Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ଟିକେଟ ବିକ୍ରି ଆରମ୍ଭ: ଟିକେଟ ବିକ୍ରି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦିଆଯିବ

ଭୁବନେଶ୍ୱର,୨୭।୫(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମସ୍ଥିତ ବକ୍ସ ଅଫିସ୍‌ରେ ଟିକେଟ ବିକ୍ରି ଆରମ୍ଭ କରାଯାଇଛି ବୋଲି ଆୟୋଜକମାନେ ଘୋଷଣା କରିଛନ୍ତି। ଏଥିସହିତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖୋଲିଥିବା ଆଉଟ୍‌ଲେଟ୍‌ଗୁଡିକରେ ମଧ୍ୟ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଯେଉଁ ପ୍ରଶଂସକମାନେ ଅନ୍‌ଲାଇନ୍‌ରେ ଟିକେଟ କିଣିଛନ୍ତି ସେମାନେ ଷ୍ଟାଡିୟମସ୍ଥିତ ରିଡେମ୍ପଶନ କାଉଣ୍ଟରରେ ଟିକେଟ ରିଡମ୍‌ କରିପାରିବେ ବୋଲି ସୂଚନା ଦିଆଯାଇଛି।
ଟିକେଟ ବିକ୍ରିରୁ ମିଳିବାକୁଥିବା ଲାଭାର୍ଥ ସାଇକ୍ଲୋନ ଫନୀ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ସାହାଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ଆୟୋଜକମାନେ ଘୋଷଣା କରିଛନ୍ତି। ଟିକେଟ କ୍ରୟ କରିଥିବା ଲୋକେ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ବିଶ୍ୱସ୍ତରୀୟ ହକି ଦେଖିବାର ସୁଯୋଗ ହାସଲ କରିବେ। ୮ଟି ଦଳ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଓ ଷ୍ଟାଡିୟମର ଗେଟ୍‌ ନମ୍ବର ୯ସ୍ଥିତ ବକ୍ସ ଅଫିସ୍‌ରେ ଟିକେଟ ମିଳିପାରିବ। ସେହିପରି ଅନ୍‌ଲାଇନରେ ଟିକେଟ କ୍ରୟ କରିଥିବା ପ୍ରଶଂସକମାନେ ଗେଟ୍‌ ନମ୍ବର ୪ ସ୍ଥିତ ରିଡେମ୍ପଶନ କାଉଣ୍ଟରରେ ସେମାନଙ୍କ ଅନ୍‌ଲାଇନ ଭାଉଚରକୁ ରିଡମ କରିପାରିବେ।
ସକାଳ ୧୦.୩୦ରୁ ଅପରାହ୍ନ ୫ଟା ମଧ୍ୟରେ ବିଭିନ୍ନ ଆଉଟଲେଟ୍‌ରେ ଟିକେଟ ମିଳିପାରିବ। ତେବେ ଗେଟ୍‌ ନମ୍ବର ୯ ସ୍ଥିତ ବକ୍ସ ଅଫିସରେ ସକାଳ ୯ଟାରୁ ୧୨ ପର୍ଯ୍ୟନ୍ତ ଟିକେଟ ମିଳିପାରିବ। ସେହିପରି ଅପରାହ୍ନ ୩ଟାରୁ ୭ଟା ପର୍ଯ୍ୟନ୍ତ ୪ ନମ୍ବର ଗେଟ୍‌ରେ ଅନ୍‌ଲାଇନ୍‌ ଭାଉଚରଗୁଡିକର ରିଡେମ୍ପଶନ ହୋଇପାରିବ ବୋଲି କୁହାଯାଇଛି। ପୂର୍ବରୁ ମେ ୧୪ ତାରିଖରେ ଅନ୍‌ଲାଇନ୍‌ରେ ଟିକେଟ ଉପଲବ୍ଧ ହୋଇଥିଲା।
ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ଗୁଡିକ ପାଇଁ ଇଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୨୦୦, ସାଉଥ୍‌ ଓ ନର୍ଥ ଷ୍ଟାଣ୍ଡ ପାଇଁ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ଗୁଡିକ ଆସନ୍ତା ଜୁନ ୬ରୁ ୧୨ ତାରିଖ ମଧ୍ୟରେ ଆୟୋଜନ ହେବ। ସେହିପରି ୧୪ ଓ ୧୫ ତାରିଖରେ ଖେଳାଯିବାକୁ ଥିବା ଦୁଇଟି ସେମିଫାଇନାଲ ମ୍ୟାଚ୍‌ ପାଇଁ ଇଷ୍ଟ ଷ୍ଟାଣ୍ଡ ଟିକେଟର ମୂଲ୍ୟ ୨୫୦ ଓ ସାଉଥ୍‌ ଏବଂ ନର୍ଥ ଷ୍ଟାଣ୍ଡ ପାଇଁ ଟିକେଟର ମୂଲ୍ୟର ୧୫୦ ଟଙ୍କା ରଖାଯାଇଛି। ଆଗାମୀ ୬, ୭, ୧୦, ୧୨ ଓ ୧୪ ତାରିଖ ସକାଳ ୮ଟା ୪୫ରେ ଆରମ୍ଭ ହେବାକୁଥିବା ମ୍ୟାଚ୍‌ଗୁଡିକ ପାଇଁ ଇଷ୍ଟ, ନର୍ଥ ଓ ସାଉଥ ଷ୍ଟାଣ୍ଡ ଫାଷ୍ଟ କମ ଫାଷ୍ଟ ସର୍ଭ ବେସିସ୍‌ରେ ଦର୍ଶକ ମାନେ ବିନା ଟିକେଟରେ ମାଗଣାରେ ଏଣ୍ଟ୍ରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri