ବିଭିନ୍ନ ବିଦ୍ୟାଳୟର ପରୀକ୍ଷା ଫଳ

ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୮

ବିଦ୍ୟାଳୟର ମୋଟ ୧୮୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଏ୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୧୪ଜଣ ଏ୨, ୮ଜଣ ବି୧, ୨୭ଜଣ ବି୨, ୩୮ଜଣ ସି, ୩୭ଜଣ ଡି, ୩୮ଜଣ ଇ ଓ ୨୧ଜଣ ଏଫ୍‌ ଗ୍ରେଡ୍‌ ହାସଲ କରିଛନ୍ତି।
କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୩
କ୍ୟାପିଟାଲ ହାଇସ୍କୁଲରେ ଚଳିତବର୍ଷ ମୋଟ ୨୭୮ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଏ୧, ୧୦ଜଣ ଏ୨, ୨୨ଜଣ ବି୧, ୩୫ଜଣ ବି୨, ୪୫ଜଣ ସି, ୭୭ଜଣ ଡି, ୫୩ଜଣ ଇ ଓ ୩୪ଜଣ ଏଫ୍‌ ଗ୍ରେଡ୍‌ ରଖିଛନ୍ତି।
ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୧
ୟୁନିଟ୍‌-୧ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚଳିତବର୍ଷ ୨୧୮ଜଣ ପରୀକ୍ଷା ଦେଇଥିଲେ। ଜଣେ ମାତ୍ର ଛାତ୍ର ଏ୧ ଗ୍ରେଡ୍‌ ପାଇଛନ୍ତି। ୬ଜଣ ଏ୨ ପାଇଥିବା ବେଳେ ୭ଜଣ ବି୧, ୧୩ଜଣ ବି୨, ୩୦ଜଣ ସି, ୬୩ଜଣ ଡି ଓ ୪୫ଜଣ ଇ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଠାରେ ୫୩ଜଣ ଏଫ୍‌ ଗ୍ରେଡ୍‌ ରଖିଛନ୍ତି।
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୯
ଚଳିତବର୍ଷ ଏଠାରେ ୧୨୯ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଏ୧ ଗ୍ରେଡ୍‌ ରଖିଛନ୍ତି। ସେହିଭଳି ୫ଜଣ ଏ୨, ୧୪ଜଣ ବି୧, ୧୧ଜଣ ବି୨, ୨୪ଜଣ ସି, ୨୮ଜଣ ଡି ଓ ୨୦ଜଣ ଇ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଠାରେ ୨୫ଜଣ ଛାତ୍ରୀ ଏଫ୍‌ ଗ୍ରେଡ୍‌ ରଖିଛନ୍ତି।
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍‌-୩
ବିଦ୍ୟାଳୟରେ ମୋଟ ୧୧୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଛି। ସେମାନଙ୍କ ମଧ୍ୟରୁ ୪ଜଣ ଏ୧ ଗ୍ରେଡ୍‌ ପାଇଥିବା ବେଳେ ୨୨ଜଣ ଏ୨, ୩୭ଜଣ ବି୧, ୩୩ଜଣ ବି୨, ୧୩ଜଣ ସି ଓ ୭ଜଣ ଡି ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ର ଆୟୁଷ୍ମାନ ମହାନ୍ତି ୯୨.୬୭% ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ବିବେକାନନ୍ଦ ଶିକ୍ଷାକେନ୍ଦ୍ର
ପୁରୁଣା ଭୁବନେଶ୍ୱର କେଦାର ଲେନ୍‌ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ସମସ୍ତ ଛାତ୍ରୀଛାତ୍ର ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ପିଲାମାନଙ୍କ ମଧ୍ୟରେ ୩ଜଣ ଏ୧ ଗ୍ରେଡ୍‌ ରଖି ପାସ୍‌ ହୋଇଛନ୍ତି। ସୁରଭି ପ୍ରିୟଦର୍ଶିନୀ, ତନ୍ମୟ ରଞ୍ଜନ ନାୟକ ଓ ସାଇରାମ ପ୍ରିୟଦର୍ଶିନୀ ପଣ୍ଡା ଏ୧ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।
କିସ୍‌
ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସେସ୍‌(କିସ୍‌)ର ଛାତ୍ରୀଛାତ୍ର ବାଜିମାତ କରିଥିବା ବେଳେ ୩୦୦ ଛାତ୍ରୀଛାତ୍ର ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଠାରେ ପାସ୍‌ହାର ୯୫ପ୍ରତିଶତ ରହିଛି। ଚଳିତବର୍ଷ କିସ୍‌ର ମୋଟ ୧,୬୭୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସାକିଲା ମାଝି ସର୍ବାଧିକ ୯୩% ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି। ଏ ବର୍ଷ ଡିଡାଇ, ଜୁଆଙ୍ଗ, ଖଡ଼ିଆ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୧୬୪ଜଣ ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି।
ଦେବରାଜ ବିଦ୍ୟାପୀଠ, ବମିଖାଲ
ଏହି ସ୍କୁଲରେ ଚଳିତବର୍ଷ ୭୬ଜଣ ପିଲା ମାଟ୍ରିକ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଏ୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ୭ଜଣ ଏ୨, ୬ଜଣ ବି୧, ୭ଜଣ ବି୨, ୧୬ଜଣ ସି, ୨୧ଜଣ ଡି, ୫ଜଣ ଇ ଓ ୧୨ଜଣ ଏଫ୍‌ ଗ୍ରେଡ୍‌ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri