ବାତ୍ୟା ‘ମୋନ୍ଥା’ ପ୍ରଭାବ: ପାହାଡ଼ ଘେରରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର,ରାମନଦୀରେ ବନ୍ୟା ସ୍ଥିତି, ପ୍ରଶାସନ…

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ’ ମୋନ୍ଥା’ ପ୍ରଭାବରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ ମଙ୍ଗଳବାର ଭୋରରୁ ତୁହାକୁ ତୁହା ବର୍ଷା ଲାଗିରହିଛି। ଫଳରେ ଘୋଡ଼ାହାଡ଼ ଓ ରାମନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତପ୍ତପାଣି, ଶୁଳିଆ, କରଡ଼ା, ପୋଚକା ପ୍ରଭୃତି ବୃହତ ନାଳ ଅବବାହିକା ଅନ୍ତର୍ଭୁକ୍ତ ସାନଖେମୁଣ୍ଡି ତହସିଲର ବହୁ ସଂଖ୍ୟକ ରାଜସ୍ବ ଗ୍ରାମରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ରାତି ଯାଏ ଲଗାଣ ବର୍ଷା ଲାଗିରହିଥିବା କାରଣରୁ ଭୁ – ସ୍ଖଳନ ଆଶଙ୍କା ବଢ଼ିଛି। ଏଥିଲାଗି ପାହାଡ ଉପରେ ବସବାସ କରୁଥିବା ଅନେକ ପରିବାରକୁ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ସ୍ଥାନାନ୍ତରିତ କରି ବିଦ୍ୟାଳୟ ମାନଙ୍କରେ ରଖିଥିବା ଜଣାପଡିଛି।

ଏସ. ଗୋପାଳପୁର ପଞ୍ଚାୟତର ପ୍ରତାପଗିରି ଗ୍ରାମ ନିକଟ ପାହାଡ଼ ଉପରେ ବସବାସ କରୁଥିବା ଜଣାପଡ଼ିଛି । ସାନଖେମୁଣ୍ଡି ବ୍ଲକ ପ୍ରତ୍ୟେକ ପଞ୍ଚାୟତ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଡିଓ, ଜିଆର୍‌ଏସ୍‌ ଏବଂ ସରପଞ୍ଚ ବୃନ୍ଦ ମାନେ ପଞ୍ଚାୟତ କାର୍ଯ୍ୟଳୟରେ ଉପସ୍ଥିତ ରହିଛନ୍ତି। ଅହୋରାତ୍ର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଖୋଲା ରଖି ମନିଟରିଂ ପାଇଁ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ମୋବାଇଲ ଟିମ ଗଠନ କରଯାଇଛି। ମୋବାଇଲ ଟିମ ସମସ୍ତ ପଞ୍ଚାୟତ ର ଗ୍ରାମ ଗୁଡିକୁ ବୁଲି ସ୍ଥିତି ତଦାରଖ କରୁଛି ।

ସାନଖେମୁଣ୍ଡି ବ୍ଲକରେ କିଛି ଗ୍ରାମ ନିକଟ ଦେଇ ଘୋଡ଼ାହାଡ ନଦୀ ପ୍ରବାହିତ ହେଉଥିବା ବେଳେ କୌଣସି ବନ୍ୟା ଆଶ୍ରୟ ସ୍ଥଳ ନ ଥିବାରୁ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟଳୟ ଓ ବିଦ୍ୟାଳୟ ମାନଙ୍କରେ ରଖାଯିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ସେହିପରି ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତର ପାହାଡ଼ ଘେରା ରେ ଥିବା ଜନଜାତି ବହୁଳ ଦାଦୁରୁମା ଓ ଗୋଛାପାଟ ଦୁର୍ଗମ ଗ୍ରାମର ୮୮ ଜଣଙ୍କୁ ନିକଟସ୍ଥ ଘାସିଆମ୍ବ ଗାଁ ସ୍କୁଲରେ ରଖାଯାଇଥିବା ବେଳେ ପୋଡ଼ାଖାଲ ଏବଂ କନିଆ ସାହି ଗ୍ରାମର ୫୦ ଜଣଙ୍କୁ ପୋଡ଼ାଖାଲ ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି।ସେମାନଙ୍କୁ ଜଳଖିଆ,ବିଶୁଦ୍ଧ ପାନୀୟଜଳ ଓ ରନ୍ଧାଖାଦ୍ୟ ଦିଆଯାଉଥିବା ବିଡ଼ିଓ ଅନାମିକା ପାଣ୍ଡେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଏକ ସରକାରୀ ବିବୃତ୍ତି ଜାରି କରି ସେମାନଙ୍କ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri