Posted inଫୁରସତ

ଏହି ଦୁର୍ଗରେ ରହିଛି ଚମତ୍କାର ପାରସ ପଥର: ଯାହା ଲୁହାକୁ କରେ ସୁନା

ଦୁନିଆରେ ଏପରି କିଛି ଚମତ୍କାର ଜିନିଷ ଅଛି, ଯାହା ବିଷୟରେ ଲୋକେ କାହାଣୀରେ ପଢ଼ିଥିବେ। ଏପରି ଏକ ଚମତ୍କାର ପଥର ହେଉଛି ପାରସ ପଥର। ପାରସ ପଥର ଲୁହାକୁ ସୁନା କରିଥାଏ। ଏହି ପଥର ବିଷୟରେ ଆପଣ ଅନେକ ପଢ଼ିଥିବେ ମାତ୍ର ଏହି ପଥରକୁ ଖୋଜିବାରେ କେହି ସଫଳ ହୋଇ ନାହାନ୍ତି। ତେବେ ଏକ ଦୁର୍ଗରେ ଏହି ପଥର ଥିବା ଦାବି କରାଯାଉଛି।ଏଥିପାଇଁ ପ୍ରତିବର୍ଷ ଲୋକ ଏହି ବିଶ୍ୱାସ ନେଇ ଦୁର୍ଗ ଖୋଳିବାକୁ ଆସିଥାନ୍ତି।
ଭୋପାଳଠାରୁ ୫୦ କିଲୋମିଟର ଦୂର ରାଇସେନଠାରେ ଏହି ଦୁର୍ଗ ଅବସ୍ଥିତ। ଏହି ଦୁର୍ଗର ରାଜାଙ୍କ ପାଖରେ ପାରସ ପଥର ଥିଲା। ଏହାକୁ ନେବା ଲାଗି ଅନେକ ଥର ଯୁଦ୍ଧ ହୋଇଛି। ଏକଦା ରାଜା ଏହାକୁ ଦୁର୍ଗରେ ଫୋପାଡି ଦେଇଥିଲେ। ଏ ନେଇ ସେ କାହାକୁ ଜଣାଇ ନ ଥିଲେ। ପରେ ଯୁଦ୍ଧରେ ତାଙ୍କର ମୃତ୍ୟୁ ଘଟିଥିଲା। ଧିରେଧିରେ ଦୁର୍ଗ ମଧ୍ୟ ନଷ୍ଟ ହେବାରେ ଲାଗିଲା। ଏହାପରେ ଅନେକ ରାଜା ଦୁର୍ଗରେ ପଥର ଖୋଜି ନିରାଶ ହୋଇଛନ୍ତି। ଲୋକେ ଏବେ ମଧ୍ୟ ସେହି ପାରସ ପଥର ଆଶାରେ ଦୁର୍ଗରେ ଘୁରି ବୁଲନ୍ତି।
କୁହାଯାଏ କି, ଏହାକୁ ଖୋଜୁଥିବା ଲୋକ ସେମାନଙ୍କ ମାନସିକ ସନ୍ତୁଳନ ହରାଇ ଦେଇଛନ୍ତି। ପ୍ରତ୍ନତତ୍ୱଙ୍କୁ ଏ ନେଇ କୌଣସି ପ୍ରମାଣ ମିଳି ନ ଥିବା ବେଳେ ଲୋକେ ଲୁଚିଲୁଚି ପାରସ ଖୋଜିବାକୁ ଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୧୮।୩: ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର...

ଆଖିବୁଜିଲା ୧୨୫ ବର୍ଷୀୟ କଇଁଛ ‘ଚାଣକ୍ୟ’

ହାଇଦ୍ରାବାଦ,୧୮ା୩: କନ୍ଦମୂଳ ଖାଇବାକୁ ଭଲ ପାଉଥିବା ଗାଲାପାଗୋସ ପ୍ରଜାତିର ବିଶାଳ କଇଁଛ ଚାଣକ୍ୟ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୧୨୫ ବର୍ଷ ବୟସରେ ରବିବାର ମୃତ୍ୟୁବରଣ...

ପଖାଳ କଥା

ଓଡ଼ିଆଙ୍କର ପ୍ରିୟ ପଖାଳ। କେବେ ଦିନେ ଗାଁର ଖାଦ୍ୟ ବୋଲି କୁହାଯାଥିବା ଏହି ପଖାଳ ଏବେ ସହରୀ ଲୋକଙ୍କର ବି ମନ କିଣି ନେଇଛି। ଆମ...

ଯଦି ସୂର୍ଯ୍ୟ ପଶ୍ଚିମରେ ଉଦୟ ହୁଅନ୍ତି, ତେବେ କ’ଣ ସବୁ ଘଟିବ ପୃଥିବୀରେ ଜାଣନ୍ତୁ…

ସମସ୍ତେ ଜାଣିଛନ୍ତି ଯେ, ସୂର୍ଯ୍ୟ ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାନ୍ତି। ଏହି କାରଣରୁ ପାଣିପାଗରେ ପରିବର୍ତ୍ତନ ଘଟେ। ଋତୁଚକ୍ର ବଦଳିଥାଏ। ଯେଉଁ ଋତୁରେ...

Video: ପରୀକ୍ଷା ଶେଷ ହେବା ପରେ ଖୁସିରେ ନାଚିଲା କୁନି ଝିଅ, ଭିଡିଓ ଦେଖିଲେ ମନେ ପଡ଼ିଯିବ ପିଲାଦିନ…

ଛାତ୍ର ଜୀବନରେ ପରୀକ୍ଷା ଶେଷ ହେବାର ଖୁସି ଅଧିକ ଥାଏ। କାରଣ ଏହା ପରେ କିଛିଦିନ ଛୁଟି ମିଳିଯାଏ। ଏବେ ସୋସିଆଲ ମିଡିଆରେ ଏଭଳି ଏକ...

୫୦ ବର୍ଷ ହେଲାଣି କେବଳ ପାଣି ପିଇ ବଞ୍ଚିଛନ୍ତି ଏହି ମହିଳା

ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ଯଦ୍ୱାରା ଶରୀରକୁ ଉର୍ଜା ମିଳିବା ସହ ଶରୀର ସୁସ୍ଥ ରହେ।...

କପାଳରେ କ୍ୟୁଆର କୋଡ୍‌ ଟାଟୁ କଲେ ଯୁବକ, କାରଣ ଜାଣିଲେ ହେବେ ଚକିତ…

ଆଜିକାଲି ସୋସିଆଲ ମିଡିଆରେ ଏଭଳି ଅନେକ ଅଜବ ଭିଡିଓ ଦେଖିବାକୁ ମିଳୁଛି ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ। ଏଇ ଯେମିତି ଏବେ ଏକ ଭିଡିଓରେ...

କାହିଁକି ଡିଏଁ ଆଖି? କ’ଣ ରହିଛି କାରଣ

ଆଖି ଡେଇଁବାକୁ ନେଇ ଆମ ସମାଜରେ ଅନେକ କିଛି କଥା ଜଡିତ ଅଛି। କିଏ ଏହାକୁ ଶୁଭ ଅଶୁଭ ସହ ଯୋଡେ ତ କିଏ ଅମଙ୍ଗଳ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri