ନୂଆଦିଲ୍ଲୀ,୧୦।୧୦: ନୋବେଲ ଶାନ୍ତି ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ଏହି ବର୍ଷର ବିଜେତା ହେଉଛନ୍ତି ଭେନେଜୁଏଲାର ମାରିଆ କୋରିନା ମାଚାଡୋ। ଶାନ୍ତି ପ୍ରତିଷ୍ଠା ଏବଂ ବିଶ୍ୱ ବିବାଦ ହ୍ରାସ କରିବାରେ ତାଙ୍କର ଅବଦାନ ପାଇଁ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏହି ପୁରସ୍କାର ପ୍ରତିବର୍ଷ ବିଶ୍ୱ ଶାନ୍ତି, ମାନବାଧିକାର ଏବଂ ଦ୍ୱନ୍ଦ୍ୱ ସମାଧାନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ବ୍ୟକ୍ତି କିମ୍ବା ସଂଗଠନକୁ ପ୍ରଦାନ କରାଯାଏ।
ଚଳିତବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଜିତିବାରେ ବିଫଳ ହୋଇଥିଲେ। ବହୁ ଦିନ ଧରି ଅନୁମାନ କରାଯାଉଥିଲା, ଟ୍ରମ୍ପଙ୍କୁ ୟୁକ୍ରେନ ଯୁଦ୍ଧ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଘର୍ଷରେ ମଧ୍ୟସ୍ଥତା ପାଇଁ ମନୋନୀତ କରାଯାଇପାରେ, କିନ୍ତୁ ଶେଷରେ, ଜୁରି ଏହି ବର୍ଷର ପୁରସ୍କାର ମାଚାଡୋଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।
Dharitri – The Largest & Most Trusted Odia Daily


