Posted inରାଜ୍ୟ

ଭିତରକନିକାରେ ୨୫ କୁମ୍ଭୀର ବସା ଚିହ୍ନଟ

ରାଜନଗର,୨୭ା୫(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ଭିତରକନିକା ଜାତୀୟ ଉଦ୍ୟାନରେ ରବିବାର ସୁଦ୍ଧା ୨୫ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ଏହି ଜାତୀୟ ଉଦ୍ୟାନର ନଦୀ, ନାଳଗୁଡ଼ିକରେ ବସବାସ କରୁଥିବା ବିରଳ ବଉଳା କୁମ୍ଭୀର ବସାରେ ଅଣ୍ଡା ଦେଇଥିବା ଜଣାପଡ଼ିଛି। ଭିତରକନିକା ଫରେଷ୍ଟ ବ୍ଲକ ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକର ଗଞ୍ଜେଇଖିଆ, ଶୁଆଯୋର, ଚିନ୍ତାମଣି ମହାନ୍ତି ଯୋର, ଭିତରକନିକା ସମେତ ଡାଙ୍ଗମାଳ ସ୍କିମ୍‌ ଅଞ୍ଚଳରେ କୁମ୍ଭୀର ବସା କରିଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି।
ପ୍ରତିବର୍ଷ ମେ ରୁ ଜୁଲାଇ ୩ ମାସ ମଧ୍ୟରେ ବଉଳା କୁମ୍ଭୀରମାନେ ବସା କରି ଅଣ୍ଡା ଦେଇଥାନ୍ତି। ମାଈ କୁମ୍ଭୀର ଅଣ୍ଡାଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାନ୍ତି। ନାଳଠାରୁ ଟିକେ ଉଚ୍ଚା ସ୍ଥାନରେ, ଯେପରି ଜୁଆର ସମୟରେ ବସା ଭାସି ନ ଯାଏ, ସେଭଳି ନିରାପଦ ସ୍ଥାନରେ ବସା କରିଥାନ୍ତି। ଖରଖରି ପତ୍ର ଓ କାଠି କୁଟାକୁ ସଂଗ୍ରହ କରି ଦେଢ଼ରୁ ଦୁଇ ଫୁଟ ଉଚ୍ଚର ଗଦା କରଥାନ୍ତି। ଏହି ଗଦା ଉପରେ ଅଣ୍ଡା ଦେବା ପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡ଼ାଇ ଦେଇଥାନ୍ତି। ପ୍ରତ୍ୟେକ ମାଈ କୁମ୍ଭୀର ୪୦ରୁ ୫୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିଥାଏ। ସବୁଠୁ ବଡ଼କଥା ହେଲା କୁମ୍ଭୀର ଅଣ୍ଡା ଦେବା ପରେ ତା’ର ବସା ପାଖରେ ଜଗି ରହିଥାଏ। ଏହି ସମୟରେ କୁମ୍ଭୀରମାନେ ଅତ୍ୟଧିକ ହିଂସ୍ର ହୋଇ ଉଠିଥାନ୍ତି। ଏଥିପାଇଁ ବନବିଭାଗ ପକ୍ଷରୁ ଚଳିତବର୍ଷ ମେ ୧ ତାରିଖ ଠାରୁ ଜୁଲାଇ ୩୧ ତିନି ମାସ ଯାଏଁ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଚିହ୍ନଟ ପ୍ରକ୍ରିୟା ଚାଲିଥିବାରୁ ବସା ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି। କୁମ୍ଭୀର ବସା ଚିହ୍ନଟ ପାଇଁ କନିକା ରେଞ୍ଜରେ ୩ଟି ଟିମ୍‌ ଗଠନ କରାଯାଇଛି। ଫରେଷ୍ଟର ବିଜୟ କୁମାର ପାତ୍ର, ଫରେଷ୍ଟ ଗାର୍ଡ ସୁନିଲ ରାଉତରାୟ, ସବିତା ବେହେରାଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୪ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଯୋଗଦେଲେ ରାଜନାରାୟଣ ମହାପାତ୍ର

ଭୁବନେଶ୍ୱର,୧୭ା୪(ଅନିଲ ଦାସ)- ଯାଜପୁର ଜିଲା ଅନ୍ତର୍ଗତ ବଡ଼ଚଣା ନିର୍ବାଚନମଣ୍ଡଳୀର ପିସିସି ସମ୍ପାଦକ ତଥା କ୍ୟାପ୍‌ଟେନ ରାଜନାରାୟଣ ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ...

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

‘ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ନବୀନ’: ବିରୋଧୀ

ଭୁବନେଶ୍ୱର,୧୭।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ତେବେ ଏହାକୁ ନେଇ ବିରୋଧୀ ଦଳ ସମାଲୋଚନା କରିଛନ୍ତି ।...

ଓଡ଼ିଶା କଂଗ୍ରେସର ୨୬ଜଣିଆ ନିର୍ବାଚନ ପରିଚାଳନା କମିଟି, ତାଲିକାରେ ଏହି ବଡ଼ ନେତା

ଭୁବନେଶ୍ୱର,୧୭।୪: ଓଡ଼ିଶା ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ତାଲିକା ବୁଧବାର ଜାରି ହୋଇଛି। ଏହି...

କଟକ-ବାରବାଟୀରେ ଭାଜପାର ବଡ଼ ଗେମ୍‌, ଏହି ଅଭିନେତାଙ୍କୁ ମିଳପାରେ ଚାନ୍ସ!

ଭୁବନେଶ୍ୱର,୧୭।୪: ଅନୁଭବ ମହାନ୍ତିଙ୍କୁ ଭାଜପା କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। ଅନ୍ୟପଟେ କେନ୍ଦ୍ରାପଡା ଏମପି ହୋଇଥିବାରୁ ଏହି ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁରରୁ...

କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବାର ବଡ଼ କାରଣ!

ଭୁବନେଶ୍ୱର,୧୭।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି, ଆହୁରି ୨ ରୁ ୪ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର, ୧୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବାୟୁମଣ୍ଡଳର ନିମ୍ନଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା...

ପ୍ରଭୁ ଶ୍ରୀରାମଙ୍କ ଚମତ୍କାର ବାଲୁକା କଳା ପ୍ରଦର୍ଶନ କଲେ ସୁଦର୍ଶନ

ପୁରୀ,୧୭।୪: ଆଜି ସମଗ୍ର ଦେଶରେ ପବିତ୍ର ରାମ ନବମୀ ଧୂମଧାମରେ ପାଳନ କରାଯାଉଛି। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri