ପିଢ଼ିଗତ ପରିବର୍ତ୍ତନର ସୁଯୋଗ

ଏବେ ସଂଘର୍ଷ, ବାଣିଜ୍ୟ ଯୁଦ୍ଧ, ଅସମାନତା ଏବଂ ଗଣତନ୍ତ୍ରର ଅଧୋଗତି ଶୀର୍ଷକ ଖବର ଅଧିକ ପ୍ରକାଶ ପାଉଛି। ସଙ୍କଟ ପରେ ସଙ୍କଟ ସୃଷ୍ଟିହେବାରେ ଲାଗିଛି ଏବଂ ମନେହେଉଛି ସତେ ଯେମିତି ବିଶ୍ୱ ଅଲଗା ହୋଇଯାଉଛି। ପାଶ୍ଚାତ୍ୟ ନେତା ଓ ବିଶେଷଜ୍ଞମାନେ ଏହିସବୁ ସଙ୍କଟର ଜଟିଳ ସ୍ଥିତିକୁ ଆୟତ୍ତ କରିବା ପାଇଁ ‘ପଲିକ୍ରାଇସିସ୍‌’ ବା ବହୁସଙ୍କଟ ଭଳି ଶବ୍ଦକୁ ଗ୍ରହଣ କରିଛନ୍ତି। ୨୦୨୩ରେ କଲମ୍ବିଆ ବିଶ୍ୱବିଦ୍ୟାଳୟର ଐତିହାସିକ ଆଡାମ୍‌ ଟୋଜେ ଏହି ଶବ୍ଦକୁ ଲୋକପ୍ରିୟ କରିଥିଲେ। ସେ କହିଥିଲେ- ”ତୁମର ଏଠି ଭୟ ଅଛି, ଏଠି ବି କିଛି ଅଛି ଯାହା ତୁମକୁ ବିଶେଷକରି ଦୁଃଖ ଦେଉଛି ଏବଂ ତାକୁ ଏହା( ପଲିକ୍ରାଇସିସ୍‌) କୁହାଯାଇପାରେ।“ କିନ୍ତୁ ଭୟ ଯେତେବେଳେ ମୂଳ ବିଷୟ ପାଲଟିଯାଏ, ସେତେବେଳେ କେବଳ ଚିନ୍ତା ଓ ଅକ୍ଷମତା ପ୍ରକାଶ ପାଇଥାଏ ବୋଲି ୨୦୨୪ ଡାଭୋସ୍‌ ବିଶ୍ୱ ଆର୍ଥିକ ମଞ୍ଚ ପରେ ମାର୍କ ଲିଓନାର୍ଡ ଅନୁଧ୍ୟାନ କରିଥିଲେ।
ତେବେ ସଙ୍କଟଗୁଡ଼ିକ ପରେ ପତନ ଅନିବାର୍ଯ୍ୟ ନୁହେଁ। ଅବଶ୍ୟ, ଅନେକ ସମୟରେ ବାଧା ବା ସଙ୍କଟ ନବୀକରଣ ପାଇଁ ବାଟ ଦେଖାଇଥାଏ ଏବଂ ପୁରୁଣା ବ୍ୟବସ୍ଥାକୁ ଯିବା ଲାଗି ଯେଉଁମାନେ ଚାହଁିଥାନ୍ତି ସେମାନଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ । ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବିଚାରକରି ଏହି ପ୍ରକାର ଅଭିଯାନକୁ ମୁଁ ‘ପଲିଟ୍ୟୁନିଟି’ ଶବ୍ଦ ନଭେମ୍ବର ୨୦୨୪ର ଏକ ପ୍ରୋଜେକ୍ଟ ସିଣ୍ଡିକେଟ କମେଣ୍ଟ୍ରିରେ ସାମ୍ନାକୁ ଆଣିଥିଲି ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ବିସ୍ତାରଭାବେ ବର୍ଣ୍ଣନା କରିଥିଲି। ଏହି ସିଦ୍ଧାନ୍ତ ଅତ୍ୟନ୍ତ ସରଳ। ଲଗାତର ଜାରି ରହିଥିବା ବାଧା ବା ସମସ୍ୟାଗୁଡ଼ିକ ବୈଶ୍ୱିକ ସଂସ୍ଥା ଓ ବିଚାରଗୁଡ଼ିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବା ପାଇଁ ଗୋଟିଏ ପିଢ଼ିରେ ଥରେ ମାତ୍ର ସୁଯୋଗ ଦେଇଥାଏ। ହଠାତ୍‌ ସବୁକିଛି ଯେତେବେଳେ ଭୁଶୁଡ଼ିପଡ଼ିବା ମନେହୁଏ, ସେତେବେଳେ ଆମେ ସମସ୍ତେ ତାଳିପକା ସମାଧାନଠାରୁ ଆଗକୁ ବଢ଼ିବାକୁ ବାଧ୍ୟ ହେଉ ଏବଂ ତୃଣମୂଳ ସ୍ତରରେ ବ୍ୟବସ୍ଥାଗୁଡ଼ିକର ପୁନର୍ଗଠନ କରିଥାଉ।
ଆରମ୍ଭରୁ ଆମେ ସ୍ବୀକାର କରିବା ଉଚିତ ଯେ, ପଲିକ୍ରାଇସିସ୍‌ ହେଉଛି ଏକ ପାଶ୍ଚାତ୍ୟ କୈନ୍ଦ୍ରିକ ବ୍ୟାଖ୍ୟାନ ଯାହାକୁ ବୈଶ୍ୱିକ ବୋଲି ବାହାନା କରାଯାଉଛି। ଦୁଇ ୟୁରୋପୀୟ ସିଦ୍ଧାନ୍ତବାଦୀ ଏହି ଶବ୍ଦକୁ ୧୯୯୩ରେ ସାମ୍ନାକୁ ଆଣିଥିବାବେଳେ ନିକଟରେ ଅନ୍ୟ ୟୁରୋପୀୟ ବିଶେଷଜ୍ଞମାନେ ଏହାର ପ୍ରଚାର କରିଥିଲେ। ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ନେଇ ପାଶ୍ଚାତ୍ୟରେ କରାଯାଇଥିବା ଏକ ସମ୍ମିଳନୀରେ ଏହି ଶବ୍ଦକୁ ଏକ ପ୍ରମୁଖ ପ୍ଲାଟ୍‌ଫର୍ମ ଦିଆଯାଇଥିଲା ଏବଂ ପାଶ୍ଚତ୍ୟ ଗଣମାଧ୍ୟମ, ଥିଙ୍କ ଟ୍ୟାଙ୍କ୍‌ ଓ ଶିକ୍ଷାବିତ୍‌ଙ୍କ ଦ୍ୱାରା ଏହାକୁ ଭାଇରାଲ କରିବା ସକାଶେ ପ୍ରୋତ୍ସାହିତ କରାଯାଇଛି। ଏକ ‘ଭୟଙ୍କର ଭବିଷ୍ୟତ’ ସମ୍ପର୍କରେ ବିଳାପ କରିବା ପରିବର୍ତ୍ତେ ପଲିକ୍ରାଇସିସ୍‌ ଉପରେ ଯଦି କେବେ ବି ଆଲୋଚନା ହୁଏ , ତେବେ ଅଣ ପାଶ୍ଚାତ୍ୟ ଦେଶଗୁଡ଼ିକ ( ଏବେ ଯାହାଙ୍କୁ କୁହାଯାଉଛି ସାଉଥ୍‌ ଗୋ୍ଲବାଲ)ର ସଂସ୍ଥାଗୁଡ଼ିକୁ କିମ୍ବା ଏହାର ପ୍ରଦତ୍ତ ସମାଧାନକୁ ସ୍ବୀକାର କରାଯିବା ଦରକାର। ଏପରିକି କେତେଜଣ ସିଦ୍ଧାନ୍ତବାଦୀ ‘ନବୀକୃତ ମାନବବାଦ’ ପାଇଁ ଦାବି କରୁଥିବାରୁ ସେମାନେ ଢାଞ୍ଚାଗତ ଭାବେ ରହିଥିବା ଏକ ଅସମାନ ବ୍ୟବସ୍ଥା ଓ ଏହାକୁ ନେଇ ବୃଦ୍ଧିପାଉଥିବା ନିରାଶାର ବାସ୍ତବତାକୁ ସାମ୍ନା କରିବାରେ ବିଫଳ ହୋଇଛନ୍ତି। ଅନ୍ତଃରାଷ୍ଟ୍ରୀୟ ବିତ୍ତୀୟ ବ୍ୟବସ୍ଥା ତଥା ସଂସ୍ଥାଗତ ଅସ୍ତିତ୍ୱ ଉପରେ ପାଶ୍ଚାତ୍ୟର ପ୍ରାଧାନ୍ୟ ରହିଥିବାବେଳେ ବୈଶ୍ୱିକ ଆଇନ ବା ସିଦ୍ଧାନ୍ତରେ ଅଣ ପାଶ୍ଚାତ୍ୟର ସ୍ବର ତଥା ବିଚାର ସୀମିତ ହୋଇଯାଇଛି।
ପଲିକ୍ରାଇସିସ୍‌ ଶବ୍ଦ ବୈଶ୍ୱିକ ଅସଫଳତାର ମୂଳ କାରଣଗୁଡ଼ିକୁ ଅସ୍ପଷ୍ଟ କରିଦେବା ସହ ସଙ୍କଟଗୁଡ଼ିକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଦର୍ଶାଉଛି। ବାସ୍ତବରେ, ବାରମ୍ବାର ଘଟୁଥିବା ସମାନ ପ୍ରକାର ସଙ୍କଟଗୁଡ଼ିକ ଉପନିବେଶୀୟ ଶିଳ୍ପ ସମୟରେ ସୃଷ୍ଟିହୋଇ ଶିଳ୍ପ ବିପ୍ଳବ ଠାରୁ ପ୍ରକାଶ ପାଇ ଆସିଛି। ପ୍ରଗତି କହିଲେ ନିୟନ୍ତ୍ରଣ ବୋଲି ଧରିନିଆଯାଇଛି ଯେଉଁଥିରେ ପ୍ରକୃତି ଉପରେ ଯାନ୍ତ୍ରିକ ନିୟନ୍ତ୍ରଣ ଏବଂ ବିଶ୍ୱର ଅନ୍ୟ ସବୁ ଦେଶ ଉପରେ ପାଶ୍ଚାତ୍ୟର ନିୟନ୍ତ୍ରଣ ଦେଖାଯାଇଛି। ଏହା ନିଶ୍ଚିତ ଯେ, ଆଧୁନିକୀକରଣର ଅଧ୍ୟାୟ ପର୍ଯ୍ୟାପ୍ତ ଭୌତିକ ଓ ସାମାଜିକ ସୁବିଧା ଯୋଗାଇଦେଇଛି। କିନ୍ତୁ ଏହା ମଧ୍ୟ ଆମ ସମୟର ଜଟିଳ ସ୍ଥିତି ସୃଷ୍ଟିକରିବାର କାରଣ ପାଲଟିଛି। ଆମ ସମୟର ଏକ ବଡ଼ ସଙ୍କଟ ବିଶ୍ୱତାପନ ଉତ୍ପାଦନକ୍ଷମ ଶିଳ୍ପ ମଡେଲ ଯୋଗୁ ହୋଇଛି। ଏହି ମଡେଲକୁ ବାଣିଜ୍ୟ ବ୍ୟବସ୍ଥା ସହଯୋଗ କରୁଛି ଯେଉଁଥିରେ ଗରିବ ଦେଶଗୁଡ଼ିକରେ ଶ୍ରମିକମାନେ କମ୍‌ ଦରମାରେ ଉତ୍ପାଦନ କରୁଛନ୍ତି, ଯାହାକୁ ଧନୀ ଦେଶର ଉପଭୋକ୍ତାମାନେ ଅଧିକ ମୂଲ୍ୟରେ କିଣୁଛନ୍ତି।
ଏକ ଅତି ଜଟିଳ ଓ ବହୁଧ୍ରୁବୀୟ ବିଶ୍ୱରେ ଉପନିବେଶୀୟ ଶିଳ୍ପ ମଡେଲର ସମୟ ଶେଷ ହୋଇଯାଇଛି। ଆମକୁ ଏକ ନୂତନ ମାନସିକତା ଗ୍ରହଣ କରିବାକୁ ହେବ, ଯାହାକୁ ମୁଁ କହେ-ଆଡପ୍‌ଟିଭ, ଇନ୍‌କ୍ଲୁସିଭ ଆଣ୍ଡ ମୋରାଲ ପଲିଟିକାଲ ଇକୋନୋମୀ(ଏଆଇଏମ୍‌) ଅର୍ଥାତ୍‌ ପରିବର୍ତ୍ତନ ପାଇଁ ଅନୁକୂଳ ସ୍ଥିତି, ସମାବେଶୀ ଭାବନା ଏବଂ ନୈତିକ ରାଜନୈତିକ ଅର୍ଥ ବ୍ୟବସ୍ଥା। ଏକ ଅନୁକୂଳ ସ୍ଥିତିକୁ ପରିବର୍ତ୍ତନ କରିବାକୁ ହେଲେ ସମାଜକୁ ଏକ ଅଶୋଧିତ ମେଶିନ ଭାବେ ନ ଚଳାଇ ଏକ ଜୀବନ୍ତ ନେଟ୍‌ଓ୍ବର୍କ ପରି ସଞ୍ଚାଳନ କରାଯିବା ଦରକାର, ଯେଉଁଥିରେ ଶିଖିବାକୁ ମିଳିବ ଓ ବିକାଶ ବି ହେବ। ସମାବେଶୀ ହେବାକୁ ହେଲେ, ଆମ ପାଖରେ ଯାହା ଅଛି ତାହା ଉପରେ ପ୍ରଗତି ନିର୍ଭରକରେ ବୋଲି ଆମକୁ ସ୍ବୀକାର କରିବାକୁ ହେବ। ଅର୍ଥାତ୍‌ ଶକ୍ତିଶାଳୀ ଓ ଧନୀ ଦେଶଗୁଡ଼ିକର ମଡେଲକୁ ନକଲ ନ କରି ସ୍ଥାନୀୟ ସୃଜନଶୀଳତାକୁ ଗତିଶୀଳ କରିବାକୁ ପଡ଼ିବ। ଏହାବ୍ୟତୀତ ଅସନ୍ତୁଳନ ଦୂରକରିବା ସହ ରାଜନୈତିକ କ୍ଷମତା ସତ୍ତା ଦ୍ୱାରା ଗଢ଼ାଯାଇଥିବା ସଦ୍ଧାନ୍ତଗୁଡ଼ିକୁ ଗ୍ରହଣ କରିବାକୁ ହେଲେ ଆମକୁ ନୀତିସଙ୍ଗତ( ମୋରାଲ) ହେବାକୁ ପଡ଼ିବ।
ପାଶ୍ଚାତ୍ୟର ପଦ୍ଧତିକୁ ଅନୁସରଣ କରିବା କିମ୍ବା ଦାରିଦ୍ର୍ୟରୁ ମୁକ୍ତି ପାଇଁ ଅନୁଦାନକୁ ଚାହଁି ରହିବା ପରିବର୍ତ୍ତେ ବିଶ୍ୱର ଅନ୍ୟ ସବୁ ଦେଶ ନିଜ ବିକାଶ କଥା ନିଜେ ବୁଝୁଥିବା ବେଳେ ଏଆଇଏମ୍‌ ନୀତିନିର୍ଦ୍ଧାରଣ ପାଇଁ ଏକ ଦିଶା ଯୋଗାଇଦେବ। ଉଦାହରଣ ସ୍ବରୂପ, ଚାଇନା, ଭାରତ ଏବଂ ସାଉଦି ଆରବ ଭଳି ଦେଶ ସବୁଜ ଶକ୍ତି ଉପରେ ଅତ୍ୟଧିକ ନିବେଶ କରୁଥିବାବେଳେ ସବ୍‌- ସାହାରାନ ଆଫ୍ରିକୀୟ ଦେଶଗୁଡ଼ିକ ଶକ୍ତି କ୍ଷେତ୍ରରେ ନୂତନତ୍ୱ ଆଣିବା ଲାଗି ପରୀକ୍ଷା ଚଳାଇଛନ୍ତି। ତେବେ ଆମେରିକାର ଟାରିଫ ଧୀରେ ଧୀରେ ବିକାଶ ପଥରେ ଆଗଉଥିବା ଭିଏଟ୍‌ନାମ ଓ ଇଥୋପିଆ ଭଳି ଦେଶଗୁଡ଼ିକ ପାଇଁ ଆୟଭିତ୍ତିକ ମାର୍କେଟଗୁଡ଼ିକୁ ରପ୍ତାନିକୁ ହ୍ରାସ କରିଥିବାରୁ ସାଉଥ- ସାଉଥ- ବାଣିଜ୍ୟ ଆକାର ନର୍ଥ-ସାଉଥ ବାଣିଜ୍ୟ ଆକାରକୁ ଟପିଯାଇଛି।
ବୌଦ୍ଧିକ ଦୃଷ୍ଟିକୋଣରୁ, ୟୁରୋପ ଓ ଉତ୍ତର ଆମେରିକାରେ ‘ ନ୍ୟାୟିକ ରାଜନୈତିକ ଅର୍ଥ ବ୍ୟବସ୍ଥା’ ‘ସର୍କୁଲାର (ଚକ୍ରୀୟ) ଅର୍ଥ ବ୍ୟବସ୍ଥା’ସମ୍ପର୍କରେ ଶିକ୍ଷା ଦେବାକୁ ଯେଉଁ ବିଶେଷଜ୍ଞମାନେ ଅଧିକ ଯୋଗ୍ୟ ସେମାନେ ଦାର୍ଶନିକ କିମ୍ବା ପରାମର୍ଶଦାତା ନୁହନ୍ତି। ବରଂ ସେମାନେ ହେଉଛନ୍ତି ସ୍ଥାନୀୟ ଆଦିବାସୀ ଗୋଷ୍ଠୀ, ଯେଉଁମାନେ ପରିସଂସ୍ଥାକୁ ସୁରକ୍ଷିତ ରଖିଛନ୍ତି। ଅସ୍ତିତ୍ୱଗତ ସଙ୍କଟ ଦୃଷ୍ଟିକୋଣରୁ ଅନୁଭବହୀନ ଆଶାବାଦ ପାଇଁ ପଲିଟୁନିଟି ଏକ ଆହ୍ବାନ ନୁହେଁ। ବରଂ ଏହା ଏକ ଉଦ୍ଦେଶ୍ୟପୂର୍ଣ୍ଣ ବାସ୍ତବତାକୁ ଦର୍ଶାଏ, ଯାହା କୌଣସି ଗୋଟିଏ ଅଞ୍ଚଳ କିମ୍ବା ସୁବିଧାବାଦୀ ଶ୍ରେଣୀ ପରିବର୍ତ୍ତେ ବାସ୍ତବରେ ବୈଶ୍ୱିକ ସମୁଦାୟର ଏକ ସୃଜନଶୀଳତାକୁ ସୂଚିତକରେ। ଏହା ସାମାନ୍ୟ ବାର୍ତ୍ତା କିମ୍ବା ଉତ୍ସାହକୁ ପ୍ରେରିତକରେ ନାହିଁ, ବରଂ ଏହା ହେଉଛି ଏକ ଗଠନମୂଳକ କାର୍ଯ୍ୟକ୍ରମ ଯାହା ଏକ ପ୍ରୟୋଗଶୀଳ ଆଧାର ଉପରେ ଆଧାରିତ। ଏହାକୁ ଗମ୍ଭୀରତାର ସହ ଏବଂ ଠିକ୍‌ ଭାବେ ପ୍ରୟୋଗ କଲେ ଆମେ ଆହ୍ବାନଗୁଡ଼ିକୁ ଯେଭଳି ମୁକାବିଲା କିମ୍ବା ଅନୁଧ୍ୟାନ କରୁଛି, ସେଥିରେ ନିଶ୍ଚିତ ପରିବର୍ତ୍ତନ ଆସିବ । ଆମେ ଯାହା ଦେଖୁଛୁ ତାହା ପ୍ରଗତିର ଶେଷ ନୁହେଁ, ବରଂ ଏହା ଉପନିବେଶୀୟ ଶିଳ୍ପ ମଡେଲର ଅନ୍ତ। ଯଦି ଆମେ ବିକାଶ ଉପରେ ଦୃଢ଼ ବିଶ୍ୱାସ କରୁଛୁ ତେବେ ବୁଝିବାକୁ ହେବ ଯେ, ଆଉ ଏକ ମଡେଲ ଏବେ ଆରମ୍ଭ ହେଉଛି।
ପ୍ରଫେସର, ପଲିଟିକାଲ ଇକୋନୋମୀ,
ଜନ୍ସ ହପ୍‌କିନ୍ସ ୟୁନିଭର୍ସିଟି

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri