ଆଜି ଅଁଳା ନବମୀ, ରାଧା ପାଦ ଦର୍ଶନ କରି ଶ୍ରଦ୍ଧାଳୁ ହେଉଛନ୍ତି ଆନନ୍ଦିତ

ସାକ୍ଷୀଗୋପାଳ,(୩୧ା୧୦): ଆଜି ପବିତ୍ର ଅଁଳା ନବମୀ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସାକ୍ଷୀଗୋପାଳରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆଜିର ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ କରି ବେଶ୍‌ ଆନନ୍ଦିତ ହେଉଛନ୍ତି। ମା’ ରାଧାରାଣୀ ଓଡ଼ିଆଣୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପ୍ରଶାସନ ପକ୍ଷରୁ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୨ଜଣ ଅତିରିକ୍ତ ଏସ୍‌ପି, ୧୧ ଡିଏସ୍‌ପି, ୨୧ ଇନ୍ସପେକ୍ଟର, ୭୧ ଏସ୍‌ଆଇ ଏବଂ ଏଏସ୍‌ଆଇ, ୯୨ ହାବିଲଦାର ଓ କନଷ୍ଟେବଲ, ୧୦ ଟ୍ରାଫିକ କନଷ୍ଟେବଲ୍‌, ୨୫୦ ଜଣ ଗୃହରକ୍ଷୀଙ୍କ ସମେତ ୨୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ଶ୍ରୀରାଧା ଠାକୁରାଣୀଙ୍କ ସମ୍ପର୍କରେ ଏକ ରୋଚକ ପୌରାଣିକ କିମ୍ବଦନ୍ତୀ ତଥା ଲୋକକଥା ଶୁଣିବାକୁ ମିଳେ। ମନ୍ଦିରର ବଡ଼ପଣ୍ଡା ସ୍ବର୍ଗତ ବେଲେଶ୍ୱର ମହାପାତ୍ରଙ୍କ କନ୍ୟା ଶ୍ରୀରାଧା ବୋଲି କୁହାଯାଏ। ରାଧା ରୂପରେ ସେ ବଡ଼ପଣ୍ଡାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ, ତାଙ୍କର ପ୍ରକୃତ ନାମ ଥିଲା ଲକ୍ଷ୍ମୀ। ସେ ବୃନ୍ଦାବନରୁ ସାକ୍ଷୀ ଦେବାକୁ ଆସି ଘଟଣା କ୍ରମେ ସତ୍ୟବାଦୀର ଫୁଲଅଳସା ଗ୍ରାମରେ ପୂଜା ପାଉଥିବା ସାକ୍ଷୀଗୋପାଳ ଠାକୁରଙ୍କ ସହ ଭକ୍ତିଭାବରେ ବାନ୍ଧି ହୋଇଯାଇଥିଲେ। ଉଭୟ ଉଭୟଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ସାକ୍ଷୀଗୋପାଳ ନିଶାର୍ଦ୍ଧରେ ଲକ୍ଷ୍ମୀଙ୍କ ଶୟନ କକ୍ଷରେ କେତେବେଳେ ନୂପୁର ତ ଆଉ କେତେବେଳେ ଦୋଶଡ଼ା ଛାଡ଼ି ଆସୁଥିଲେ। ଏକଦା ସେ ସୁବର୍ଣ୍ଣ ବଂଶୀ ଛାଡ଼ି ଆସିବା ପରେ ଏ କଥା ରାଜାଙ୍କୁ ବଡ଼ପଣ୍ଡା ଜଣାଇଥିଲେ। ମାତ୍ର ପଣ୍ଡା ବଂଶୀ ଚୋରି କରିଥିବା ରାଜା ସନ୍ଦେହ କରିବାରୁ ତାଙ୍କୁ ଠାକୁର ସମସ୍ତ ବୃତ୍ତାନ୍ତ କହିବା ସହ ଲକ୍ଷ୍ମୀ ପରି ଅବିକଳ ପ୍ରତିମା ନିର୍ମାଣ କରି ରାଧା ରୂପରେ ପ୍ରତିଷ୍ଠା କରିବାକୁ ସ୍ବାପ୍ନାଦେଶ ଦେଇଥିଲେ। ତେବେ ପ୍ରତିମା ପ୍ରତିଷ୍ଠା ଦିବସରେ ଲକ୍ଷ୍ମୀଙ୍କ ଦେହାନ୍ତ ହୋଇଯାଇଥିଲା। ଓଡ଼ିଆ ଘର ସେବକ ପରିବାରର କନ୍ୟା ଭାବେ ସାକ୍ଷୀଗୋପାଳଙ୍କ ବାମ ପାର୍ଶ୍ୱରେ ରତ୍ନସିଂହାସନରେ ଶ୍ରୀରାଧା ସ୍ଥାପିତ ହୋଇଛନ୍ତି। ବର୍ଷସାରା ଶ୍ରୀରାଧା ଠାକୁରାଣୀ ଉତ୍ତର ଭାରତ ନାରୀ ସଦୃଶ ବେଶ ଧାରଣ କରୁଥିବାବେଳେ ଅଁଳାନବମୀରେ ପୂର୍ବକାଳରେ ଓଡ଼ିଆ ଘର ବୋହୂମାନେ ପରିଧାନ କରୁଥିବା ଭଳି ପାଟଶାଢି କାଣିଆକଚ୍ଛା ମାରି ପିନ୍ଧିଥାନ୍ତି। ତାଙ୍କୁ ପାଦପଦ୍ମ, ପାଉଁଜି, ଝୁଣ୍ଟିଆ, ପାହୁଡ଼, ବାଙ୍କି, ଚନ୍ଦ୍ରହାର ଶିକୁଳି, ବେଙ୍ଗପାଟିଆ, ତାବିଜ, ଅଁଳାମାଳ, ପୋହଳାମାଳ, ଚାପସରି, ପଣସକଣ୍ଟା ଖଡୁ, ବାହୁଟି, ବଟଫଳ ମାଳ, ଦ୍ରାବିଡ଼ଚନ୍ଦ୍ର, ମୟୁରସା ଗୁଣା, ନୁଥ, ସେତିହାର, ପୋହଳାହାର, ଡେଉଁରିଆ ମାଳ, କିରିଟି ଆଦି ପାରମ୍ପରିକ ସୁବର୍ଣ୍ଣ ଗହଣା ଲାଗି କରାଯିବ। ଫୁଲହାର, ଅଁଳାଫଳ ମାଳ, ଦୁବ, ଅରୁଆ ଚାଉଳ ସହିତ କଜଳ, ସିନ୍ଦୁର, ଅଳତା ଓ ଚନ୍ଦନପାଟି ଲାଗି କରାଯାଏ। ସେହିପରି ଅଁଳାନବମୀରେ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇ ଛନ୍ଦାଚରଣରେ ନୃତ୍ୟରତ ଭଙ୍ଗୀରେ ଦର୍ଶନ ଦେଇଥାନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୭।୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri