ଲାସ୍‌ ଭେଗାସ୍‌ର ନୂଆ ସଙ୍କେତ

ଲାସ୍‌ ଭେଗାସ୍‌ ଆମେରିକାର ନେଭେଡା ରାଜ୍ୟର ଏକ ଜନବହୁଳ ନଗର। ଜୁଆଖେଳ, ଶପିଂ, ମନୋରଞ୍ଜନ ଓ ନାଇଟ୍‌ ଲାଇଫ୍‌ ଭଳି ଅସରନ୍ତି ଆନନ୍ଦର ଏକ ଭୂଖଣ୍ଡ ଭାବେ ଏହା ପରିଚିତି ହାସଲ କରିଆସିଛି। ହେଲେ ଚଳିତବର୍ଷ ପ୍ରଥମାର୍ଦ୍ଧରୁ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଜୁଲାଇରୁ ଏହାର ପ୍ରଭାବ ଅନୁଭୂତ ହେଲାଣି। ଲାସ୍‌ ଭେଗାସ୍‌ କନ୍‌ଭେନଶନ୍‌ ଆଣ୍ଡ୍‌ ଭିଜିଟର୍ସ ଅଥରିଟି ଅନୁଯାୟୀ ଜୁଲାଇ ଆରମ୍ଭରେ ହୋଟଲ ବୁକିଂ ୬୬.୭ ପ୍ରତିଶତ ହ୍ରାସ ପାଇଛି। କାରଣ ଗତବର୍ଷ ତୁଳନାରେ ଅନ୍ତର୍ଜାତୀୟ ପର୍ଯ୍ୟଟକ ୧୩ ପ୍ରତିଶତ କମିଛନ୍ତି। ଏପରି କି ଘରୋଇ ଆଗମନ ୬.୫ ପ୍ରତିଶତ ହ୍ରାସ ପାଇଛି। ଭୂ-ରାଜନୈତିକ ସ୍ଥିତି ସହ ମୁଦ୍ରାସ୍ଫୀତି ଓ ଆର୍ଥିକ ଅସ୍ଥିରତା ସବୁ ପ୍ରକାର ସାମଗ୍ରୀ ଓ ସେବାର ମୂଲ୍ୟକୁ ବଢ଼ାଇ ଦେଇଛି। ବିଶେଷଜ୍ଞମାନେ ଏହାକୁ ପର୍ଯ୍ୟଟନରେ ଟ୍ରମ୍ପ୍‌ ସ୍ଲମ୍ପ ଆଖ୍ୟା ଦେଇଛନ୍ତି। ସେମାନଙ୍କ ମତରେ ଟାରିଫ୍‌, ଅନ୍ତର୍ଜାତୀୟ ସମ୍ପର୍କରେ ତିକ୍ତତା ଓ ଯାତ୍ରୀଙ୍କ ପାଇଁ ବଢ଼ିଥିବା ଭିଜା ଫି’ ଯୋଗୁ ଏବେ ସେଠାରେ ସ୍ଥିତି ଅସମ୍ଭାଳ ହୋଇଛି। ସ୍ଥିତି ଏମିତି ହୋଇଛି ଯେ, ଲୋକମାନେ ଅନୁଭବ କରୁଛନ୍ତି ସେମାନେ ଠକାମିର ଶିକାର ହେଉଛନ୍ତି। କାରଣ ସେଠାରେ ଥିବା କ୍ୟାସିନୋକୁ ଧନୀ କମ୍‌, ମଧ୍ୟମ ବର୍ଗର ବହୁ ଅଧିକ ପର୍ଯ୍ୟଟକ ଯାଇଥାଆନ୍ତି। ତେଣୁ ଏମିତି ଏକ ସ୍ଥିତି ହେବ ଯେଉଁଠାରେ ଲାସ୍‌ ଭେଗାସ୍‌ର କ୍ୟାସିନୋ ମନୋରଞ୍ଜନ ପ୍ରେମୀଙ୍କୁ ଜାବୁଡ଼ି ଧରିପାରୁ ନ ଥିବ ଭାବିଲେ ଏହାର ହେତୁ ଖୋଜିବାକୁ ପଡୁଛି। ଆର୍ଥିକ ଦୃଷ୍ଟିକୋଣକୁ ତର୍ଜମା କରି ନିରୋଳା ଅର୍ଥନୈତିକ ବ୍ୟାଖ୍ୟାନ ରଖୁଥିବା ବିଶ୍ଳେଷକଙ୍କ ଭିନ୍ନ ଆଉ କେତେକ ବିଶେଷଜ୍ଞ ଦେଉଥିବା ମତକୁ ମଧ୍ୟ ଏଠାରେ ଥୋଇବାର ଆବଶ୍ୟକତା ପଡ଼ୁଛି। କୁହାଯାଉଛି ଆଗଭଳି ନୂଆପିଢ଼ି ମଦମତ୍ତ ଓ କାମୁକ ପ୍ରବଣତାକୁ ଗୁରୁତ୍ୱ ନ ଦେଇ ବାସ୍ତବ ଜୀବନ ଜିଇବାକୁ ଚାହୁଁଛନ୍ତି। ସେଥିପାଇଁ ସେମାନଙ୍କ ଲାଗି କ୍ୟାସିନୋ, ନାଇଟ୍‌ ଲାଇଫ୍‌ ସହିତ ମଦ୍ୟପାନର ଆକର୍ଷଣ କମି ଆସିଛି। ଅନ୍ୟପକ୍ଷରେ ବୟସ୍କମାନଙ୍କ ଉପସ୍ଥିତି ଲାସ୍‌ ଭେଗାସ୍‌ର କିଛି ଅଞ୍ଚଳକୁ ଚଳଚଞ୍ଚଳ ରଖିଛି।
ନିକଟ ଅତୀତରେ ଆମେ ଯେଉଁ ‘ଜେନ୍‌ ଜି’ଙ୍କ ସ୍ବଭାବ ନେପାଳରୁ ମାଡାଗାସ୍କର ପର୍ଯ୍ୟନ୍ତ ଦେଖିଲେ ସେମାନେ ବାସ୍ତବ ପରିସ୍ଥିତିରେ ବଞ୍ଚତ୍ବାକୁ ଚାହୁଁଛନ୍ତି। ଉପରଠାଉରିଆ ଜୀବନ ଓ ଭାଟ (ପ୍ରଶଂସାମୂଳକ) ସଂସ୍କୃତିକୁ ଘୃଣା କରିବା ସହ ଦୁର୍ନୀତି ବିରୋଧୀ ଅଭିଯାନ ମାଧ୍ୟମରେ ପରିବର୍ତ୍ତନ ଆଣିବା ସେମାନଙ୍କ ଲକ୍ଷ୍ୟ। ଗୋଟେ ପିଢ଼ି ଯେତେବେଳେ ତା’ର ଅଧିକାରରୁ ବଞ୍ଚତ୍ତ ହେବ, ସେତେବେଳେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବ। ଅବଶ୍ୟ ଏହି ପରିବର୍ତ୍ତନ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ପରିଚାଳିତ ହୋଇ ସ୍ଥଳବିଶେଷରେ ଭୁଲ୍‌ ପଦକ୍ଷେପ ନେଇଯାଉଥିବାରୁ ସମାଲୋଚନାର ଶିକାର ହେଉଛି। ଏକ ସକାରାତ୍ମକ ଲକ୍ଷ୍ୟ ହାସଲ ଦିଗରେ ଏକଜୁଟ ହୋଇ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରୁଥିବା ବର୍ଗ ଉପରେ ନୂଆ ପିଢ଼ି ଏକ ଚାପ ଗୋଷ୍ଠୀରେ ପରିଣତ ହେଲେ ତାହାର ସୁଫଳ ମିଳିପାରନ୍ତା। ‘ଜେନ୍‌ ଜି’ ଇଣ୍ଟରନେଟ୍‌, ସ୍ମାର୍ଟଫୋନ୍‌, ସୋସିଆଲ ମିଡିଆ ଏବଂ ପ୍ରଯୁକ୍ତି ସହ ତାଳ ଦେଇ ଚାଲୁଥିବାରୁ ଆଗକୁ ବଢ଼ୁଛି। ସେହିପରି ଏବର ପିଢ଼ି ଔଦ୍ୟୋଗିକ ଚିନ୍ତାଧାରାକୁ ପଥେୟ କରି କିଛି ନୂଆ କରିବାକୁ ଯାଇ ଜୀବନରେ ଆହ୍ବାନର ସମ୍ମୁଖୀନ ହେବାକୁ ପସନ୍ଦ କରୁଛି। ଚାକିରି କିମ୍ବା ନିର୍ଦ୍ଦିଷ୍ଟ ଆୟ ଉତ୍ସକୁ ଦେଖି ପାରମ୍ପରିକ ଚିନ୍ତା ପୁରୁଣା ପିଢ଼ିରୁ ଯେଉଁଭଳି ଗଡ଼ି ଆସୁଥିଲା ସେଥିରେ ଏହି ବର୍ଗ ବ୍ୟତିକ୍ରମ ସୃଷ୍ଟି କରିବାକୁ ଚାହୁଁଛି। ନବସୃଜନ ତା’ ପାଇଁ ନୂଆ ସୁଯୋଗର ଅପେକ୍ଷା ରଖୁଛି। ଦେଖାଦେଉଥିବା ସାମାଜିକ ଓ ପରିବେଶଗତ ଅସଙ୍ଗତି ବିଷୟରେ ଏମାନେ ବେଶ୍‌ ସଚେତନ। ସେଥିପାଇଁ ନୂଆ ପିଢ଼ିକୁ ଦରକାର ନୈତିକ ସମର୍ଥନ। ଉଚିତ ନିଷ୍ପତ୍ତି ନେବାର ସୂକ୍ଷ୍ମ ବାଟ ପାଇଗଲା ପରେ ସେମାନଙ୍କ କାର୍ଯ୍ୟଧାରାରେ ଘଟୁଥିବା ପରିବର୍ତ୍ତନକୁ ବୁଝିହେବ। ଲାସ୍‌ ଭେଗାସ୍‌ ଏହାର ଏକ ନୂଆ ସଙ୍କେତ ଦେବା ଆରମ୍ଭ କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri