Posted inଫୁରସତ

ର଼୍ୟାନ୍‌ କେଲିଙ୍କ ଲିପ୍‌ ଆର୍ଟ ଦେଖି ଚକିତ ହୁଅନ୍ତି ଲୋକେ

ବଡି ଆର୍ଟ, ଫେସ୍‌ ଆର୍ଟ ସମ୍ପର୍କରେ ଅନେକେ ଜାଣିଥିବେ ଓ ଦେଖିଥିବେ ମଧ୍ୟ। ତେବେ ମେକ୍‌ଅପ୍‌ ଆର୍ଟିଷ୍ଟ ର଼୍ୟାନ୍‌ କେଲି କରୁଥିବା ଲିପ୍‌ ଆର୍ଟ ସବୁଠାରୁ ଭିନ୍ନ ଓ ସ୍ବତନ୍ତ୍ର। ତାଙ୍କ ପାଇଁ ଓଠ ସାଜେ କାନ୍‌ଭାସ୍‌। ତା’ରି ଉପରେ ସେ ଏତେ ସୁନ୍ଦର ଓ ନିଖୁଣ ଚିତ୍ର କରନ୍ତି ଯେ, ଦେଖିବା ଲୋକ ଚକିତ ହୋଇଯାଆନ୍ତି। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଲୋକପ୍ରିୟ କାର୍ଟୁନ୍‌ ଚରିତ୍ର, ପ୍ରସିଦ୍ଧ ପେଣ୍ଟିଂ ଆଦିକୁ ସେ ଏହି ଛୋଟିଆ କାନ୍‌ଭାସ୍‌ରେ ଉତାରି ଥାଆନ୍ତି। ଏହି ଆର୍ଟକୁ ର଼୍ୟାନ ୪ ବର୍ଷ ପୂର୍ବେ ମଜାରେ ମଜାରେ କରିବା ଆରମ୍ଭ କରିଥିଲେ। ଦିନେ ସେ ଓ ତାଙ୍କ ସ୍ବାମୀ ଟିଭିରେ ଏକ ଡ୍ୟାନ୍ସ କାର୍ଯ୍ୟକ୍ରମ ଦେଖୁଥାଆନ୍ତି। ସେଥିରେ ଜଣେ ଡ୍ୟାନ୍ସର ଉଭୟଙ୍କୁ ପ୍ରଭାବିତ କରିଥିଲେ। ଯେକି କୋରିଓଗ୍ରାଫି ସମୟରେ ଠିକ୍‌ଭାବେ ଡ୍ୟାନ୍ସ କରିପାରୁ ନ ଥିବାବେଳେ ପ୍ରତିଯୋଗିତାରେ ବହୁତ ସୁନ୍ଦରଭାବେ ନୃତ୍ୟ କରୁଥିଲେ। ଆଉ ସେ ‘ଲେଫ୍ଟ ଶାର୍କ’ ଭାବେ ପରିଚିତ ହେଉଥିଲେ। ର଼୍ୟାନ୍‌ଙ୍କ ସ୍ବାମୀ ଚାହିଁଥିଲେ ର଼୍ୟାନ୍‌ ତାଙ୍କ ଓଠରେ ଏକ ଶାର୍କ ଚିତ୍ର ଓ ଆଙ୍ଗୁଠିରେ ତାର ଡେଣା ଚିତ୍ର କରି ସେହି ପ୍ରତିଯୋଗୀଙ୍କର ନକଲ କରିବେ। ଆଉ ର଼୍ୟାନ୍‌ କରିଥିଲେ ମଧ୍ୟ। ତା ସହ ନିଜ ମୁହଁର ମେକ୍‌ଓଭର୍‌ର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଲୋକେ ଏହାକୁ ବହୁତ ପସନ୍ଦ କରିଥିଲେ। ଏହାପରଠାରୁ ହିଁ ର଼୍ୟାନ୍‌ଙ୍କର ଲିପ୍‌ ଆର୍ଟ ପ୍ରତି ଆଗ୍ରହ ବଢିଯାଇଥିଲା। ଆଉ ଅଧିକରୁ ଅଧିକ ଲିପ୍‌ ଆର୍ଟ କରିବାକୁ ଲାଗିଲେ। ଏବେ ସେ ଏହି ଛୋଟିଆ ସ୍ଥାନରେ ଚମତ୍କାର ପେଣ୍ଟିଂ କରୁଛନ୍ତି। ଝିଅ ଜନ୍ମ ହେବା ପୂର୍ବରୁ ଏହି ଆର୍ଟ କରିବା ପାଇଁ ସେ ଘଣ୍ଟା ଘଣ୍ଟା ସମୟ ନେଉଥିଲେ। ହେଲେ ଏହାପରେ ସେ ଝିଅକୁ ସମୟ ଦେବା ପାଇଁ କିଭଳି ଶୀଘ୍ର ହୋଇପାରିବ ଚେଷ୍ଟା କଲେ। ଏବେସେ ଟ୍ରାନ୍ସଫର ପେପର୍‌ରେ ପ୍ରଥମେ ଚିତ୍ର କରି ପରେ ଓଠରେ ତାକୁ ଲଗାଇ ରଙ୍ଗ ଭରନ୍ତି। ଆଇନା ଦେଖି ସେହି ଚିତ୍ରକୁ ସେଟ୍‌ କରିବା ଓ ନିଖୁଣଭାବେ ରଙ୍ଗ ଦେବା ଏତେ ସହଜ ନୁହେଁ। ଏଥିପାଇଁ ତାଙ୍କୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୧୮।୩: ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର...

ଆଖିବୁଜିଲା ୧୨୫ ବର୍ଷୀୟ କଇଁଛ ‘ଚାଣକ୍ୟ’

ହାଇଦ୍ରାବାଦ,୧୮ା୩: କନ୍ଦମୂଳ ଖାଇବାକୁ ଭଲ ପାଉଥିବା ଗାଲାପାଗୋସ ପ୍ରଜାତିର ବିଶାଳ କଇଁଛ ଚାଣକ୍ୟ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୧୨୫ ବର୍ଷ ବୟସରେ ରବିବାର ମୃତ୍ୟୁବରଣ...

ପଖାଳ କଥା

ଓଡ଼ିଆଙ୍କର ପ୍ରିୟ ପଖାଳ। କେବେ ଦିନେ ଗାଁର ଖାଦ୍ୟ ବୋଲି କୁହାଯାଥିବା ଏହି ପଖାଳ ଏବେ ସହରୀ ଲୋକଙ୍କର ବି ମନ କିଣି ନେଇଛି। ଆମ...

ଯଦି ସୂର୍ଯ୍ୟ ପଶ୍ଚିମରେ ଉଦୟ ହୁଅନ୍ତି, ତେବେ କ’ଣ ସବୁ ଘଟିବ ପୃଥିବୀରେ ଜାଣନ୍ତୁ…

ସମସ୍ତେ ଜାଣିଛନ୍ତି ଯେ, ସୂର୍ଯ୍ୟ ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାନ୍ତି। ଏହି କାରଣରୁ ପାଣିପାଗରେ ପରିବର୍ତ୍ତନ ଘଟେ। ଋତୁଚକ୍ର ବଦଳିଥାଏ। ଯେଉଁ ଋତୁରେ...

Video: ପରୀକ୍ଷା ଶେଷ ହେବା ପରେ ଖୁସିରେ ନାଚିଲା କୁନି ଝିଅ, ଭିଡିଓ ଦେଖିଲେ ମନେ ପଡ଼ିଯିବ ପିଲାଦିନ…

ଛାତ୍ର ଜୀବନରେ ପରୀକ୍ଷା ଶେଷ ହେବାର ଖୁସି ଅଧିକ ଥାଏ। କାରଣ ଏହା ପରେ କିଛିଦିନ ଛୁଟି ମିଳିଯାଏ। ଏବେ ସୋସିଆଲ ମିଡିଆରେ ଏଭଳି ଏକ...

୫୦ ବର୍ଷ ହେଲାଣି କେବଳ ପାଣି ପିଇ ବଞ୍ଚିଛନ୍ତି ଏହି ମହିଳା

ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ଯଦ୍ୱାରା ଶରୀରକୁ ଉର୍ଜା ମିଳିବା ସହ ଶରୀର ସୁସ୍ଥ ରହେ।...

କପାଳରେ କ୍ୟୁଆର କୋଡ୍‌ ଟାଟୁ କଲେ ଯୁବକ, କାରଣ ଜାଣିଲେ ହେବେ ଚକିତ…

ଆଜିକାଲି ସୋସିଆଲ ମିଡିଆରେ ଏଭଳି ଅନେକ ଅଜବ ଭିଡିଓ ଦେଖିବାକୁ ମିଳୁଛି ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ। ଏଇ ଯେମିତି ଏବେ ଏକ ଭିଡିଓରେ...

କାହିଁକି ଡିଏଁ ଆଖି? କ’ଣ ରହିଛି କାରଣ

ଆଖି ଡେଇଁବାକୁ ନେଇ ଆମ ସମାଜରେ ଅନେକ କିଛି କଥା ଜଡିତ ଅଛି। କିଏ ଏହାକୁ ଶୁଭ ଅଶୁଭ ସହ ଯୋଡେ ତ କିଏ ଅମଙ୍ଗଳ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri