ସମସ୍ୟା ଘେରରେ ରେଳ ଷ୍ଟେଶନ:ଜିଏମଙ୍କୁ ଦାବିପତ୍ର ଦେବା ପାଇଁ ଚାଲିଛି ପ୍ରସ୍ତୁତି

କେସିଙ୍ଗା,୪।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ସଂଘର ମାସିକ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ଡିଙ୍ଗର ଭୋଇ ପୂର୍ବ ବୈଠକର ବିବରଣୀ ପଠନ ପରେ ତାକୁ ଦୃଢ଼ୀକରଣ କରାଯାଇଥିଲା । ଉକ୍ତ ବୈଠକରେ ଡ. ହେମସାଗର ସାହା କେସିଙ୍ଗା ରେଳ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ ଜେଡ ଆର୍‌ୟୁସିସି ବୈଠକରେ ଉତ୍‌ଥାପନ କରିଥିବା ବିଷୟ ଉପରେ ଆଲୋକପାତ କରିଥିଲେ। ଏହି ରେଳ ଷ୍ଟେଶନରେ ସମସ୍ତ ଦୃତ ଗାମୀ ଟ୍ରେନ ମାତ୍ର ୨ ମିନିଟ ରହଣୀ କରୁଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବିଶେଷ କରି ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ ଓ ମହିଳାମାନେ ଟ୍ରେନ କମ ସମୟ ରହଣି ହେଉଥିବାରୁ ଟ୍ରେନରୁ ଓହ୍ଲାଇ ପାରୁନାହାନ୍ତି। ସେଥିପାଇଁ ୨ ମିନିଟ ରହଣି ପରିବର୍ତ୍ତେ ୫ ମିନିଟକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସମ୍ବଲପୁରସ୍ଥିତ ଡ଼ିଆରଏମଙ୍କୁ ଏକ ଦାବି ପତ୍ର ଦେବା ପାଇଁ ନିଷ୍ପତ୍ତି ହୋଇଛି। ଯେଉଁ ସମୟରେ ଦ୍ରୁତଗାମୀ ଡାଉନ ଟ୍ରେନ ଆସେ ସେତେବେଳେ ୪ନମ୍ବର ପ୍ଲାଟ ଫର୍ମରେ ନ ଆସି ୨ ନମ୍ବର ଓ ୩ ନମ୍ବର ପ୍ଲାଟଫର୍ମରେ ଆସୁଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏଥିରେ ବିଶେଷ କରି ବୃଦ୍ଧାବୃଦ୍ଧ ଓ ଦିବ୍ୟାଙ୍ଗ ମାନେ ସିଡି ଚଢ଼ି ନ ପାରି ହଇରାଣ ହେବା ସହ ଟ୍ରେନ ଫେଲ ହେଉଛନ୍ତି। ସେଥିପାଇଁ ସମସ୍ତ ଯାତ୍ରୀବାହି ଡାଉନ ଟ୍ରେନ ୪ ନମ୍ବରରେ ଆସିବାକୁ ଦାବି କରାଯାଇଛି।
ଅଫ ଟ୍ରେନ ଗୁଡିକ ୧ନମ୍ବର ପ୍ଳାଟ ଫର୍ମରେ ଆସିବା ପାଇଁ ଡିଆରଏମଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଖ୍ୟ ପରାମର୍ଶଦାତା ହେମ ସାଗର ସାହା ଜେଡ ଆରୟୁସିସି ବୈଠକରେ ଉପସ୍ଥାପନା କରିଥିଲେ, ଏବଂ ଲିଖିତ ଅଭିଯୋଗ ମଧ୍ୟ ଏହା ପୂର୍ବରୁ କରାଯାଇଛି। କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ପାଇ ନ ଥିଲେ। ବଡ଼ ଦୁଃଖର କଥା ଆଜି ପର୍ଯ୍ୟନ୍ତ କେସିଙ୍ଗା ଅଞ୍ଚଳର ଯାହାବି ଚିଠି ପତ୍ର ରେଳ ବିଭାଗକୁ ସଂଘ ତରଫରୁ କରାଯାଉଛି। ତାହାର ସନ୍ତୋଷଜନକ ଉତ୍ତର ମିଳୁ ନାହିଁ। ଏପରିକି ଯେତେବେଳେ ଉକ୍ତ ଷ୍ଟେଶନରେ କୌଣସି ପ୍ରୋଗ୍ରାମ ହେଲେ ଅଧିକାରୀ ମାନେ କିଛି ଜଣାଉ ନ ଥିବାରୁ ସଂଘ ତରଫରୁ କ୍ଷୋଭ ପ୍ରକାଶ ପାଇଥିଲା । ଡ .ସାହା ଆସନ୍ତା ୧୦ ତାରିଖ ଦିନ ଜିଏମଙ୍କୁ ସାକ୍ଷାତ ପରେ ଅନ୍ୟ ପଦକ୍ଷେପ ନିଆଯିବ କହିଥିଲେ । ଶେଷରେ ସଭାପତି ସୁଭାଷ ଜୈନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଏନଏସି ନଗର ପାଲ ନୃପ ରାଜ ଯାଦବ, ଉପ ସଭାପତି ପ୍ରଶାନ୍ତ ବାନାର୍ଜୀ, କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ସଦସ୍ୟ ରମେଶ ପଟ୍ଟନାୟକ, ଅନିଲ ଜୈନ,ବିନୁ ଅଗ୍ରୱାଲ,ବେଣୁଧର ମହଲା,,ଜୟ ଭଗବାନ ଜୈନ, ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri