ଗଞ୍ଜାମ,୪।୧୧(ବିଦ୍ୟାଧର ସାହୁ ): ପବିତ୍ର କାର୍ତ୍ତିକ ପୂର୍ଣ୍ଣମି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ସହରସ୍ଥିତ ରାଉଳ ସାହିରେ ଚବିଶି ପ୍ରହର ନାମଯଜ୍ଞ ମଙ୍ଗଳବାର ପ୍ରାତଃରୁ ଆରମ୍ଭ ହୋଇଛି। ଏହି ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସାହି ଓ ଆଖପାଖ ଅଞ୍ଚଳର ବହୁ ମହିଳା ଓ ପୁରୁଷ ଋଷୁକୂଲ୍ୟା ନଦୀଠାରେ ଏକତ୍ରିତ ହୋଇ ଗଙ୍ଗା ମାତାଙ୍କୁ ପୂଜାର୍ଚନା କରି ପାଣି ଭାରଧରି ଅସ୍ଥାୟୀ ଯଜ୍ଞ ମଣ୍ଡପରେ ପହଞ୍ଚିବା ପରେ ନାମଯଜ୍ଞ ଆରମ୍ଭ ହୋଇଥିଲା ।ସ୍ଥାନୀୟ ଅଞ୍ଚଳ ତଥା ଝାଡକୁଦା, ବୁରୁଡି ଆଦି ଅଞ୍ଚଳର କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ରାମ ନାମ ଗାନ କରିଥିଲେ। ସନ୍ଧ୍ୟାରେ ନଗର ପରିକ୍ରମା ପରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ସାହିର ରବୀନ୍ଦ୍ର ଗୌଡ଼, ସଞ୍ଜୟ ମହାରଣା, ଶୁଭ ପଟ୍ଟନାୟକ, ସନ୍ତୋଷ ଗୌଡ଼, ଦେବରାଜ ମହାରଣା, ପିଟୁ ଗୌଡ଼, ମିଟୁ ଗୌଡ଼,ପଙ୍କଜ ମହାରଣାଙ୍କ ସମେତ ଅନ୍ୟମାନେ ଏହାକୁ ପରିଚାଳନା କରିଥିଲେ । ଏହି ଯଜ୍ଞ ଦୀର୍ଘ ନଅ ବର୍ଷ ଧରି ସେଠାରେ ପାଳିତ ହୋଇଆସୁଥିବା ସାହି ବାସିନ୍ଦା ସୂଚନା ଦେଇଛନ୍ତି । ଦିନ ତମାମ ସାହିରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସବ ମୁଖର ହୋଇ ଉଠିଥିଲା। ଏହା ଦଶ ବର୍ଷ ଧରି ଏଠାରେ ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଥିବା ଶୁଭ ପଟ୍ଟନାୟକ ସୂଚନା ଦେଇଛନ୍ତି।


