ଦିଗପହଣ୍ଡି,୨୧।୫(ଅଶେଷ ନାଥ ମିଶ୍ର): ଭାରତୀୟ ସେନାର ଅପରେଶନ ସିନ୍ଦୂର ସଫଳତାକୁ ନେଇ ଯବାନଙ୍କ ମନୋବଳ ଏବଂ ସେମାନଙ୍କ ପରାକ୍ରମକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବୁଧବାର ଅପରାହ୍ନରେ ଭାଜପା ପକ୍ଷରୁ ଦିଗପହଣ୍ଡି ସହରରେ ନିର୍ବାଚନମଣ୍ଡଳୀସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିଲେ। ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ଖେଳ ପଡିଆଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ଛକ , ପୋଲିସ ଥାନା, ବସଷ୍ଟାଣ୍ଡ ଏବଂ ପୁଞ୍ଜିଙ୍କୟା ଛକ, ମେଡିକାଲ ରୋଡ଼ ଦେଇ ହାଇସ୍କୁଲ ଖେଳ ପଡ଼ିଆଠାରେ କାର୍ଯ୍ୟକ୍ରମ ଉଦଯାପନ ହୋଇଥିଲା। ଏହି ଶୋଭାଯାତ୍ରାରେ ପୂର୍ବତନ ସରପଞ୍ଚ ତଥା ସେବା ସମବାୟ ସମିତି ସମୂହର ପୂର୍ବତନ ଜିଲା ସଭାପତି ସନାତନ ସଂଗ୍ରାମ ସିଂ, କୁକୁଡାଖଣ୍ଡି ବ୍ଳକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର , ଦଳୀୟ ନେତୃବୃନ୍ଦ ମହନ୍ତ ଚିନ୍ମୟା ନନ୍ଦ ଦାସ , ପରେଶ ଚନ୍ଦ୍ର ରଥ, ମନୋଜ କୁମାର ପଣ୍ଡା,ସନ୍ତୋଷ କୁମାର ସାହୁ, ବାପି ପ୍ରଧାନ , କିଶୋର ସାହୁ , ଭବାନୀ ଶଙ୍କର ପଣ୍ଡା , ଟୁନା ଚୌଧୁରୀ, ପ୍ରଶାନ୍ତ ପୂଜାରୀ , ନରସିଂହ ପାତ୍ର , ପୂର୍ବତନ ସରପଞ୍ଚ ବନମାଳୀ ଜେନା, ପ୍ରତାପ କୁମାର ସାହୁ , ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ବାମୀ , ଲିଙ୍ଗରାଜ ଦୋରା, ବିଜୟ ପ୍ରଧାନ, ଗିତାଞ୍ଜଳୀ ଜାନୀ, ସୀତାରାମ ସେଠୀ, ସରପଞ୍ଚ ପ୍ରତିନିଧି ଏମ. ସନ୍ତୋଷ , ସନ୍ତୋଷ ଦୋରା , ଶ୍ୟାମ ନାୟକ, ଆଦିତ୍ୟ ସାହୁ , ବୁଲୁ ସେଠୀ, ବିପ୍ରଚରଣ ସେଠୀ, ସୂର୍ଯ୍ୟ ନାରାୟଣ ସାହୁ, ରବିଚନ୍ଦ୍ର ଗୈାଡ ଙ୍କ ସମେତ ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଳକର ବହୁ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେହିପରି ପଦ୍ମନାଭପୁର ନାଗରିକ କମିଟି ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ରେ ଏମ. କେଶବ ରାଓ,ପରେଶ ଚନ୍ଦ୍ର ରଥ,ଭବାନୀ ଶଙ୍କର ପଣ୍ଡା, ଅଭିମନ୍ୟୁ ଜାନି, ବଦ୍ରି ନାରାୟଣ ପାତ୍ର,ସୁଶାନ୍ତ ସେଠୀ,ଟି.ରାମାରାଓ , ତ୍ରିପତୀ ସୁବୁଦ୍ଧି,ସନ୍ତୋଷ ଜାନି,ଦଣ୍ଡପାଣି ପାତ୍ର,ଶ୍ରୀଧର ସେଠୀ,ସୁଷମା ଗୌଡ଼,ଭଗବାନ ସେଠୀ ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ସାମିଲ ଥିଲେ।


