Posted inଫୁରସତ

ଡିଗ୍ରୀଧାରୀ କୁକୁର ଗ୍ରିଫିନ

ବେଳେବେଳେ ପୋଷା ଜୀବଜନ୍ତୁ ମଣିଷ ଜୀବନର ବିଶେଷ ଅଙ୍ଗ ପାଲଟି ଯାଆନ୍ତି। ଯେମିତି କି ଆମେରିକା, ନ୍ୟୁୟର୍କରେ କ୍ଲାର୍କସନ୍‌ ବିଶ୍ୱବିଦ୍ୟାଳୟରେ ଅକୁପେଶନାଲ ଥେରାପିରେ ଡିଗ୍ରୀ କରୁଥିବା ୨୫ ବର୍ଷୀୟା ଭିନ୍ନକ୍ଷମ ଯୁବତୀ ବ୍ରିଟନୀ ହୌଲେଙ୍କ ଜୀବନରେ ତାଙ୍କ ପୋଷା କୁକୁର ପାଲଟିଛି ସବୁକିଛି। ଗ୍ରିଫିନ ନାମକ ଏହି କୁକୁର ହ୍ବିଲ୍‌ ଚେୟାରରେ ଜୀବନ ବିତାଉଥିବା ବ୍ରିଟନୀଙ୍କ ଜୀବନକୁ ବେଶ୍‌ ସହଜ କରିଦେଇଛି। ତାଙ୍କର ଚାପଗ୍ରସ୍ତ ଜୀବନକୁ ହାଲ୍‌କା କରିବା ସହ ଛୋଟ ଛୋଟ ଇଶାରାରେ ଗ୍ରିଫିନ ବ୍ରିଟନୀଙ୍କ ହାତକୁ ମୋବାଇଲ୍‌ ବଢାଇ ଦେବା, କବାଟ ଖୋଲିଦେବା, ଲାଇଟ୍‌ ସୁଇଚ୍‌ ଅନ୍‌ ଅଫ୍‌ କରି ଦେବା, କ୍ଷଣକରେ ବିଭିନ୍ନ ଆବଶ୍ୟକ ଜିନିଷ ହାତକୁ ବଢାଇ ଦେବା ଏବଂ ବ୍ରିଟନୀ ରୋଗୀଙ୍କୁ ଥେରାପୀ ଦେବାବେଳେ ବି ସେ ସାହାଯ୍ୟ କରେ। ସେଥିପାଇଁ ଅନେକ ରୋଗୀ କୁହନ୍ତି ଆମର ଥେରାପିଷ୍ଟ ବ୍ରିଟନୀ ଓ ଗ୍ରିଫିନ ବୋଲି। ଏସବୁ ଦେଖିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ବ୍ରିଟନୀଙ୍କୁ ନୁହେଁ ଗ୍ରିଫିନ୍‌କୁ ବି ଡିଗ୍ରୀ ଦେବା ଲାଗି ନିଷ୍ପତ୍ତି ନେଇଥିଲେ। କାରଣ ସେ ଅନ୍ୟ ଛାତ୍ରଙ୍କ ପରି ହିଁ ଅନେକ ପରିଶ୍ରମ କରିଥିଲା। ଶେଷରେ ନିର୍ଦ୍ଧାରିତ ଦିନରେ ବ୍ରିଟନୀ ଡିଗ୍ରୀ ହାସଲ କରିବା ସହ ଗ୍ରିଫିନ୍‌କୁ ବି କଳା ଟୋପି ପିନ୍ଧାଇ ମଞ୍ଚ ଉପରେ ଡିଗ୍ରୀ ଧାରଣର ମାନପତ୍ର ପ୍ରଦାନ କରାଗଲା। ଏହି ସାହାଯ୍ୟକାରୀ କୁକୁରକୁ ବ୍ରିଟନୀ ‘ପ’ସ୍‌ ଫରପ୍ରିଜନ୍ସ’ରୁ ଆଣିଥିଲେ। ଯେଉଁଠି କୁକୁରଙ୍କୁ ଉଚ୍ଚମାନର ତାଲିମ ପ୍ରଦାନ କରାଯାଇଥାଏ। ସେଠିଥିବା ଅନେକ କୁକୁର ଭିତରୁ ଗ୍ରିଫିନ୍‌ ହିଁ ତାଙ୍କ ନିକଟକୁ ଆସି ଗେହ୍ଲେଇ ହୋଇଥିଲା। ତେଣୁ ବ୍ରିଟନୀ ତାକୁ ନିଜ ସହ ନେଇଆସିଥିଲେ। ସେବେଠାରୁ ସେ ତାଙ୍କର ସାହାରା ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri