ଗୁଳିମାଡରେ ଆହତ ଭିକାରୀଙ୍କ ମୃତ୍ୟୁ

ଖଲ୍ଲିକୋଟ,୧୭।୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ଥାନା କେଶପୁର ବଜାର ହନୁମାନ ମନ୍ଦିର ନିକଟରେ ଗୁରୁବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ରାମଚନ୍ଦ୍ରପୁର ଗ୍ରାମର ଭିକାରୀ ତରେଇ ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ଭିକାରୀ କେଶପୁର ବଜାରରୁ ଘରକୁ ଫେରୁଥିବାବେଳେ ହନୁମାନ ମନ୍ଦିର ନିକଟରେ ୨ଟି ବାଇକରେ ଦୁର୍ବୃତ୍ତମାନେ ଆସି ତାଙ୍କ ପଛପଟୁ ଗୁଳିମାଡ କରିଥିଲେ। ଗୋଟିଏ ଗୁଳି ତାଙ୍କ ପିଟିରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ କ୍ଷେତ୍ରରୁ ବିଧାୟକ ହୋଇନାହାନ୍ତି ମହିଳା

ବ୍ରହ୍ମପୁର,୧୯ା୩(ନରସିଂହ ସାହୁ):ଗଞ୍ଜାମ ଜିଲାରେ ୧୩ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ ଆସନରୁ ହୋଇନାହାନ୍ତି ମହିଳା ବିଧାୟକ। ସେଗୁଡ଼ିକ ହେଲା ଛତ୍ରପୁର, ଗୋପାଳପୁର, ପୋଲସରା, ହିଞ୍ଜିଳି, ଦିଗପହଣ୍ଡି...

ପୋଲିସକୁ ଆକ୍ରମଣ ମାମଲା: ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୮।୩(ନବୀନ ରାଜ ଆଚାରୀ): ଜୁଆ ଆଡ୍ଡା ଉପରେ ଚଡାଉବେଳେ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ସୋମବାର ଗୋପାଳପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୬ ଜଣଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୮।୩(ନବୀନ ରାଜ ଆଚାରୀ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଖଣ୍ଡା ଓ କାତିରେ ମରଣାନ୍ତକ ଆକ୍ରମଣ କରିବା ମାମଲାରେ ସୋମବାର ଗୋଳନ୍ଥରା ଥାନା ପୋଲିସ...

ପାଣି ପାଇଁ ୩ ଘଣ୍ଟା ରାସ୍ତା ଅବରୋଧ

ପୁରୁଷୋତ୍ତମପୁର,୧୮ା୩(ସୀମାଞ୍ଚଳ ମିଶ୍ର): ସରକାର ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଥିବା ବେଳେ ପ୍ରଶାସନ ଓ ସରପଞ୍ଚଙ୍କ ବୈମାତୃକ ମନୋଭାବ ଯୋଗୁ ଭୂତସରସିଙ୍ଗି ପଞ୍ଚାୟତର ଦାସିଆମାରି ପଲ୍ଲିରେ...

ନିଜକୁ ଇଡି ଅଫିସର କହି ଉପଜିଲାପାଳଙ୍କଠାରୁ ବଟି ଆଦାୟ କରୁଥିଲେ ୨ ଭାଇ : ଧରିଲା ପୋଲିସ

ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହାନ୍ତଙ୍କୁ ଢେଙ୍କାନାଳ ଟାଉନ ଥାନା ଦୋଳମଣ୍ଡପ ସାହିର ତାରିଣୀସେନ ମହାପାତ୍ର (୩୦) ଓ ବ୍ରହ୍ମାଶଙ୍କର...

କଡ଼ାକଡ଼ି ପାଳନ ହେବ ନିର୍ବାଚନ ଆଚରଣ ବିଧି

ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଗଞ୍ଜାମ ଜିଲା ପ୍ରଶାସନ ତତ୍ପର ହୋଇଛି। ନିର୍ବାଚନ ଆଚରଣ ବିଧି କଡ଼ାକଡ଼ି...

ମେଣ୍ଟ ଆବଶ୍ୟକ ନାହିଁ, ଓଡିଶା ଜନସାଧାରଣ ଚାହୁଁଛନ୍ତି ପରିବର୍ତ୍ତନ

ଗୋପାଳପୁର,୧୭।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ବିଗୁଲ ବାଜି ଥିବାବେଳେ ଗଞ୍ଜାମ ଜିଲାରେ ରାଜନୀତି ତାତି ବଢ଼ିବାରେ ଲାଗିଛି। ରବିବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରାଠାରେ...

ରାସ୍ତା, ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ

ଛତ୍ରପୁର,୧୭ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ୫ ନମ୍ବର ଓ୍ବାର୍ଡ ଅଧୀନ ନୂଆଁ ନାଗୁଲୁପେଟା ସାହିରେ ରାସ୍ତା ଓ ଡ୍ରେନ୍‌ ସୁବିଧା ନାହିଁ। ଜିଲାର...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri