ଭୁବନେଶ୍ୱର,୩।୧୧: ଓଡ଼ିଶାକୁ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିବ ଏବଂ ଆଗୁଆ ଫେରିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ସୋମବାର ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ-ଶୀତଳ ପବନ ପ୍ରବେଶ କରୁଥିବାରୁ କିଛି ସ୍ଥାନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍ସିୟସ୍ କମିଛି।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ତେବେ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିବ ଓ ଆଗୁଆ ଶେଷ ହୋଇଯିବ, କିନ୍ତୁ ଏହି ସମୟ ମଧ୍ୟରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ଅଛି।


