ପୁଣି ଘାରିଲା ପୋଲିସର ପୁରୁଣା ଚୌକି ମୋହ : ନେତା, ବରିଷ୍ଠ ଅଧିକାରୀଙ୍କ ନିକଟରେ ଚାଲିଲାଣି ଲବି

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁହେବା ପୂର୍ବରୁ ରାଜଧାନୀରେ ଦୀର୍ଘଦିନ ଧରି ରହିଥିବା ଏକାଧିକ ପୋଲିସ ଅଧିକାରୀଙ୍କ ବଦଳି ହୋଇଥିଲା। ଅନେକଙ୍କୁ ଜିଲାପାର ବଦଳି କରାଯାଇଥିବାବେଳେ ଅଧିକାଂଶ ଏସିପି ଓ ଇନ୍ସପେକ୍ଟରଙ୍କୁ ଭୁବନେଶ୍ୱର ଓ କଟକ ମଧ୍ୟରେ ହିଁ ରଖାଯାଇଥିଲା। କଟକକୁ ବଦଳି ହୋଇଥିବା ଏକାଧିକ ପୋଲିସ ଅଫିସର ରାଜଧାନୀରେ ସ୍ଥାୟୀ ଘର କରି ରହିଯାଇଥିବାରୁ ସେମାନେ ସ୍ଥାନନ୍ତର ପାଇଁ ଇଛୁକ ନ ଥିଲେ। ବାଧ୍ୟ ବାଧକତାରେ ବଦଳି ହୋଇଥିଲେ। ଏପରିକି ନିର୍ବାଚନ ପରେ ପୁଣି ପୂର୍ବ ସ୍ଥାନକୁ ଫେରାଇ ଅଣାଯିବା ଆଶା ଦିଆଯାଇଥିଲା। ତେଣୁ ସେମାନେ କଟକ କିମ୍ବା ଆଖପାଖ ଥାନାରେ ଯୋଗଦେଇଥିଲେ ମଧ୍ୟ ରାଜଧାନୀରେ ରହି ଯିବାଆସିବା କରୁଛନ୍ତି। ଏବେ ପୁଣି ପୁରୁଣା ଚୌକି ମୋହନ ସେମାନଙ୍କୁ ଘାରିବାରେ ଲାଗିଛି। ରବିବାର ଭାରତର ନିର୍ବାଚନ କମିଶନ ଆଚରଣ ବିଧି ଉଠାଇ ଦେଇଥିବାରୁ ସେମାନେ ଏବେ ଖୁସିଥିବା ଦେଖିବାକୁ ମିଳିଛି। ତେଣୁ ସେମାନେ ପୁଣି ବାହୁଡ଼ିବାକୁ ନେତା ଓ ବରିଷ୍ଠ ପୋଲିସ ଅଫିସରଙ୍କ ନିକଟରେ ଲବି ଆରମ୍ଭ କଲେଣି। ନବନିର୍ବାଚିତ ପ୍ରମୁଖ ନେତାଙ୍କୁ ସ୍ବାଗତ ବାହାନାରେ ବଦଳି ନେଇ ଆଲୋଚନା କରୁଛନ୍ତି। ଭୁବନେଶ୍ୱରର ଭଲ ଥାନାରେ ରହିବାକୁ ଅର୍ଥ ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡିଛି।
ବିଶ୍ୱସ୍ତ ସୂତ୍ରରୁ ମିିଳିଥିବା ଖବର ଅନୁସାରେ, ଆସନ୍ତା ଜୁନ୍‌ରେ ପୋଲିସ ବିଭାଗରେ ଏକ ବଡ଼ ଧରଣର ଅଦଳ ବଦଳ ହୋଇପାରେ। ଏହି ସମୟରେ ରାଜଧାନୀରୁ ଅନ୍ୟତ୍ର ଯାଇଥିବା ପୋଲିସ ବାବୁମାନେ ପୁଣି ପ୍ରତ୍ୟାବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ନୂଆକରି ରାଜଧାନୀରେ ୩ମାସ ହେବ ରହିଥିବା ପୋଲିସମାନେ ଏହାକୁ ନେଇ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଜଣେ ପୋଲିସ ଅଫିସର ନାମ ଗୋପନ ରଖି କହିଛନ୍ତି, ଆମକୁ କ’ଣ ନିର୍ବାଚନ ପାଇଁ ଭଡାଟିଆ ଭାବେ ରାଜଧାନୀକୁ ଆଣିଥିଲେ। ଯଦି ଏଭଳି କରାଯାଏ ତେବେ ଠିକ୍‌ ହେବନି। ଏନେଇ ଆମେ ସଂଘର ଦ୍ୱାରସ୍ଥ ହେବୁ। ଆବଶ୍ୟକ ପଡିଲେ ଡିଜିପିଙ୍କୁ ଭେଟି ଏନେଇ ପ୍ରତିବାଦ କରିବୁ। ନିୟମ ଅନୁଯାୟୀ ଆମେ ରାଜଧାନୀରେ ଅନ୍ତତଃ ୩ବର୍ଷ ରହିବୁ ବୋଲି ସେ କହିଛନ୍ତି।
ଗତ ଫେବୃୟାରୀ ୨ରେ ପୋଲିସ ବିଭାଗରେ ବଡ଼ ଧରଣର ବଦଳି ହୋଇଥିଲା। ଭୁବନେଶ୍ୱର ଜୋନ୍‌-୧ ଏସିପି ଅସୀମ କୁମାର ପଣ୍ଡାଙ୍କୁ କମିଶନରେଟ ପୋଲିସ ମୁଖ୍ୟାଳୟ ଓ ଜୋନ୍‌-୬ ଏସିପି ରବିନାରାୟଣ ଶତପଥୀଙ୍କୁ ଜୁଡିସିଆଲ ଏସିପିଭାବେ ପ୍ରଥମେ ବଦଳି କରାଯାଇଥିଲା। ମାତ୍ର ଜିଲାପାର ବଦଳି କରାଯାଇ ନ ଥିଲା। ସେହିଭଳି ଟ୍ରାଫିକ ଏସିପି ଅନୁପ କାନୁନ୍‌ଗୋଙ୍କର ମଧ୍ୟ ବଦଳି ହୋଇ ନ ଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଡିଜି ସେମାନଙ୍କୁ ଅନ୍ୟତ୍ର ବଦଳି କରିଥିଲେ। ସେହିଭଳି କ୍ୟାପିଟାଲ ଥାନା ଦାୟିତ୍ୱରେ ଥିବା ମାନସ ଗଡ଼ନାୟକଙ୍କୁ କଟକ ଜୋନ୍‌-୧କୁ ଓ ଭୁବନେଶ୍ୱର ଜୋନ୍‌-୫ରେ ଥିବା କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ପୁରୀ ଏସ୍‌ଡିପିଓ ଭାବେ ବଦଳି କରାଯାଇଥିଲା। ମଞ୍ଚେଶ୍ୱର ଥାନା ଅଧିକାରୀ ଥିବା କେ.ପି. ମିଶ୍ରଙ୍କୁ ଜଗତସିଂପୁର, କ୍ୟାପିଟାଲ ଥାନାର ଅତିରିକ୍ତ ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂକୁ କଟକ ଆଇୟୁସିଏଡବ୍ଲ୍ୟୁ, ମହିଳା ଥାନା ଅଧିକାରୀ ଥିବା ଇମନ କଲ୍ୟାଣୀ ନାୟକଙ୍କୁ କଟକ କ୍ୟାଣ୍ଟରନମେଣ୍ଟ ଥାନା, ନନ୍ଦନକାନନ ଥାନା ଅଧିକାରୀ ରବୀନ୍ଦ୍ର ମେହେରଙ୍କୁ କଟକ ମର୍କତନଗର ଥାନା ଅଧିକାରୀ, ଖଣ୍ଡଗିରି ଥାନା ଅଧିକାରୀ ଥିବା ହିମାଂଶୁ ଭୂଷଣ ସ୍ବାଇଁଙ୍କୁ ବାଦାମବାଡି ଥାନା ଅଧିକାରୀ ରୂପେ ବଦଳି କରାଯାଇଥିଲା। ବାଲିପାଟଣା ଥାନା ଅଧିକାରୀ ଆକାଶ ରଣାଙ୍କୁ ନଖରା ଟ୍ରାଫିକ୍‌ ଥାନା, ଶହୀଦନଗର ଥାନା ଅଧିକାରୀ ଥିବା ପଦ୍ମନାଭ ପ୍ରଧାନଙ୍କୁ ଚୌଦ୍ୱାର ଥାନା, ଇନ୍‌ଫୋସିଟି ଥାନା ଅଧିକାରୀ ବିଜୟିନୀ ସିଂଙ୍କୁ କଟକ ସିଡିଏ ଫେଜ୍‌-୨ ଥାନା, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଦୀପକ ମିଶ୍ରଙ୍କୁ କଟକ ଚାଉଳିଆଗଞ୍ଜ ଥାନା, ଭୁବନେଶ୍ୱର ଟ୍ରାଫିକ ଥାନା ଅଧିକାରୀ ଥିବା ସୁରେନ୍ଦ୍ର କୁମାର ବଳଙ୍କୁ କଟକ ଟ୍ରାଫିକ ଥାନା, ଭୁବନେଶ୍ୱର ଡିସିପି ଅଫିସରେ ଥିବା ଏସିପି ଜତିନ କୁମାର ପଣ୍ଡାଙ୍କୁ କଟକ ଟ୍ରାଫିକ ଏସିପି ଭାବେ ବଦଳି କରାଯାଇଥିଲା। ସେହିପରି ଭୁବନେଶ୍ୱର ସ୍ପେଶାଲ ସ୍କ୍ବାଡ୍‌ ଏସିପି ସଞ୍ଜିବ ଶତପଥୀଙ୍କୁ କଟକ ସ୍ପେଶାଲ ସ୍କ୍ବାଡ୍‌କୁ ଓ ଦେବୀଶଙ୍କର ପ୍ରତାପଙ୍କ ସମେତ ଅନ୍ୟ କେତେଜଣ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ହେଲେ ଏବେ କେତେଜଣ ଭୁବନେଶ୍ୱର ଫେରିଲେ ଏଠାରେ ଦାୟିତ୍ୱ ସମ୍ଭାଳୁଥିବା ଅଫିସରମାନଙ୍କୁ ପୁଣି ବାହାରକୁ ବିଦା ହେବାକୁ ପଡିବ। ଯେଉଁଥିପାଇଁ ଏବେ ପୋଲିସ ବିଭାଗରେ ଅସନ୍ତୋଷ ଦେଖିବାକୁ ମିଳୁଛି।
ଏନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ଏ ବିଷୟରେ ମୋର କିିଛି କରିବାର ନାହିଁ। ବଦଳି ଦାୟିତ୍ୱ ଡିଜିପି ଅଫିସ୍‌ରେ କରାଯିବ। ଅନ୍ୟତ୍ର ବଦଳି ହୋଇଥିବା ଅଫିସରମାନେ ରାଜଧାନୀକୁ ଆସିବେ ନା ସେଠାରେ ରହିବେ ତାହା ଡିଜିପିଙ୍କ ନିଷ୍ପତ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri