ନୂଆପଡ଼ା ଉପନିର୍ବାଚନ: କୋମନାରେ ରାତିଅଧିଆ ବ୍ଲାଙ୍କ୍‌ ଫାୟାରିଂ

ନୂଆପଡ଼ା,୨ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ଏଠାକାର ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି। ବିଜେଡି ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇଙ୍କ ଖଡ଼ିଆଳସ୍ଥିତ ଭଡ଼ାଘରେ ଚଢାଉ କରାଯିବା ପରେ ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ (ବବି) ଓ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଜଣେ ଯୁବକଙ୍କୁ ମାଡ଼ ମାରିବା ସହ ଧମକ ଦେଇଥିବା ନେଇ ଉଭୟଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଶୁକ୍ରବାର ରାତିରେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋମନାରେ ହୋଇଛି ବ୍ଲାଙ୍କ୍‌ ଫାୟାରିଂ। ଗୋଟିଏ ରାଉଣ୍ଡ ଗୁଳି ଫୁଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ତେବେ କୋମନାର ସମ୍ପର୍କ ହୋଟେଲରେ ରହୁଥିବା କୋରାପୁଟ ବିଧାୟକ ରଘୁନାଥ ମାଛଙ୍କ ପିଏସ୍‌ଓଙ୍କ ବନ୍ଧୁକରୁ ବ୍ଲାଙ୍କ ଫାୟାରିଂ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଶନିବାର କୋମନା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହେବା ସହ ପିଏସ୍‌ଓ ଡମ୍ବରୁ ହନ୍ତାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କଂଗ୍ରେସ ଅଭିଯୋଗର ଅନୁଯାୟୀ, ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଶାସକ ଦଳର ଜଣେ ଲୋକପ୍ରତିନିଧିଙ୍କ ସୁରକ୍ଷା ଅଧିକାରୀ ଫାୟାରିଂ କରି ଲୋକଙ୍କୁ ଆତଙ୍କିତ କରାଇବା ସହ ନିର୍ବାଚନ ଫଳକୁ ଶାସକ ଦଳ ପକ୍ଷକୁ ନେବା ଲାଗି ଚେଷ୍ଟା କରିବା ଆଇନ ଅନୁଯାୟୀ ଅପରାଧ। ଏହା ବିଧାୟକଙ୍କ ପ୍ରତ୍ୟକ୍ଷ ସମର୍ଥନ ବିନା ସମ୍ଭବ ନୁହେଁ। ଏହି ଘଟଣା ପାଇଁ ପିଏସ୍‌ଓଙ୍କୁ ତୁରନ୍ତ ଗିରଫ କରିବା ସହିତ ବିଧାୟକଙ୍କୁ ଜିଲାରୁ ବାହାର କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଯଦି ପିଏସ୍‌ଓଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରା ନ ଯାଏ ତେବେ ରବିବାର କୋମନା ଥାନା ଘେରାଉ ସହ ଧାରଣା ଦେବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଉପନିର୍ବାଚନ ଯୋଗୁ ଏଠାକୁ ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମାଳମାଳ ନେତା, ମନ୍ତ୍ରୀ, ବିଧାୟକ, ଏମ୍‌ପି ଓ ତାଙ୍କର କର୍ମୀମାନେ ଆସି ଡେରା ପକାଇଛନ୍ତି। ପ୍ରଚାର ପାଇଁ ଆସିଥିବା ନେତା ନୂଆପଡ଼ା ସମେତ କୋମନା, ଖରିଆର ରୋଡ୍‌ର ସବୁ ହୋଟେଲ, ଗେଷ୍ଟ ହାଉସରେ ରହିଛନ୍ତି। ସେମାନେ ବଡ଼ ବଡ଼ ଗାଡ଼ିରେ ରାସ୍ତାରେ ଯିବାଆସିବା କରୁଛନ୍ତି। ତେବେ କୋମନାରେ ବ୍ଲାଙ୍କ ଫାୟାରିଂ ଘଟଣା ଶାନ୍ତ ନୂଆପଡ଼ାକୁ ବାହାର ଲୋକ ଅଶାନ୍ତ କରୁଥିବା ନେଇ ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି। ଫାୟାରିଂ ସମ୍ପର୍କରେ କୋମନା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କୁ ପଚାରିବାରୁ ଏନେଇ ଥାନାରେ ଏକ ମାମଲା( ନଂ .୩୧୯/୨୫)ରୁଜୁ କରାଯାଇଛି ବୋଲି କହିବା ସହ ବିଧାୟକଙ୍କ ପିଏସଓ ଡମ୍ବରୁ ହନ୍ତାଳଙ୍କୁ ପ୍ରଥମେ ଅଟକ ରଖାଯାଇଥିଲା। ତାଙ୍କଠୁ ତାଙ୍କର ବନ୍ଧୁକ ଜବତ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ସବିଶେଷ ଖବର ଅନୁଯାୟୀ ସଂପୃକ୍ତ ପିଏସ୍‌ଓଙ୍କୁ କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ନିଲମ୍ବନ କରିଥିବା ନୂଆପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାଏକ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ଦାୟିତ୍ୱ ଏସ୍‌ ଆଇ ମିନତି ବଡ଼ନାଏକଙ୍କୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri