Posted inଫୁରସତ

ଆଙ୍କର ହେବା ସହଜ ନୁହେଁ: ଅଭିମନ୍ୟୁ ପରିଡ଼ା

ଯାତ୍ରାର ପ୍ରଥମ ଚରଣ ଆରମ୍ଭ ହୁଏ ଆଙ୍କରିଂରୁ। ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକମାନେ ପ୍ରଥମେ ଯାହାଙ୍କୁ ଦେଖି ତାଳିମାଡ଼ କରନ୍ତି ସେ ହେଉଛନ୍ତି ଜଣେ ଆଙ୍କର। ତେଣୁ ଯାତ୍ରାରେ ଜଣେ ଆଙ୍କର୍‌ର ଭୂମିକା କିଛି କମ୍‌ ନୁହେଁ ବୋଲି କହନ୍ତି ଯାତ୍ରା ଜଗତର ଜଣେ ସ୍ବନାମଧନ୍ୟ ଆଙ୍କର ଅଭି କୁମାର ଓରଫ୍‌ ଅଭିମନ୍ୟୁ ପରିଡ଼ା। ଚଳିତ ଯାତ୍ରାଋତୁରେ ସେ ଆଙ୍କରିଂ କରୁଛନ୍ତି ଯାତ୍ରା ସ୍ବର୍ଣ୍ଣମହଲ୍‌ରେ। ତେବେ ଅଭି କୁମାରଙ୍କ ପରିଚୟ କେବଳ ଆଙ୍କରିଂ ମଧ୍ୟରେ ସୀମିତ ହୋଇ ରହିନାହିଁ। ସେ ମଧ୍ୟ ଜଣେ ଅଭିନେତା। ହେଲେ ଅଭିନେତା ଭାବରେ ନୁହେଁ, ଜଣେ ଆଙ୍କର ଭାବରେ ନିଜକୁ ପ୍ରତିଷ୍ଠିତ କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ। ନୟାଗଡ଼ର ବାଦଭୂଇଁ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସତ୍ୟବାଦୀ ପରିଡ଼ା ଓ ଶାନ୍ତି ପରିଡ଼ାଙ୍କ ଏହି ସୁଯୋଗ୍ୟ ସନ୍ତାନ ପ୍ରଥମେ ଭେଟେରାନ୍‌ ଅଭିନେତା କୈଳାଶ ବେହେରାଙ୍କ ସହଯୋଗୀ ଭାବରେ କାମ କରିବା ଆରମ୍ଭ କରିଥିଲେ। କୈଳାଶ ବେହେରା ହିଁ ତାଙ୍କୁ ଶିଖେଇଥିଲେ ଅଭିନୟର ଅ ଆ କ ଖ। ସେ ହିଁ ତାଙ୍କୁ କହିଥିଲେ, ‘ତୁ ଆଙ୍କରିଂ କର। ଭଲ କରିପାରିବୁ।’
ପିଲାଟିବେଳୁ ଅଭିନୟ ପ୍ରତି ରୁଚିଥିଲା। ଗଁା ଡ୍ରାମାରେ ପାର୍ଟ କରୁଥିଲେ। ଲୋକମାନେ ବାହାବାଃ ଦେଉଥିଲେ। ଗଁାର ଲୋକମାନେ କହୁଥିଲେ, ତୁ ଯାତ୍ରା ପାର୍ଟିକୁ ଯା। ତୋ ଭିିତରେ ଅଭିନୟ ଅଛି। ଏଠି ରହିଲେ ବଣମଲ୍ଲୀ ପରି ମଉଳି ଯିବୁ। ଗଁା ଲୋକଙ୍କ ପ୍ରେରଣା ତଥା ବାପାମା’ଙ୍କ ସହଯୋଗରେ ଅଭି କୁମାର ଆସିଲେ ଯାତ୍ରାପାର୍ଟିକୁ। ଏହା ହେଉଛି ୨୦୧୩ ମସିହାର କଥା। ତେବେ ତାଙ୍କୁ ଦର୍ଶକଙ୍କ ନିକଟରେ ପରିଚିତ କରାଇଲା ଯାତ୍ରା ରଙ୍ଗମହଲ। ଏହି ଅନୁଷ୍ଠାନର ଚର୍ଚ୍ଚିତ ନାଟକ ‘ଖରାପ ଝିଅର ଗପ’ରେ ତାଙ୍କୁ ମିଳିଲା ରାମପଦ ଭୂମିକା। ତାହା ଥିଲା ଏକ ନେଗେଟିଭ୍‌ ଚରିତ୍ର। ସେଇ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ କିଣିନେଲେ। ଏପରିକି ନିର୍ଦ୍ଦେଶକ ତଥା ପ୍ରଯୋଜକମାନେ ତାଙ୍କ ଭିତରେ ଥିବା ପ୍ରତିଭାର ସୁରାକ୍‌ ପାଇଗଲେ। ସେବେ ଠୁ ଅଭିକୁମାରଙ୍କ ଗାଡ଼ି ଚାଲିଛି ଯେ ଚାଲିଛି। ଇତିମଧ୍ୟରେ ସେ ଆଙ୍କରିଂ କରିବା ସହିତ ଖରାପ ଝିଅର ଗପ, ଆମ ଗଁା ଜଗନ୍ନାଥ ତୁମ ଗଁା ଆଲ୍ଲା, ମୁନ୍ନୀ ବଦନାମ ହୁଇ, ଯାହା କହିବି ସତ କହିବି, ତମ ପିଲାର ମା’ ହେବିନି, ଫଗୁଣ ଦେଶର ରାଜକୁମାରୀ ଭଳି ନାଟକରେ ଅଭିନୟ କରିସାରିଛନ୍ତି।

ଆଙ୍କରିଂ ପ୍ରତି କାହିଁକି ମନବଳିଲା ପ୍ରଶ୍ନରେ ଅଭି କହନ୍ତି : ଯାତ୍ରାରେ ପାଞ୍ଚଜଣ ହିରୋ, ତିନିଜଣ ଭିଲିଆନ୍‌। ହେଲେ ଜଣିଏ ମାତ୍ର ଆଙ୍କର। ମୁଁ ଚିନ୍ତାକଲି, ପାଞ୍ଚଜଣ ହିରୋ ବା ତିନିଜଣ ଭିଲିଆନ୍‌ଙ୍କ ମଧ୍ୟରେ ପ୍ରତିଯୋଗିତା କାହିଁକି କରିବି। ଜଣେ ଆଙ୍କର କାହିଁକି ନ ହେବି। ଏଥିସହିତ ସେ କହନ୍ତି, ମୁଁ ଜଣେ ଆଙ୍କର ପୁଣି ଆକ୍ଟର ହୋଇଥିବାରୁ ବୁଝିଛି ଆଙ୍କର ହେବା ସହଜ କଥା ନୁହେଁ। ଆକ୍ଟରମାନଙ୍କ ପାଇଁ ସ୍କ୍ରିପ୍ଟ ଥାଏ। ସେମାନେ ତାହାକୁ ନେଇ ଅଭିନୟ କରିଥାନ୍ତି। ହେଲେ ଆଙ୍କର ନିଜେ ସ୍କ୍ରିପ୍ଟ କରେ। ନିଜେ ବି ଉପସ୍ଥାପନା କରେ। ପୁଣି ଉପସ୍ଥିତ ବୁଦ୍ଧି ଖଟାଇ ତତ୍‌କ୍ଷଣାତ୍‌ ଦର୍ଶକମାନଙ୍କର ମନୋରଞ୍ଜନ କରିବାକୁ ପଡ଼େ। ତାଙ୍କର ସଫଳତା ପଛରେ ସବୁଠୁ ବେଶି ରହିଛି ବାପାମା’ଙ୍କ ଆଶୀର୍ବାଦ ଆଉ ଗଁା ଲୋକଙ୍କ ପ୍ରେରଣା। ତେଣୁ ସେ ଶେଷପର୍ଯ୍ୟନ୍ତ ସେମାନଙ୍କ ଆଶା ବିଶ୍ୱାସ ଭରସାକୁ ତଳେ ପକେଇ ଦେବେ ନାହିଁ। ନିଜକୁ ଜଣେ ଭଲ ଆଙ୍କର ଭାବରେ ପ୍ରତିଷ୍ଠା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri