ମୁମ୍ବାଇ,୫।୧୧: ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଆସନ୍ତା ନଭେମ୍ବର ୧୩ରୁ ୧୯ ତାରିଖ ମଧ୍ୟରେ ରାଜକୋଟର ନିରଞ୍ଜନ ଶାହା ଷ୍ଟାଡିୟମରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ଙ୍କୁ ସାମିଲ କରାଯାଇ ନାହିଁ।
ଦୁଇ ଷ୍ଟାର ଖେଳାଳିଙ୍କୁ ଅଧିକ ମ୍ୟାଚ୍ ଅଭ୍ୟାସ ପାଇଁ ‘ଏ’ ଦଳରେ ସାମିଲ କରାଯିବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା। ମାତ୍ର ଚୟନ କମିଟି ଏହି ନିଷ୍ପତ୍ତିକୁ ଏଡ଼ାଇ ଯାଇଛି। ଏନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
ରୋହିତ ଏବଂ କୋହଲି ଟେଷ୍ଟ ଓ ଟି-୨୦ରୁ ଅବସର ନେବା ପରେ କେବଳ ଦିନିକିଆ ଫର୍ମାଟ୍ ଖେଳୁଛନ୍ତି। ମ୍ୟାଚ୍ ଫିଟ୍ ରହିବା ପାଇଁ ସୁନୀଲ ଗାଭାସ୍କରଙ୍କ ଭଳି ଅନେକ ବିଶେଷଜ୍ଞ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ଭଳି ଘରୋଇ କ୍ରିକେଟ୍ ଖେଳିବାକୁ ଉଭୟଙ୍କୁ ପରାମର୍ଶ ଦେଇଛନ୍ତି।
ଇଣ୍ଡିଆ ‘ଏ’ ଦଳ:
ଅଧିନାୟକ: ତିଲକ ବର୍ମା, ଉପ-ଅଧିନାୟକ: ଋତୁରାଜ ଗାୟକୱାଡ, ଅଭିଷେକ ଶର୍ମା, ରିୟାନ ପରାଗ, ଇଶାନ କିଶନ (WK), ଆୟୁଷ ବଦୋନୀ, ନିଶାନ୍ତ ସିନ୍ଧୁ, ବିପ୍ରାଜ ନିଗମ, ମାନବ ସୁଥାର, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ଖଲୀଲ ଅହମ୍ମଦ, ପ୍ରଭସିମରନ ସିଂହ (WK)।


