ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୧୯।୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ସୋନପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାମ ଟିକୁ ଅଜଗର(୨୬)। ତାଙ୍କ ଘର ବିନିକା ସହରର ଚମାରପଡାରେ। ଟିକୁଙ୍କୁ ଉପକାରାଗାର ପରିସର ଶୌଚାଳୟ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପେଟକୁ ଧାରୁଆ ଅସ୍ତ୍ରରେ କଟାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଟିକୁଙ୍କୁ ଗୁରୁତର ଅବସ୍ଥାରେ ନିଆଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜେଲ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ପାରିପାର୍ଶ୍ୱିକ ଅବସ୍ଥାରୁ ଏହାର ସତ୍ୟତାକୁ ନେଇ ପ୍ରଶ୍ନ ଉଠୁଛି। କାରଣ କାରାଗାରଟି ପରିଚାଳନାଗତ ଅବ୍ୟବସ୍ଥା ଓ ସୁରକ୍ଷାକୁ ନେଇ କିଛି ମାସ ହେବ ଚର୍ଚ୍ଚାରେ ଥିଲା। ସୋନପୁର ଥାନାରେ କଏଦୀ ମୃତ୍ୟୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀ ଲୋକେଶ କୁମାର ସାହୁ ସାଇଣ୍ଟିଫିକ୍‌ ଟିମ୍‌ ସହ ଉପକାରାଗାରକୁ ଯାଇ ଘଟଣାର ତଦନ୍ତ କରିଛନ୍ତି । ଏପ୍ରିଲ ୨୪ ତାରିଖରେ ବିନିକା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଫାୟାର ମ୍ୟାନ ଦୁଷ୍ମନ୍ତ କିଷାନଙ୍କୁ ଗଳାକାଟି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିଲେ ଟିକୁ । ୨୫ ତାରିଖରୁ ସେ ବିଚାରାଧୀନ କଏଦୀ ଭାବରେ ରହୁଥିଲେ। ରବିବାର ପୂର୍ବାହ୍ନରେ ସେ ପାଇଖାନା ଯାଇଥିଲେ। ଭିତରୁ ବାହାରକୁ ଆସିବାରେ ବିଳମ୍ବ ହେବାରୁ ତାଙ୍କୁ ଖୋଜା ପଡିଥିଲା। ତେବେ ଦାଢି କାଟିବା ପାଇଁ ବ୍ୟବହୃତ ବ୍ଲେଡ୍‌ରେ କଏଦୀ ନିଜ ପେଟକୁ କାଟି ଆତ୍ମହତ୍ୟା କରିଥିବା କାରାଗାରର ଭାରପ୍ରାପ୍ତ ଅଧିକ୍ଷକ ଦଶମୀ ବାଗ ପ୍ରକାଶ କରିଛନ୍ତି। ସେ ନିଜେ ଏହାର ତଦନ୍ତ କରିବେ। ଅନ୍ୟପକ୍ଷେ ବ୍ଲେଡ୍‌ କଏଦୀଙ୍କ ପାଖକୁ କିପରି ଗଲା। ଦାୟିତ୍ୱରେ ଥିବା ମୁଖ୍ୟ କାରାରକ୍ଷୀ ଓ କାରାରକ୍ଷୀ କଣ କରୁଥିଲେ, ସେ ନେଇ ପ୍ରଶ୍ନ ଉଠୁଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଜିଲା ମୁଖ୍ୟ ଚିକିତ୍ସାଳୟର ୩ ଜଣ ବିଶେଷଜ୍ଞ ମୃତଦହେ ବ୍ୟବଚ୍ଛେଦ କରିଛନ୍ତି। ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ପୋଲିସ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

ସମ୍ବଲପୁରରେ ବିଗ୍‌ ଫାଇଟ୍‌

ସମ୍ବଲପୁର,୨୮ା୩ (ଭବାନୀ ଶଙ୍କର ଭୋଇ)ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା...

ରଙ୍ଗଖେଳରୁ ଯୁବକଙ୍କୁ ହତ୍ୟା: ୨ ବିଜେଡି ନେତା ଗିରଫ

କୁଚିଣ୍ଡା,୨୮ା୩(ବିରଞ୍ଚତ୍ ଦର୍କା)ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି(ହରିଜନପଡ଼ା)ଠାରେ ମଙ୍ଗଳବାର ହୋଲି ଅବସରରେ ରଙ୍ଗଖେଳରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ସେ ହେଲେ କେଛୁପାଣିର...

ସମ୍ବଲପୁରରେ ବୋମା ମାଡ଼ ପରେ ଉତ୍ତେଜନା

ସମ୍ବଲପୁର,୨୬।୩: ପୁଣି ଅସାନ୍ତ ହୋଇପଡିଛି ସମ୍ବଲପୁର। ମଙ୍ଗଳବାର ସନ୍ଧ୍ୟାରେ ପୀରବାବା ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଏକ ବୁଲେଟ(ବାଇକ୍‌) ଛିଡ଼ା ହୋଇଥିଲା। ସେତିକିବେଳେ କେତେକ ଦୁର୍ବୃତ୍ତ...

ହୋଲି ପାଇଁ ସମ୍ବଲପୁର ଆସୁଥିଲା ବହୁ ପରିମାଣର କଫ ସିରପ: ଜବତ କଲା ପୋଲିସ

ସମ୍ବଲପୁର,୨୫।୩(ପ୍ରମୋଦ ବହିଦାର): ସମ୍ବଲପୁର ପୋଲିସ ଏକ ବଡ଼ ଧରଣର କଫ ସିରପ ର଼୍ୟାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ସଦର ଥାନା ପୋଲିସ ନିଲଡୁଙ୍ଗରିରୁ ୪୫ଟି...

ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରାଯାଉ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri