ରାଜେନ୍ଦ୍ର ଢୋଲକିଆ କାହାର, ବିଜେଡି ନା ଭାଜପାର

ନୂଆପଡ଼ା,୫ା୧୧(ପୀତାମ୍ବର ସାହୁ):ନୂଆପଡ଼ାରୁ ୪ଥର ବିଧାୟକ ହୋଇଥିବା ରାଜେନ୍ଦ୍ର ଢୋଲକିଆ (ରାଜୁ ଭାଇ)ଙ୍କ ମୃତ୍ୟୁ ପରେ ଏବେ ହେଉଛି ଉପନିର୍ବାଚନ। ଏଥିପାଇଁ ୩ ପ୍ରମୁଖ ଭାଜପା, ବିଜେଡି ଓ କଂଗ୍ରେସ ସମେତ ଅନ୍ୟଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି। ବିଜେଡିରୁ ଲଗାତର ଭାବେ ବିଧାୟକ ହୋଇଥିବା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଜୟ ଢୋଲକିଆ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ସ୍ଥିର ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସେ ଭାଜପାରେ ଯୋଗଦେଇ ଦଳର ପ୍ରାର୍ଥୀ ହୋଇଛନ୍ତି। ଏହାପରେ ବିଜେଡିର ସବୁ ଅଙ୍କ ବଦଳି ଯାଇଥିଲା। ଦଳ ଆଉ ସ୍ଥାନୀୟ ନେତାଙ୍କ ଉପରେ ଭରସା ନ କରି ପୂର୍ବତନ ମନ୍ତ୍ରୀ ତଥା ଅତାବିରା ଅଞ୍ଚଳର ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା ୧୧ ତାରିଖରେ ଏହି ଉପନିର୍ବାଚନ ହେବ। ଏଣୁ ପ୍ରଚାର ମୈଦାନରେ ଏବେ ସବୁ ଦଳ ମସଗୁଲ ଅଛନ୍ତି। ପ୍ରତ୍ୟହ ନିର୍ବାଚନକୁ ନେଇ ବିଭିନ୍ନ ଦଳ ମଧ୍ୟରେ ଲାଗି ରହିଛି ଆରୋପ ପ୍ରତ୍ୟାରୋପ। ତେବେ ଗୋଟିଏ ଘଟଣାକୁ ନେଇ ଏବେ ନୂଆପଡ଼ା ରାଜନୀତିରେ ରୋଚକ ସ୍ଥିତି ଦେଖାଦେଇଛି। ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାର ଲୋକପ୍ରିୟ ନେତା ଥିଲେ। ତେଣୁ ଏବେ ପ୍ରଚାର ବେଳେ ଉଭୟ ଭାଜପା ଓ ବିଜେଡି ସେମାନଙ୍କ ବ୍ୟାନର, ପୋଷ୍ଟର ଓ ସଭାସମିତିରେ ରାଜେନ୍ଦ୍ରଙ୍କ ଫଟୋ ବ୍ୟବହାର କରୁଛନ୍ତି। ଏହାକୁ ନେଇ ଭୋଟର ଓ ସାଧାରଣ ଲୋକେ ଦ୍ୱନ୍ଦ୍ୱରେ ଥିବା ଦେଖିବାକୁ ମିଳୁଛି। ପ୍ରକୃତରେ ରାଜେନ୍ଦ୍ର କାହାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ବିଜେଡି ତା’ର ସଭାସମିତି ଓ ବ୍ୟାନର, ପୋଷ୍ଟରରେ ଦଳର ଦିବଂଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ପ୍ରଚାର ସମୟରେ ବିଜେଡି ପ୍ରାର୍ଥତ୍ନୀ ଓ ଅନ୍ୟ ନେତାମାନେ ରାଜେନ୍ଦ୍ର ବିଜେଡିର ବୋଲି କହୁଛନ୍ତି। ସେ ବିଜେଡି ବିଧାୟକ ଥିଲେ। ଏପରି କି ବିଜେଡିର ବିଧାୟକ ଥିଲା ବେଳେ ସେ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ଥିଲେ। ସେ ଦଳରେ ଥାଇ ନବୀନ ପଟ୍ଟନାୟକଙ୍କ ସହ ମିଶି ନୂଆପଡ଼ା ପାଇଁ ଅନେକ ଲୋକାଭିମୁଖୀ କାମ କରିଛନ୍ତି। ନିର୍ବାଚନ ମଣ୍ଡଳୀ ପ୍ରତି ତାଙ୍କ ଅବଦାନ ବହୁତ ବୋଲି କହୁଛନ୍ତି। ତେଣୁ ରାଜେନ୍ଦ୍ର ବିଜେଡିର ବୋଲି ସେମାନେ ଦାବି କରୁଛନ୍ତି। ଅନ୍ୟପକ୍ଷରେ ଜୟ ଢୋଲକିଆ ଭାଜପାରେ ଯୋଗଦେଇ ପ୍ରାର୍ଥୀ ହେଲା ଦିନଠାରୁ ଭାଜପା ତା’ର ପ୍ରତି କାର୍ଯ୍ୟକ୍ରମରେ ଏପରି କି ଦଳର ନିର୍ବାଚନୀ ପ୍ରଚାରରେ ଲାଗିଥିବା ବ୍ୟାନର, ପୋଷ୍ଟରରେ ରାଜେନ୍ଦ୍ରଙ୍କ ଫଟୋ ବ୍ୟବହାର କରୁଛି। ସାଧାରଣତଃ ଲୋକେ ରାଜେନ୍ଦ୍ରଙ୍କୁ ବିଜେଡିର ବୋଲି ଜାଣିଥିଲେ। ଏବେ ପୁଣି ଭାଜପା ତାଙ୍କ ଫଟୋ ବ୍ୟବହାର କରୁଛି। ତେଣୁ ବିଶେଷକରି ଗାଁ ଗହଳିର ଲୋକେ ରାଜେନ୍ଦ୍ର କେଉଁ ଦଳର ବୋଲି ପ୍ରଶ୍ନ କରୁଛନ୍ତି। କିଛିଦିନ ପୂର୍ବରୁ ନୂଆପଡ଼ା ଜିଲାପାଳ ବିଜେଡି ନିର୍ବାଚନୀ ପ୍ରଚାରରେ ରାଜେନ୍ଦ୍ରଙ୍କ ଫଟୋ ବ୍ୟବହାର ନ କରିବାକୁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ବିଜେଡି ଏହାକୁ ବିରୋଧ କରିଥିଲା। ଏହାକୁ ଅବମାନନା କରି ବିଜେଡି ଏବେ ମଧ୍ୟ ରାଜେନ୍ଦ୍ରଙ୍କ ଫଟୋ ବ୍ୟବହାର କରୁଛି।
ଗତ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବାକୁ କୋମନାର ତରବୋଡକୁ ଆସିଥିଲେ। ସେହି ସଭାରେ ଖଡ଼ିଆଳର ବିଧାୟକ ଅଧିରାଜ ପାଣିଗ୍ରାହୀ ଏହି ପ୍ରସଙ୍ଗ ଉଠାଇଥିଲେ। ରାଜୁଭାଇ ଦୀର୍ଘଦିନ ଧରି ବିଜେଡିରେ ଥିଲେ। ସେ କେବେ ହେଲେ ଭାଜପାକୁ ଯାଇ ନ ଥିଲେ। ବିଜେଡି ତାଙ୍କୁ ମନ୍ତ୍ରୀ କରିଥିଲା। ଏପରି କି ତାଙ୍କ ମର ଶରୀରରେ ବିଜେଡିର ପତାକା ଦିଆଯାଇଥିଲା। ବିଜେଡି ତାଙ୍କ ଶ୍ରଦ୍ଧାଞ୍ଜଳି ସଭା ମଧ୍ୟ ଆୟୋଜନ କରିଥିଲା। ତେଣୁ ରାଜୁ ଭାଇ ଢୋଲକିଆ ବିଜେଡିର ବୋଲି କହିବା ସହିତ ତାଙ୍କ ଫଟୋକୁ କେବଳ ବିଜେଡି ହିଁ ବ୍ୟବହାର କରିବାର ଅଧିକାର ଅଛି ବୋଲି କହିଥିଲେ। ନବୀନ ପ୍ରଚାର କରି ଫେରିଯିବାର ଦିନକ ପରେ ରାଜେନ୍ଦ୍ରଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ ବିଜେଡି ପ୍ରତି ଆରୋପ ଲଗାଇଛନ୍ତି। ରାଜେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଖରାପ ଥିବା ସମୟରେ ବିଜେଡି ନେତାମାନେ କେବେ ଦିନେ ବି ପଚାରିଲେ ନାହିଁ। ଏପରି କି ସ୍ବାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ଫୋନଟିଏ ମଧ୍ୟ କଲେ ନାହିଁ କି ଡାକ୍ତରଖାନାର ଚିକିତ୍ସା କଥା ମଧ୍ୟ ବୁଝିଲେ ନାହିଁ। ବିଜେଡିର ଅଣଦେଖା ତାଙ୍କ ସ୍ବାମୀ ରାଜୁ ଭାଇଙ୍କ ମୃତ୍ୟୁର ଅନ୍ୟତମ କାରଣ ବୋଲି ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ଯେଉଁ ଦଳରେ ତାଙ୍କ ସ୍ବାମୀ ୨୪ ବର୍ଷ ଧରି ରହିଥିଲେ ସେହି ଦଳ ଏବେ ତାଙ୍କ ପୁଅକୁ ଅଙ୍ଗୁଳି ଉଠାଇବା ସମ୍ବେଦନଶୀଳ ରାଜନୀତି ନୁହେଁ। ରାଜୁ ଭାଇ ଢୋଲକିଆଙ୍କ ଫଟୋ କିଏ ଓ କେଉଁଠି ବ୍ୟବହାର କରିବ ତାହା କେବଳ ତାଙ୍କ ପରିବାରର ଅଧିକାର। ରାଜୁ ଭାଇଙ୍କ ମୃତ୍ୟୁ ପରେ ତାଙ୍କ ଫଟୋ ବ୍ୟବହାର କରିବା ବିଜେଡିର ନୈତିକ ଭାବେ ଭୁଲ। ଏହାକୁ ଆମେ ବିରୋଧ କରୁଛୁ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri