ମନ୍ଥରଗତିରେ ରାମଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନିର୍ମାଣକୁ ନେଇ ଅନିଶ୍ଚିତତା

ମହାକାଳପଡ଼ା, ୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ରାମନଗରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ୨ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକରଣ ଓ ନିର୍ମାଣ କାର୍ଯ୍ୟ ୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳରେ ଆରମ୍ଭ ହୋଇଛି। କିନ୍ତୁ ଏହାର ଚନ୍ଦନ ପୋଖରୀ ଖନନ, ରୋଷ ଶାଳା, ଅଭ୍ୟର୍ଥନା ଗୃହ, ସେବାୟତଙ୍କ ବିଶ୍ରାମ ଗୃହ, ଚତୁଃପାର୍ଶ୍ୱ ବାଉଣ୍ଡରୀ, ମୁଖ୍ୟ ପ୍ରବେଶ ପଥ, ଆଲୋକୀକରଣ, ପାର୍କ ନିର୍ମାଣ, ଯାତ୍ରୀ ବିଶ୍ରାମ ଗୃହ ଓ ବିବାହ ମଣ୍ଡପ ଆଦି କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଅଦ୍ୟାବଧି ମା’ଙ୍କ ମୁଖ୍ୟ ଗର୍ଭ ଗୃହ ଓ ମନ୍ଦିର ନିର୍ମାଣ କାର୍ଯ୍ୟ ହୋଇପାରିନି।
ଭବ୍ୟ ଓ ଦିବ୍ୟ ମନ୍ଦିର କାରୁକାର୍ଯ୍ୟ କରିବାପାଇଁ ପୂର୍ତ୍ତ ବିଭାଗ ଅଧୀନରେ ଠିକାଦାର କାମ କରୁଛନ୍ତି। ଅପର ପକ୍ଷରେ ମନ୍ଦିର ନିର୍ମାଣରେ ରାଜସ୍ଥାନ ଖଣ୍ଡେଲାଇଟ ଓ ମୟୂରଭଞ୍ଜ ଜିଲା ଖିଚିଂର କଳା ମୁଗୁନି ପଥରରେ କାର୍ଯ୍ୟ ହେବ ବୋଲି ଆଇନ ମନ୍ତ୍ରୀଙ୍କୁ ଅଞ୍ଚଳର ବରିଷ୍ଠ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ସାମାଜିକକର୍ମୀ ଓ ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ଏକ ଦାବୀପତ୍ର ଦିଆଯାଇଥିଲା। ମନ୍ତ୍ରୀ ଏହାକୁ ଗୁରୁତର ସହ ନେଇ ଆବଶ୍ୟକ ସ୍ଥଳେ ମନ୍ଦିରର ପ୍ଲାନିଂ କଟାଯାଇ ଉକ୍ତ ପଥରରେ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଦ୍ୟାବଧି ପୁରୁଣା ପରିବର୍ତ୍ତେ ନୂତନ ମନ୍ଦିର ନିର୍ମାଣ କରିବା ପାଇଁ ଚଳିବ ବର୍ଷ ସ୍ବତନ୍ତ୍ର ଅର୍ଡର ନଂ.୩୦୧୩ /୨୫୭ – ସି (ଏମ) ୨୪ା୩ା୨୫ ରେ ରାଜ୍ୟ ଏଣ୍ଡାମେଣ୍ଟ କମିଶନଙ୍କ ଏକ ପତ୍ରରେ ଉଲ୍ଲେଖ ରହିଛି ବୋଲି କୁହାଯାଇଛି। ଜିଲାର ପ୍ରମୁଖ ଶକ୍ତିପୀଠ ଭାବରେ ମା’ ରାମଚଣ୍ଡୀ ମନ୍ଦିର ସତନ୍ତ୍ର ପରିଚୟ ସୃଷ୍ଟି କରିଛି।
ଅନୁସାରେ ନଦୀ ନାଳ ଘେରା ସମୁଦ୍ର ତଟର ଅନତି ଦୂରରେ ୧୭୩୭ ମସିହାରେ କୁଜଙ୍ଗର ନରେନ୍ଦ୍ର ବାହାଦୁର ଷଣ୍ଢ ବଂଶୀୟ ରାଜା ରାମଚଣ୍ଡୀ ମନ୍ଦିର ନିର୍ମାଣ କରିଥିଲେ ବୋଲି ଜନଶ୍ରୁତିରୁ ଶୁଣିବାକୁ ମିଳେ। ସେବେଠାରୁ ମା’ଙ୍କ ମନ୍ଦିର ଦୈନନ୍ଦିିନ ନିତିକାନ୍ତି ପାଇଁ ରାଜା ଜମି ଖଞ୍ଜି ଦେଇଥିଲେ। ସେବାୟତ, ପୂଜାପଣ୍ଡା, ହୁରିଆ-ସଙ୍କୀର୍ତ୍ତନ, ବାରିକ, ଘାତକ, ମହୁରିଆ, ବାଦ୍ୟକାର, ପାଟ ଘଣ୍ଟୁଆ, ରାଉଳ, ଟହଲିଆ ଓ ମାଳି ଆଦି ସେବକ ମାନଙ୍କୁ ନିୟୋଜିତ କରିଥିଲେ। ଅଦ୍ୟାବଧି ବର୍ଷର ମୁଖ୍ୟ ପର୍ବ ପଣା ସଂକ୍ରାନ୍ତିରେ ଝାମୁ ଯାତ୍ରା, ଦୋଳ ପୂର୍ଣ୍ଣିମାରେ ମା’ଙ୍କ ବିଜେ ଚଳନ୍ତି ପ୍ରତିମା ସତନ୍ତ୍ର ବିମାନରେ ପ୍ରଥମେ କୁଜଙ୍ଗ ରାଜାଙ୍କ ମେଲଣରେ ଅଗ୍ର ପୂଜ୍ୟ ଓ କୁଜଙ୍ଗ ଅଞ୍ଚଳ ଶ୍ରଦ୍ଧାଳୁମାନଙ୍କ ଦ୍ୱାରେ ଦ୍ୱାରେ ପୂଜା ପାଇବା ବିଧି ରହିଛି ବୋଲି କୁହାଯାଇଛି। ଏହି ମନ୍ଦିର ପଥରରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଅଞ୍ଚଳର ବିରଞ୍ଚି ନାରାୟଣ ଦାସ, ଲକ୍ଷ୍ମୀକାନ୍ତ ସ୍ବାଇଁ, ସୁବାସ ସ୍ବାଇଁ, ନାଥ କୁମାର ଭୋଳ, ନରୋତ୍ତମ ପାର୍ଥ ସାରଥି ଓ ଅଙ୍କୁର ପଲାଇ ପ୍ରମୁଖ ଦାବୀ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri