ଗଞ୍ଜାମ,୨୭।୧୦,(ବିଦ୍ୟାଧର ସାହୁ ): ବାତ୍ୟା ମୋନ୍ଥାର ପ୍ରଭାବରେ ସୋମବାର ସକାଳେ ଗଞ୍ଜାମରେ ବର୍ଷା ଆରମ୍ଭ ହୋଇଛି । ପ୍ରବଳ ବର୍ଷା ଯୋଗୁ ପବିତ୍ର କାର୍ତିକ ମାସ ତୃତୀୟ ସୋମବାର ମଧ୍ୟ ଫିକା ପଡିଛି । ସହର ମଧ୍ୟରେ ଥିବା ବିଭିନ୍ନ ଶୈବ ପୀଠ ଗୁଡିକ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି । ପ୍ରଥମ ଓ ଦ୍ୱିତୀୟ ସୋମବାରରେ ମଧ୍ୟ ବର୍ଷା ଯୋଗୁ ଭକ୍ତଙ୍କ ସଂଖ୍ୟା କମିଥିଲା । ଏହି ବର୍ଷା କାରଣରୁ ଶୈବ ପୀଠରେ ଭୋଗ କରିବାକୁ ମାନସିକ ରଖିଥିବା ଭକ୍ତ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ଅନ୍ୟପଟେ ଏହି ବର୍ଷା ଯୋଗୁ ସମୁଦ୍ର କୁଳ ନିକଟ ବର୍ତ୍ତୀ ଅଞ୍ଚଳ ଲୋକେ ଭୟଭୀତ ଥିବା ଜଣା ପଡିଛି।
Dharitri – The Largest & Most Trusted Odia Daily


