Posted inଖେଳ

୧୦ ମିଟର ଏୟାର ରାଇଫଲରେ ଅପୂର୍ବୀଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୭ା୫(ପି.ଟି.)-ଭାରତର ଅପୂର୍ବୀ ଚାଣ୍ଡେଲା ତାଙ୍କ ଫର୍ମ ଜାରି ରଖିବା ସହ ଜର୍ମାନୀର ମ୍ୟୁନିକ୍‌ଠାରେ ଚାଲିଥିବା ଚଳିତବର୍ଷର ତୃତୀୟ ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌), ଓ୍ବାଲର୍‌ଡ କପ୍‌ ରାଇଫଲ/ପିସ୍ତଲ ଷ୍ଟେଜ୍‌ର ମହିଳା ୧୦ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଜୟପୁରର ଏହି ଶୁଟର ଫାଇନାଲରେ ୨୫୧ ସ୍କୋର ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଚାଇନାର ଓ୍ବାଙ୍ଗ୍‌ ଲୁୟାଓ ୨୫୦.୮ ସ୍କୋର ସହ ରୌପ୍ୟ ଜିତିଥିବା ବେଳେ ଅନ୍ୟ ଜଣେ ଶୁଟର ଜୁ ହଙ୍ଗ୍‌ ୨୨୯.୪ ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅପୂର୍ବୀ ଓ ଓ୍ବାଙ୍ଗ୍‌ଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିିତା ହୋଇଥିଲା। ଫେବୃୟାରୀରେ ନୂଆଦିଲ୍ଲୀରେ ଏକ ବିଶ୍ୱ ରେକର୍ଡ ସ୍କୋର ପରେ ଏହାଥିଲା ଅପୂର୍ବୀଙ୍କ ଦ୍ୱିତୀୟ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ସ୍ବର୍ଣ୍ଣ। ବେଜିଂରେ ଅନୁଷ୍ଠିତ ଦ୍ୱିତୀୟ ଷ୍ଟେଜ୍‌ରେ ଚତୁର୍ଥ ସ୍ଥାନ ସହ ସେ ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ରହିଥିଲେ। ଅନ୍ୟପକ୍ଷରେ ଅପୂର୍ବୀଙ୍କ କ୍ୟାରିୟରରେ ଏହା ହେଉଛି ଚତୁର୍ଥ ଆଇଏସ୍‌ଏସ୍‌ଏଫ୍‌ ପଦକ। ଏହି ବିଭାଗରେ ଭାଗ ନେଇଥିବା ଅନ୍ୟ ଜଣେ ଭାରତୀୟ ଇଲାଭେନିଲ ଭାଲାରିଭାନ ମଧ୍ୟ ଟିମ୍‌ମେଟ ଅପୂର୍ବୀଙ୍କ ସହ ଫାଇନାଲକୁ ଉନ୍ନୀତ ହୋଇଥିଲେ। କିନ୍ତୁ ସେ ଚତୁର୍ଥ ସ୍ଥାନରେ ରହିଥିଲେ। ଶନିବାର ୨୦୨୦ ଟୋକିଓ ଅଲିମ୍ପିକ ପାଇଁ ଦୁଇଟି କୋଟା ଉପଲବ୍ଧ ଥିଲା। ମହିଳା ୧୦ମିଟର ଏୟାର ରାଇଫଲରେ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନ ସହ ରୋମାନିଆର ଲାଉରା ଜର୍ଜେଟା କୋମାନ ଏବଂ ୧୬ ବର୍ଷୀୟ ହଙ୍ଗେରୀର ଏସ୍‌ଜର ମେସ୍‌ଜାରସ ଏହି କୋଟା ହାସଲ କରିଥିଲେ। ସୂଚନାଯୋଗ୍ୟ, ଅପୂର୍ବୀ, ଅଞ୍ଜୁମ ମୋଦଗିଲ, ସୌରଭ ଚୌଧାରୀ, ଅଭିଷେକ ବର୍ମା ଏବଂ ଦିବ୍ୟାଂଶ ସିଂ ପନଓ୍ବାର ଦେଶ ପାଇଁ ପୂର୍ବରୁ କୋଟା ହାସଲ କରିସାରିଛନ୍ତି। ଭାରତର ଅନ୍ୟ ଏକ କୋଟା ପୁରୁଷ ୧୦ମିଟର ଏୟାର ରାଇଫଲରେ ରହିଛି। ସୋମବାର ୩ଟି ଇଭେଣ୍ଟର ଫାଇନାଲ ହେବ। ଟୋକିଓ ଲାଗି ୬ଟି କୋଟା ଚୂଡ଼ାନ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri