ନୂଆଦିଲ୍ଲୀ: ହାର୍ଡଡିସ୍କରେ ଅନ୍ତତଃ ୧୫ ଜଣ ମହିଳାଙ୍କ ବ୍ୟକ୍ତିଗତ ନଗ୍ନ ଭିଡିଓ ରଖିଥିବାରୁ ୩୨ ବର୍ଷୀୟ ସିଭିଲ ସର୍ଭିସ ଆଶାୟୀ ରାମ କେଶ ମୀନାଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ଅମୃତା ଚୌହାନ (୨୧) ଷଡ଼ଯନ୍ତ୍ର କରି ହତ୍ୟା କରାଇଥିଲେ। ଅକ୍ଟୋବର ୬ରେ ତିମାରପୁରସ୍ଥିତ ଫ୍ଲାଟରୁ ଜଳିଯାଇଥିବା ମୃତଦେହ ମିଳିଥିଲା।
ଅମୃତା, ତାଙ୍କ ପୂର୍ବ ପ୍ରେମିକ ସୁମିତ କଶ୍ୟପ ଓ ସାଙ୍ଗ ସନ୍ଦୀପ କୁମାରକୁ ଗିରଫ କରାଯାଇଛି। ଅକ୍ଟୋବର ୫ ରାତିରେ ସୁମିତ ଓ ସନ୍ଦୀପ ରାମ କେଶଙ୍କୁ ମାଡ଼ ମାରି ଶ୍ୱାସରୋଧ କରି ହତ୍ୟା କରି ତେଲ, ଘିଅ, ଓ୍ୱାଇନ୍ ଢାଳି ଗ୍ୟାସ୍ ସିଲିଣ୍ଡର ଫାଟାଇ ନିଆଁ ଲଗାଇଥିଲେ। ହାର୍ଡଡିସ୍କ ଓ ଲାପଟପ୍ ନେଇ ପଳାଇଥିଲେ।
ଫରେନ୍ସିକ୍ ଛାତ୍ରୀ ଅମୃତା ଅପରାଧ ଲୁଚାଇବାରେ ନିଜ ଜ୍ଞାନ ବ୍ୟବହାର କରିଥିବା ପୋଲିସ କହିଛି। ତେବେ ସିସିଟିଭିରୁ ଅଭିଯୁକ୍ତମାନେ ଧରାପଡ଼ିଥିଲେ। ଅମୃତାଙ୍କୁ ୧୮ ଅକ୍ଟୋବର, ସୁମିତକୁ ୨୧ ଓ ସନ୍ଦୀପକୁ ୨୩ ତାରିଖରେ ଗିରଫ କରାଯାଇଛି।
ଭାରତୀୟ ନ୍ୟାୟ ସଂହିତାର ଧାରା ୭୭ ଅନୁଯାୟୀ ଅନୁମତି ବିନା ଭିଡିଓ ରଖିବା ବା ଶେୟାର କରିବା ଭୁଲ ଅଟେ। ପ୍ରଥମେ ୧ ବର୍ଷ ଜେଲ୍, ପରେ ୩ରୁ ୭ ବର୍ଷ ଯାଏ ଦଣ୍ଡ ମିଳିପାରେ।


