍ଜନ
ମୂର୍ତ୍ତି ବିସର୍ଜନ

View
ଭସାଣୀ ଶୋଭାଯାତ୍ରା
ଭସାଣୀ ଶୋଭାଯାତ୍ରା

View
କୋରାପୁଟ ଜିଲା  ଆଇଆର୍‌ବି ବାଟାଲିଅନଠାରେ ମା’ଙ୍କ ପୂଜା
କୋରାପୁଟ ଜିଲା ଆଇଆର୍‌ବି ବାଟାଲିଅନଠାରେ ମା’ଙ୍କ ପୂଜା

View
କୋରାପୁଟ ଜିଲା  କୁନ୍ଦୁଲିଠାରେ ମା’ଙ୍କ ଦଶମୀ ପୂଜା
କୋରାପୁଟ ଜିଲା କୁନ୍ଦୁଲିଠାରେ ମା’ଙ୍କ ଦଶମୀ ପୂଜା

View
କୋରାପୁଟ ଜିଲା ନାରାୟଣ ପାଟଣା ବସ୍‌ଷ୍ଟାଣ୍ଡଠାରେ ଦୁର୍ଗାପୂଜା
କୋରାପୁଟ ଜିଲା ନାରାୟଣ ପାଟଣା ବସ୍‌ଷ୍ଟାଣ୍ଡଠାରେ ଦୁର୍ଗାପୂଜା

View
ସୁନାବେଡା ଏନଏସି
ସୁନାବେଡା ଏନଏସି

View
ନୀଳାଞ୍ଚଳ ମାର୍କେଟ
ନୀଳାଞ୍ଚଳ ମାର୍କେଟ

View
ଶିବ ଶକ୍ତି ବଣିକ ସଂଘ ପକ୍ଷରୁ ଦୁର୍ଗାପୂଜା
ଶିବ ଶକ୍ତି ବଣିକ ସଂଘ ପକ୍ଷରୁ ଦୁର୍ଗାପୂଜା

View
ମୁଖ୍ୟମନ୍ତ୍ରୀଙ୍କ ଭଞ୍ଜନଗର ଗସ୍ତ ପୂର୍ବରୁ ଏସ୍‌ପି ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା
ମୁଖ୍ୟମନ୍ତ୍ରୀଙ୍କ ଭଞ୍ଜନଗର ଗସ୍ତ ପୂର୍ବରୁ ଏସ୍‌ପି ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା

View
ଝାରପଡ଼ା ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା
ଝାରପଡ଼ା ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା

View

Model This Week

ଦୀପ୍ ଦିଶା

Video News

ବିଦାୟ ନେଲେ ମହାମାୟୀ ।

ସହିଦ ନଗର ଭସାଣି ଯାତ୍ରା

ରସୁଲଗଡ଼ ପୂଜାମଣ୍ଡପରେ ଭକ୍ତଙ୍କ ଭିଡ଼।

ଢେଙ୍କାନାଳ ଜିଲ୍ଲା ଭୁବନରେ ଐତିହାସିକ ବଳଦ ଯାତ୍ରା

କୁଆଖାଇ ନଦୀରେ ମା ଦୁର୍ଗାଙ୍କ ଭସାଣି

କୁଆଖାଇ ନଦୀପଠାରେ ନିର୍ମିତ କୃତ୍ରିମ ପୋଖରୀରେ କ୍ରେନ୍‌ ସାହାଯ୍ୟରେ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରାଯାଉଛି।

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

କଟକ କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ମେଡିକାଲ ଗ୍ରାଉଣ୍ଡରେ ରାବଣପୋଡ଼ି ଦୃଶ୍ୟ

ଭୁବନେଶ୍ୱର ବରମୁଣ୍ଡାଠାରେ ରାବଣପୋଡ଼ି ଦୃଶ୍ୟ