ବରଗଡ଼,୩୧।୧୦(ପ୍ରେମାନନ୍ଦ ଖମାରୀ): ହୀରାକୁଦ ସେଚାଞ୍ଚଳ ଅଧୀନ ସମସ୍ତ କେନାଲରେ ଆସନ୍ତା ନଭେମ୍ବର ମାସ ୭ ତାରିଖରୁ କେନାଲ ପାଣି ଯୋଗାଣ ବନ୍ଦ ରହିବ । ଖରିଫ ଧାନ ଫସଲ ଅମଳ ଏବଂ ବିଭିନ୍ନ ଉନ୍ନୟନ କାମ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବରଗଡ଼ ଜଳସେଚନ ବିଭାଜନ ପକ୍ଷରୁ ସୂଚନା ଦିଆଯାଇଛି।
ଏପରିକି ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ନିମନ୍ତେ ବରଗଡ଼ ମୁଖ୍ୟ କେନାଲରେ ଡିସେମ୍ବର ମାସ ୩୧ତାରିଖ ପର୍ଯ୍ୟନ୍ତ କେନାଲ ପାଣି ବନ୍ଦ ରଖିବାକୁ ସ୍ଥିର କରାଯାଇଥିବା ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ଖରିଫ ଏବଂ ଆସନ୍ତା ରବି ଫସଲ ପାଇଁ ଚାଷୀମାନେ ଯୋଜନା ପ୍ରସ୍ତୁତ କରିବା ପାଇଁ ଏକ ବିଜ୍ଞପ୍ତିରେ ବରଗଡ଼ ଜଳସେଚନ ବିଭାଜନ ସୂଚନା ନିଆଯାଇଛି।
Dharitri – Odisha’s No.1 Odia Daily


