Posted inଖେଳ

ଓ୍ବେଷ୍ଟଇଣ୍ଡିଜ ରିଜର୍ଭ ଲିଷ୍ଟରେ ବ୍ରାଭୋ, ପୋଲାର୍ଡ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୦।୫(ପି.ଟି.)- ଆଇସିସି ବିଶ୍ୱକପ୍‌ ଲାଗି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ରବିବାର ୧୦ ରିଜର୍ଭ ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏହି ତାଲିକାରେ ଅବସର ନେଇସାରିଥିବା ଅଲ୍‌ରାଉଣ୍ଡର ଡ୍ବେନ୍‌ ବ୍ରାଭୋଙ୍କ ସହ କିରନ ପୋଲାର୍ଡ ସ୍ଥାନ ପାଇଛନ୍ତି। ବ୍ରାଭୋ ଗତବର୍ଷ ଅକ୍ଟୋବରରେ ଅବସର ନେଇସାରିଥିବାବେଳେ ପୋଲାର୍ଡ ଶେଷଥର ପାଇଁ ୨୦୧୬ ଅକ୍ଟୋବରରେ ଦିନିକିଆ କ୍ରିକେଟରେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଆଇପିଏଲ୍‌ ଦଳ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଷ୍ଟାର୍‌ ଅଲ୍‌ରାଉଣ୍ଡର ବ୍ରାଭୋ ମଧ୍ୟ ୨୦୧୪ ଅକ୍ଟୋବରରେ ନିଜର ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସେହିଭଳି ୨୦୧୬ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷ ଅନୁଷ୍ଠିତ ଟି୨୦ ଜାତୀୟ ଦଳ ପକ୍ଷରୁ ତାଙ୍କର ଅନ୍ତିମ ମ୍ୟାଚ୍‌ ଥିଲା। ବୋର୍ଡ ସହିତ ପାଉଣା ବିବାଦକୁ ନେଇ ମତାନ୍ତର ହେବାରୁ ୨୦୧୪ରେ ବ୍ରାଭୋଙ୍କ ନେତୃତ୍ୱରେ ଓ୍ବେଷ୍ଟଇଣ୍ଡିଜ ଦଳ ଭାରତ ଗସ୍ତ ଅଧାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲା। ସେବେଠାରୁ ଜାତୀୟ କ୍ରିକେଟ୍‌ ବୋର୍ଡ ଓ ବ୍ରାଭୋଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା।
ପୋଲାର୍ଡ ୨୦୧୬ରେ ପାକିସ୍ତାନ ବିପକ୍ଷରେ ନିଜର ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସେହିଭଳି ଗତବର୍ଷ ନଭେମ୍ବରରେ ଭାରତ ବିପକ୍ଷ ଟି୨୦ ତାଙ୍କର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ଥିଲା। ବିଶ୍ୱକପ୍‌ ଲାଗି ଘୋଷିତ ରିଜର୍ଭ ଖେଳାଳି ଲିଷ୍ଟରେ ଅନ୍ୟମାନଙ୍କ ମଧ୍ୟରେ ସୁନୀଲ ଆମ୍ବ୍ରିସ, ଜନ୍‌ କ୍ୟାମ୍ପ୍‌ବେଲ, ଜୋନାଥନ କାର୍ଟର, ରୋଷ୍ଟନ ଚେଜ୍‌, ଶେନ୍‌ ଡାର୍‌ଓ୍ବିଚ, କେମୋ ପଲ୍‌, ଖାରୀ ପିୟର ଓ ରୟମନ ରେଇଫର୍‌ ସ୍ଥାନ ପାଇଛନ୍ତି। ‘ବିଶ୍ୱକପ୍‌ ମଝିରେ ଯଦି ଖେଳାଳି ବଦଳ ଆବଶ୍ୟକ ହୁଏ, ତେବେ ଏମାନଙ୍କ ମଧ୍ୟରୁ ଚୟନ କରାଯିବ’ ବୋଲି ସିଡବ୍ଲ୍ୟୁଆଇ ଚୟନ କମିଟିର ଅନ୍ତରୀଣ ଅଧ୍ୟକ୍ଷ ରବର୍ଟ ହେନ୍ସ କହିଛନ୍ତି। ଇଂଲଣ୍ଡର ସାଉଥ୍‌ହମ୍ପଟନ୍‌ଠାରେ ରବିବାରଠାରୁ ଓ୍ବେଷ୍ଟଇଣ୍ଡିଜ ଏହାର ପ୍ରସ୍ତୁତି କ୍ୟାମ୍ପ୍‌ ଆରମ୍ଭ କରିଛି। ଆସନ୍ତା ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ମେ ୩୧ରେ ପାକିସ୍ତାନ ବିପକ୍ଷରୁ ଓ୍ବେଷ୍ଟଇଣ୍ଡିଜ ଏହାର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri