Posted inଜାତୀୟ

ଆସନ ବଞ୍ଚାଇପାରିଲେ ୧୯୭ ଏମ୍‌ପି

ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୪ରେ ନିର୍ବାଚିତ ହୋଇଥିବା ଏମ୍‌ପିଙ୍କ ମଧ୍ୟରୁ ଏଥର ସାଧାରଣ ନିର୍ବାଚନରେ ୧୯୭ ଜଣ ନିଜ ଆସନ ବଞ୍ଚାଇପାରିଛନ୍ତି। ସେମାନଙ୍କ ମଧ୍ୟରେ ୨୭ ମହିଳା ଏମ୍‌ପି ଅଛନ୍ତି। ୭ ପର୍ଯ୍ୟାୟ ଲୋକ ସଭା ନିର୍ବାଚନର ୫୪୨ ଆସନରେ ଭୋଟଗ୍ରହଣ କରାଯାଇଥିଲା। ଫଳାଫଳ ଆସିବା ପରେ ଜଣାପଡ଼ିଛି ଯେ, ସାରା ଦେଶର ୧୪୫ ଭାଜପା ଏମ୍‌ପି ନିଜ ଆସନ ସୁରକ୍ଷିତ ରଖିପାରିଛନ୍ତି। ସେମାନଙ୍କ ମଧ୍ୟରେର କିରେନ୍‌ ରିଜିଜୁ, ନୀତୀନ ଗଡ଼କରୀ, ବାବୁଲ ସୁପ୍ରିୟୋ ଅଛନ୍ତି। ବିହାରରେ ୧୨ ଭାଜପା ଏମ୍‌ପି ନିଜ ଭାଗ୍ୟ ପରୀକ୍ଷାରେ ସଫଳ ହୋଇଛନ୍ତି। କଂଗ୍ରେସର ସୁପାଉଆଲ ଏମ୍‌ପି ପରାଜିତ ହୋଇଛନ୍ତି। ସେହିପରି ପାଟନା ସାହିବରୁ କଂଗ୍ରେସ ଟିକେଟରେ ଲଢ଼ିଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ମଧ୍ୟ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ଜେଡିୟୁର ୨ ଏବଂ ଏଲ୍‌ଜେପିର ୩ ଏମ୍‌ପି ନିଜ ନିଜ ଆସନରେ ଜିତିଥିବାବେଳେ ଆର୍‌ଜେଡିର ୩ ଏମ୍‌ପି ହାରିଯାଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ୫ ଏମ୍‌ପି ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ ଶାସକ ଟିଡିପିର ୯ଏମ୍‌ପିଙ୍କ ମଧ୍ୟରୁ ମାତ୍ର ୨ ଜଣ ନିଜ (ବିଜୟଓ୍ବାଡ଼ା ଓ ଗୁଣ୍ଟୁର) ଆସନ ରକ୍ଷା କରିପାରିଛନ୍ତି। ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି କଡପା ଓ ରାଜାମ୍‌ପେଟ ଆସନରେ ସ୍ଥିତାବସ୍ଥା ବଜାୟ ରଖିଛି। ଆସାମରେ କଂଗ୍ରେସ ଓ ଭାଜପାର ଦୁଇଜଣ ଲେଖାଏ ଏମ୍‌ପି ଥିଲେ। ଭାଜପା ଏମ୍‌ପି ନିଜ ଦୁଇ ଆସନରେ ପୁନର୍ବାର ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ଗୋଟିଏ ଆସନ ହରାଇବାକୁ ପଡ଼ିଛି। ଏଆଇୟୁଡିଏଫ୍‌ ଅଧ୍ୟକ୍ଷ ବଦ୍‌ରୁଦ୍ଦିନ୍‌ ଅଜମଲ ଧୁବ୍ରି ଆସନରେ ଜିତିଛନ୍ତି। ଲାକ୍ଷାଦ୍ୱୀପର ଏନ୍‌ସିପି ଏମ୍‌ପି ମହମ୍ମଦ ଫୈଜାଲ ପିପି ନିଜ ଆସନରେ ଜିତିଛନ୍ତି। ସିପିଆଇଏମ୍‌ ତ୍ରିପୁରାରେ ଦଳୀୟ ୨ ଏମ୍‌ପିଙ୍କୁ ଟିକେଟ ଦେଇଥିଲା। କିନ୍ତୁ ଉଭୟ ଆସନକୁ ଭାଜପା ଛଡ଼ାଇନେଇଛି। ତେଲେଙ୍ଗାନାରେ ଟିଆର୍‌ଏସ୍‌ ୬ ଏମ୍‌ପିଙ୍କୁ ପୁଣିଥରେ ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ଦେଇଥିଲେ ହେଁ ସେମାନଙ୍କ ମଧ୍ୟରୁ ୨ ଜଣ ବିଜୟୀ ହୋଇଛନ୍ତି। ୪ ଆସନ ଭାଜପା ହାତକୁ ଯାଇଛି। ସେହିପରି ତାମିଲନାଡ଼ୁରେ ଏଆଇଏଡିଏମ୍‌କେ ତା’ର ୭ ଏମ୍‌ପିଙ୍କ ଉପରେ ଭରସା କରିଥିଲା। ହେଲେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ନିଜ ଆସନ ରକ୍ଷାକରି ପାରିନାହାନ୍ତି। ମୋଦି ହାଓ୍ବା ସତ୍ତ୍ୱେ କନ୍ୟାକୁମାରୀ ଏମ୍‌ପି ନିଜ ଆସନରେ ପୁନଃ ନିର୍ବାଚିତ ହୋଇପାରି ନାହାନ୍ତି। ପଶ୍ଚିମବଙ୍ଗରେ ଟିଏମ୍‌ସି ଯେଉଁ ୨୩ ଏମ୍‌ପିଙ୍କୁ ଟିକେଟ ଦେଇଥିଲା, ସେମାନଙ୍କ ମଧ୍ୟରୁ ମାତ୍ର ୯ ଜଣ ନିଜ ଗଡ଼ରେ ସଫଳ ହୋଇଛନ୍ତି। ଭାଜପା ଆସାନସୋଲ ଆସନରେ ବାବୁଲ ସୁପ୍ରିୟୋଙ୍କୁ ଟିକେଟ ଦେଇଥିବାବେଳେ ସେ ବିଜୟୀ ହୋଇଛନ୍ତି। ଅନୁରୂପ ଭାବେ ରାଜସ୍ଥାନରେ ୧୬ ଏମ୍‌ପିଙ୍କୁ ଭାଜପା ଟିକେଟ ଦେଇଥିଲା, ଯେଉଁମାନେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ମହାରାଷ୍ଟ୍ରରେ ଭାଜପାର ୧୫ ଏମ୍‌ପିଙ୍କ ମଧ୍ୟରୁ ୧୪ ଜିତିଛନ୍ତି। ଶିବସେନାର ସମସ୍ତ ୧୫ ଏମ୍‌ପି ନିଜ ଆସନରେ ସଫଳ ହୋଇଛନ୍ତି। ପଞ୍ଜାବ କଥା ଦେଖିଲେ କଂଗ୍ରେସର ୩ ଏମ୍‌ପି ନିଜ ଆସନରେ ଜିତିଥିବାବେଳେ ଶିରୋମଣି ଅକାଳୀ ଦଳର ୨ ଏମ୍‌ପି ବିଜୟୀ ହୋଇଛନ୍ତି। ଲୋକ ସଭାରେ ଏଏପିରୁ ପ୍ରତିନିଧିତ୍ୱ କରୁଥିବା ଭଗବନ୍ତ ମାନ୍‌ ନିଜ ଆସନରେ ବିଜୟୀ ହୋଇଛନ୍ତି। ଓଡ଼ିଶାରେ ବିଜେଡିର ୪ ଏମ୍‌ପିଙ୍କୁ ଦଳ ଟିକେଟ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ଜିତିଛନ୍ତି। ସୁନ୍ଦରଗଡ଼ ଆସନର ଜୁଏଲ୍‌ ଓରାମ ଭାଜପା ଟିକେଟରେ ଲଢ଼ି ନିଜ ସ୍ଥିତି ବଜାୟ ରଖିଛନ୍ତି। ଶିଲଂର କଂଗ୍ରେସ ଏମ୍‌ପି ଭିନ୍‌ସେଣ୍ଟ ପାଲା ମଧ୍ୟ ନିଜ ଆସନରେ ସଫଳ ହୋଇଛନ୍ତି। ଗୋଆରେ ଭାଜପା ୨ ଏମ୍‌ପିଙ୍କୁ ଟିକେଟ ଦେଇଥିଲା। ଶ୍ରୀପଦ ୟାସୁ ନାଏକ ନର୍ଥ ଗୋଆ ଆସନରେ ଜିତିଥିବାବେଳେ ନରେନ୍ଦ୍ର କେଶବ ସାଓ୍ବିକର ସାଉଥ୍‌ ଗୋଆରେ ହାରି ଯାଇଛନ୍ତି। ଗୁଜରାଟରେ ଭାଜପାର ୧୬ ଏମ୍‌ପି ନିଜ ନିଜ ଆସନରେ ସଫଳତା ହାସଲ କରିଛନ୍ତି। ହରିୟାଣାର ୫ ଭାଜପା ଏମ୍‌ପି ନିଜ ଆସନରେ ଜିତିଥିବାବେଳେ ରୋହତକର କଂଗ୍ରେସ ଏମ୍‌ପି ଦୀପେନ୍ଦ୍ର ସିଂ ହୁଡାଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ହିମାଚଳ ପ୍ରଦେଶର ୪ ଭାଜପା ଏମ୍‌ପିଙ୍କ ମଧ୍ୟରୁ ୨ ଜଣ (ହମିରପୁର ଓ ମଣ୍ଡି) ଜିତିଛନ୍ତି। ଜମ୍ମୁରେ ଭାଜପା ପୁଣିଥରେ ଟିକେଟ ଦେଇଥିବା ଯୁଗଳ କିଶୋର ବିଜୟୀ ହୋଇଛନ୍ତି। ଅନନ୍ତନାଗ ଆସନର ଏମ୍‌ପି ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତିଙ୍କୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ନ୍ୟାଶନାଲ୍‌ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ଶ୍ରୀନଗର ଆସନରେ ପୁନର୍ବାର ବିଜୟୀ ହୋଇଛନ୍ତି। ଝାଡ଼ଖଣ୍ଡରେ ଭାଜପା ୮ ଏମ୍‌ପିଙ୍କୁ ଟିକେଟ ଦେଇଥିବାବେଳେ ୭ ବିଜୟୀ ହୋଇଛନ୍ତି। ୨ ଜେଏମ୍‌ଏମ୍‌ ଏମ୍‌ପିଙ୍କ ମଧ୍ୟରୁ ଜଣେ ଜିତିଛନ୍ତି। କର୍ନାଟକର ୮ ଭାଜପା ଏମ୍‌ପିଙ୍କ ମଧ୍ୟରୁ ୭ ଜିତିଛନ୍ତି। କଂଗ୍ରେସର ୭ ଏମ୍‌ପି ହାରିଯାଇଛନ୍ତି। ନାଗାଲାଣ୍ଡ, ମଣିପୁର, ସିକିମ, ଛତିଶଗଡ଼, ପୁଡୁଚେରୀ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କୌଣସି ସିଟିଙ୍ଗ୍‌ ଏମ୍‌ପି ନିର୍ବାଚନ ମଇଦାନକୁ ପୁନର୍ବାର ଓହ୍ଲାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

ହ୍ୟାକ ହୋଇପାରିବନି ଇଭିଏମ, କରାଯାଇ ପାରିବନି ଟ୍ୟାମ୍ପରିଂ, ସୁପ୍ରିମକାର୍ଟରେ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ଉତ୍ତର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ୨୪ଘଣ୍ଟାରୁ କମ ସମୟ ବାକି ଅଛି।...

‘ଦକ୍ଷିଣ ଭାରତରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ନୂଆଦିଲ୍ଲୀ,୧୮।୪: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଦଳ ତଥା ବିରୋଧୀ ଦଳ ପକ୍ଷରୁ ଅନେକ ଦାବି କରାଯାଉଛି। ଗୋଟିଏ ପଟେ ଏନଡିଏ ୪୦୦ଟି ସିଟ...

କଂଗ୍ରେସର ‘ରାହୁଲୟାନ’ ନା ଲଞ୍ଚ ହୋଇପାରିଲା ନା ଲ୍ୟାଣ୍ଡ କରିପାରିଲା: ରାଜନାଥ

ପନ୍ତନମଥିଟ୍ଟା,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଶଙ୍ଖନାଦ ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟ ଭୋଟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ହେବ। ସେପଟେ କେନ୍ଦ୍ର ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri