Posted inଜାତୀୟ

ବୀମା ଟଙ୍କା ପାଇଁ ପ୍ରେମିକ ସହ ମିଶି ପୁଅକୁ ହତ୍ୟା କଲେ ମା’

କାନପୁର,୩୧।୧୦: ଉତ୍ତର ପ୍ରଦେଶର କାନପୁର ଦେହାତରେ ଜଣେ ମହିଳା ଏବଂ ତାଙ୍କ ପ୍ରେମିକ ନିଜ ୨୩ ବର୍ଷୀୟ ପୁଅକୁ ପିଟି ପିଟି ହତ୍ୟା କରିବା ପରେ ଏହାକୁ ଏକ ସଡ଼କ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରିଛନ୍ତି। ପୁଅ ସେମାନଙ୍କ ସମ୍ପର୍କକୁ ବିରୋଧ କରିବା ଏବଂ ପୁଅ ନାଁରେ ଥିବା ବୀମା ଟଙ୍କା ହାତେଇବା ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପୋଲିସ୍ କହିଛି।

ପୋଲିସ୍ ସୂଚନା ଅନୁଯାୟୀ, ମୃତକ ପ୍ରଦୀପ ଶର୍ମାଙ୍କ ବାପାଙ୍କ ଦେହାନ୍ତ ପରେ ତାଙ୍କ ମା’ ମୁଖ୍ୟ ଅଭିଯୁକ୍ତ ମୟଙ୍କ ଓରଫ୍ ଇଶୁ କାଟିୟାରଙ୍କ ସହ ସମ୍ପର୍କ ରଖିଥିଲେ। ପ୍ରଦୀପ ଏହାକୁ ବିରୋଧ କରି ମାଆଙ୍କଠାରୁ ଅଲଗା ରହୁଥିଲେ ଏବଂ ଆନ୍ଧ୍ରପ୍ରଦେଶରେ ଚାକିରି କରୁଥିଲେ।

ପ୍ରଦୀପଙ୍କ ମାଆ, ମୟଙ୍କ ଓ ତାଙ୍କ ଭାଇ ଋଷି କାଟିୟାର ମିଶି ହତ୍ୟା ଯୋଜନା କରିଥିଲେ। ସେମାନେ ଜାଣିଶୁଣି ପ୍ରଦୀପଙ୍କ ନାଁରେ ଅନେକ ବୀମା ପଲିସି କରିଥିଲେ। ଦୀପାବଳି ଛୁଟିରେ ପ୍ରଦୀପ ଘରକୁ ଫେରିଥିବା ବେଳେ ଅକ୍ଟୋବର ୨୬ ତାରିଖରେ ମୟଙ୍କ ଓ ଋଷି ତାଙ୍କୁ ଡିନର୍ ଦେବା ବାହାନାରେ ଏକ WagonR କାରରେ ନେଇଥିଲେ। ଗାଡ଼ି ଭିତରେ ସେମାନେ ମାଟିଆରେ ପ୍ରଦୀପଙ୍କ ମୁଣ୍ଡକୁ ବାରମ୍ବାର ପିଟି ଘଟଣାସ୍ଥଳରେ ତାଙ୍କୁ ହତ୍ୟା କରିଥିଲେ।

ହତ୍ୟା ପରେ ଅଭିଯୁକ୍ତମାନେ ଶବକୁ ଦେରାପୁର ଥାନା ଅନ୍ତର୍ଗତ ବଲହାରାମଉ ଗାଁ ନିକଟସ୍ଥ କାନପୁର-ଇଟାୱା ରାଜପଥରେ ଫୋପାଡ଼ି ଦେଇଥିଲେ, ଯାହାକୁ ଏକ ସଡ଼କ ଦୁର୍ଘଟଣା ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା।

ପ୍ରଦୀପଙ୍କ ଶବ ମିଳିବା ପରେ ତାଙ୍କ ମାମୁଁ ଓ ଜେଜେବାପା ଋଷି ଏବଂ ମୟଙ୍କଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ, କିନ୍ତୁ ପ୍ରଦୀପଙ୍କ ମାଆ ଏହାକୁ ଦୁର୍ଘଟଣା ବୋଲି କହିବାରେ ଲାଗିଥିଲେ। ପରେ ପୋଲିସର ବିସ୍ତୃତ ତଦନ୍ତ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।

ସର୍କଲ ଅଫିସର କହିଛନ୍ତି, ମୟଙ୍କ ଏବଂ ଋଷିଙ୍କୁ ଏନକାଉଣ୍ଟର ପରେ ଗିରଫ କରାଯାଇଛି। ଋଷି ପୋଲିସ୍ ଉପରକୁ ଗୁଳି ଚଳାଇବାରୁ ପୋଲିସ୍ ପାଲଟା ଗୁଳି ଚଳାଇଥିଲା ଏବଂ ଋଷି ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ୍ ହତ୍ୟାରେ ବ୍ୟବହୃତ ହାତୁଡ଼ି, ଏକ ବେଆଇନ ବନ୍ଧୁକ ଏବଂ ଗାଡ଼ି ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri