Posted inଖେଳ

ବିଶ୍ୱକପ୍‌: କୋହଲିଙ୍କ ଲାଗି ନେତୃତ୍ୱର ପରୀକ୍ଷା

ନୂଆଦିଲ୍ଲୀ,୧୯।୫(ପି.ଟି.)- ବିରାଟ କୋହଲି ବିଶ୍ୱ କ୍ରିକେଟରେ ସୁପରଷ୍ଟାର ମାନ୍ୟତା ପାଇଛନ୍ତି। ବ୍ୟାଟିଂରେ କ୍ରମାଗତଭାବେ ସ୍ଥିର ପ୍ରଦର୍ଶନ କରି ସେ ଜଣେ ମହାନ୍‌ ବ୍ୟାଟ୍ସମ୍ୟାନର ମାନ୍ୟତା ମଧ୍ୟ ପାଇସାରିଛନ୍ତି। କିନ୍ତୁ ଆଉ କିଛି ଦିନ ପରେ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ୍‌ରେ କୋହଲିଙ୍କ ସମ୍ମୁଖରେ ଏକ ଭିନ୍ନ ଧରଣର ପରୀକ୍ଷା ଅପେକ୍ଷା କରି ରହିଛି। ନିଜ ନେତୃତ୍ୱ ଓ ପଡିଆରେ ସାମରିକ କୌଶଳକୁ କିପର କାର୍ଯ୍ୟକାରୀ କରିବା ନେଇ ସେ ପରୀକ୍ଷାର ସମ୍ମୁଖୀନ ହେବେ।
ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଭାରତୀୟ ଅଧିନାୟକ ଭାବେ କୋହଲି ଟେଷ୍ଟ ସିରିଜ ଜିତି ଇତିହାସ ସୃଷ୍ଟି କରିଥିଲେ। କିନ୍ତୁ ବିଶ୍ୱକପ୍‌ରେ କଥା ଟିକିଏ ଅଲଗା। ତାଙ୍କୁ ବିଶେଷ ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ହେବ। ୪ ନମ୍ବରରେ କିଏ ବ୍ୟାଟିଂ କରିବେ ତାହା ଏକ ବଡ଼ ପ୍ରଶ୍ନ। ପୁଣି ଦଳରେ ଜଣେ ତୃତୀୟ ଦ୍ରୁତ ବୋଲରକୁ ନିଆଯିବା ଠିକ୍‌ ହେବ ନା ଜଣେ ଅତିରିକ୍ତ ଅଲରାଉଣ୍ଡରଙ୍କୁ ଖେଳାଯିବ? ବିଶ୍ୱକପ୍‌ରେ କୋହଲି କେବଳ ଜଣେ ବ୍ୟାଟ୍ସମ୍ୟାନ ଭାବେ ନୁହେଁ ଜଣେ ଅଧିନାୟକ ଭାବେ ସାରା ବିଶ୍ୱ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ। ତେବେ ସେ କେତେ ସଫଳ ବା ବିଫଳ ହେଉଛନ୍ତି ତାହା ଅବଶ୍ୟ ପରେ ଜଣାପଡିବ। ବିଶ୍ୱକପ୍‌ ଜିତିଲେ କୋହଲିଙ୍କ ପାଇଁ ନିଶ୍ଚିତ ଭାବେ ସ୍ବତନ୍ତ୍ର ହେବ। ଏହି ମେଗା ଇଭେଣ୍ଟରେ ତାଙ୍କର ବୁଦ୍ଧିର ପରୀକ୍ଷା ହେବ। ୭ ସପ୍ତାହଧାରି ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟରେ କୋହଲି ୧୧,୦୦୦ ରନ ପାର କରିବା ଆଶା ମଧ୍ୟ କରାଯାଉଛି। ଏପର୍ଯ୍ୟନ୍ତ ସେ ୪୧ଟି ଶତକ ହାସଲ କରିଛନ୍ତି। ଆଉ କେତୋଟି ଶତକ ହାସଲ କରି ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ସେ ସମକକ୍ଷ ହେବେ। ଇଂଲଣ୍ଡର ପିଚ୍‌ଗୁଡିକ ଫ୍ଲାଟ ରହିଛି। ତେଣୁ ପ୍ରାୟ ସବୁ ମ୍ୟାଚ୍‌ ହାଇସ୍କୋରିଂ ହେବ ବୋଲି ଆଶାକରାଯାଉଛି। ତାରକା ଓପନର ତଥା ଉପଅଧିନାୟକ ରୋହିତ ଶର୍ମା ମଧ୍ୟ ନିଜ ଦମ୍‌ ଦେଖାଇବାର ଭରପୂର ସୁଯୋଗ ହାସଲ କରିବେ। ସେ ୩ଟି ଦ୍ୱିଶତକ ହାସଲ କରିଥିବା ବେଳେ ଆଉ କେତୋଟି ଶତକ ଓ ଏକ ଦ୍ୱିଶତକ ହାସଲ କରିବେ ବୋଲି ଆଶା କରାଯାଉଛି। ପୁଣି ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଇଭେଣ୍ଟଗୁଡିକରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ସବୁବେଳେ ଭଲ ପ୍ରଦର୍ଶନ କରିବାର ଉଦାହରଣ ରହିଛି। ସେ ପୁଣି ଏଥର ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ଟପ୍‌ ୩ଜଣ ବ୍ୟାଟ୍ସମ୍ୟାନ ଦମ୍‌ଦାର ପ୍ରଦର୍ଶନ କରି ଆସିଛନ୍ତି। ତେବେ ଏହା ପରେ ଟିମ୍‌ ଇଣ୍ଡିଆରେ ସମସ୍ୟା ଦେଖାଯାଉଛି। ଅମ୍ବାତି ରାୟୁଡୁ ଓ ରିଷଭ ପନ୍ତ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇନାହାନ୍ତି। ତେଣୁ ୪ ନମ୍ବରରେ ଏହି ଦୁଇ ଖେଳାଳି ବ୍ୟାଟିଂ କରିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ଏହାର ଆଉ ଆବଶ୍ୟକତା ନାହିଁ।
ଦୀନେଶ କାର୍ତ୍ତିକ ଚାପରେ ଭଲ ପ୍ରଦର୍ଶନ କରିବେ ବୋଲି ପନ୍ତଙ୍କୁ ପଛରେ ପକାଇ ତାଙ୍କୁ ଦଳରେ ନିଆଯିବା କଥା କୋହଲି ଓ ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦ ପୂର୍ବରୁ କହିସାରିଛନ୍ତି। ଅଲରାଉଣ୍ଡର ବିଜୟ ଶଙ୍କର ଓ ସ୍ପେଶାଲିଷ୍ଟ ଓପନର ଲୋକେଶ ରାହୁଲଙ୍କ ଉପରେ ମଧ୍ୟକ୍ରମ ବ୍ୟାଟିଂ ନିର୍ଭର କରୁଛି। ଏହି ଦୁହଁିଙ୍କ ମଧ୍ୟରୁ ଜଣକୁ ୪ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ମିଳିପାରେ। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଏହି ବିଶ୍ୱକପ୍‌ ବିଶେଷ ଭାବେ ମହତ୍ତ୍ୱ ରଖୁଛି। ସେ କ୍ୟାରିୟର ଶେଷ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ତାଙ୍କର ଷ୍ଟ୍ରାଇକରେଟ ୭୦ ଥିବା ବେଳେ ଓ ୩୫ରୁ ୫୦ ଓଭରରେ ସେ ଦ୍ରୁତ ବୋଲରଙ୍କୁ ସଫଳତାର ସହ ସାମ୍ନା କରବାକୁ ସଂଘର୍ଷ କରୁଛନ୍ତି। ତେଣୁ ତାଙ୍କ ପାଇଁ ଆଗକୁ ବଡ଼ ଚ୍ୟାଲେଞ୍ଜ ରହିଛି। ଆଇପିଏଲ୍‌ରେ ଧୋନୀ ଯୁବ ଭାରତୀୟ ବୋଲରଙ୍କୁ ସାମ୍ନା କରି ରନ ସଂଗ୍ରହ କରୁଥିଲେ। ତେବେ ବିଶ୍ୱକପ୍‌ରେ ତାଙ୍କୁ କାଗିସୋ ରାବାଡ଼ା, ପ୍ୟାଟ କୁମିନ୍ସ କିମ୍ବା ମହମ୍ମଦ ଆମୀରଙ୍କୁ ସାମ୍ନା କରିବାକୁ ହେବ। ୬ ନମ୍ବରରେ ଫିଟ୍‌ ଘୋଷିତ ହୋଇଥିବା କେଦାର ଯାଦବ ବ୍ୟାଟିଂ କରିବାକୁ ଆସିବେ। ୭ ନମ୍ବରରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବେ। ଡେଥ ଓଭରରେ ବଡ଼ ଛକା ମାରିବାର କ୍ଷମତା ତାଙ୍କ ପାଖରେ ରହିଛି ଓ ସେ ଦଳ ପାଇଁ ଟୁର୍ନାମେଣ୍ଟରେ ଉପଯୋଗୀ ସାବ୍ୟସ୍ତ ହେବେ।
ଗତ ଦୁଇବର୍ଷ ହେବ ଭାରତ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଉପରେ ଅଧିକ ନିର୍ଭରଶୀଳ ହୋଇପଡିଛି। ଏମାନେ ମଧ୍ୟ ସଫଳ ହୋଇଛନ୍ତି ଓ ବିଶ୍ୱକପ୍‌ରେ ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି। ଗତ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ଏମାନେ ଅବଶ୍ୟ ସଫଳ ହୋଇପାରି ନ ଥିଲେ। ଆଇପିଏଲ୍‌ରେ କୁଲଦୀପ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଭାରତ ପାଇଁ ମ୍ୟାଚ୍‌ ଓ୍ବିନର ସାବ୍ୟସ୍ତ ହେବେ। ସେହିପରି ଦ୍ରୁତ ବୋଲର ମହମ୍ମଦ ସାମି ସୁଇଂ ଓ ବୁମ୍‌ରାଙ୍କ ୟର୍କର ଡେଥ ଓଭରରେ ଭାରତ ପାଇଁ ବେଶ୍‌ କାମରେ ଆସିବ। ୯ଟି ଲିଗ୍‌ ମ୍ୟାଚ୍‌ରୁ ୬ଟିରେ ବିଜୟୀ ହେଲେ ଗୋଟିଏ ଦଳ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିପାରିବ। ତେଣୁ ଏଥିରେ ଭାରତ ଅବଶ୍ୟ ସଫଳ ହେବ ବୋଲି ଜୋର ଦେଇ କୁହାଯାଇପାରେ। ଭାରତ ମଧ୍ୟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରକା, ଅଷ୍ଟ୍ରେଲିଆ ସମେତ ବିଶ୍ୱକପ୍‌ ଫେଭରାଇଟ୍‌ ବିବେଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri