ଗୁରୁ-ଶିଷ୍ୟ ଲଢ଼େଇରେ ବାଜି ମାରିଲେ ଶିଷ୍ୟ: ଶଙ୍ଖକ୍ଷେତ୍ରରେ ଫୁଟିଲା ପଦ୍ମ

ପୁରୀ ଅଫିସ, ୨୪ା୫: ପୁରୀରେ ଭୁଶୁଡ଼ିଛି ମହେଶ୍ୱରଙ୍କ ଦୁର୍ଗ। ୧୯୯୫ ପରଠାରୁ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀକୁ ନିଜ ଅକ୍ତିଆରରେ ରଖିଥିବା ମହେଶ୍ୱର ମହାନ୍ତିଙ୍କୁ ଏଥର ମାତ୍‌ ଦେଇଛନ୍ତି ଭାଜପାର ଜୟନ୍ତ କୁମାର ଷଡ଼ଙ୍ଗୀ। ଗୁରୁ-ଶିଷ୍ୟଙ୍କ ଲଢେଇରେ ହାର୍‌ ମାନିଛନ୍ତି ଗୁରୁ। ପ୍ରଥମଥର ପାଇଁ ଶଙ୍ଖକ୍ଷେତ୍ରରେ ପଦ୍ମ ଫୁଟିଥିବା ବେଳେ ଭାଜପା ଶିବିରରେ ଉତ୍ସାହ ଖେଳିଯାଇଛି। ବହୁ ପରୀକ୍ଷା ନିରୀକ୍ଷା ପରେ ଶେଷ ମୁହୂର୍ତ୍ତରେ ଜୟନ୍ତଙ୍କୁ ନେଇ ଭାଗ୍ୟ ପରୀକ୍ଷା କରିଥିବା ଭାଜପା ତା’ ଲକ୍ଷ୍ୟରେ ସଫଳ ହୋଇଛି। ଜୟନ୍ତ ୪,୦୦୮ ଭୋଟରେ ମହେଶ୍ୱରଙ୍କୁ ପରାସ୍ତ କରି ପ୍ରଥମଥର ପାଇଁ ବିଧାୟକ ହେବାର ସୁଯୋଗ ପାଇଛନ୍ତି।
୧୯୯୫ରେ ଜନତା ଦଳ ଏବଂ ୨୦୦୦ରୁ ବିଜୁ ଜନତ ଦଳରୁ କ୍ରମାଗତ ବିଜୟୀ ହୋଇଆସୁଥିବା ମହେଶ୍ୱର ପୁରୀ ରାଜନୀତିରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଜଣେ ଅଭିଜ୍ଞ ରାଜନେତା ଭାବେ ପରିଚିତ ମହେଶ୍ୱରଙ୍କ ପାଇଁ ୨୦୧୯ ନିର୍ବାଚନ ଆରମ୍ଭରୁ ସହଜ ନ ଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ବେଳେ ଦଳରେ ଫାଟ ପଦାରେ ପଡିଥିଲା। ଦୁଇଗୋଷ୍ଠୀ ସମାନ୍ତରାଳ ଭାବେ ବିଜୁବାବୁଙ୍କ ଜୟନ୍ତୀରେ ସିଂହଦ୍ୱାରରେ ଦୀପଦାନ କରିଥିଲେ। ଦଳୀୟ କନ୍ଦଳକୁ ନେଇ ଜୟନ୍ତ ବିଜେଡି ଛାଡି ଭାଜପାରେ ମିଶିଥିଲେ। ଏହାପରେ ଭାଜପା ତାଙ୍କୁ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ତେବେ ଜୟନ୍ତ ବି ଦଳକୁ ନିରାଶ ନ କରି ଶ୍ରୀକ୍ଷେତ୍ର ମାଟିରେ ପଦ୍ମ ଫୁଟାଇଛନ୍ତି। ଭୋଟ ଗଣତି ଆରମ୍ଭରୁ ହିଁ ପୁରୀ ନିର୍ବାଚନମଣ୍ଡଳୀର ଫଳାଫଳ ରୋମାଞ୍ଚ ସୃଷ୍ଟି କରିଥିଲା। କେତେବେଳେ ମହେଶ୍ୱର ତ ପୁଣି କେତେବେଳେ ଜୟନ୍ତ ଆଗୁଆ ରହୁଥିଲେ। ପ୍ରଥମ ରାଉଣ୍ଡରୁ ସପ୍ତମ ରାଉଣ୍ଡ ଗଣତି ପର୍ଯ୍ୟନ୍ତ ମହେଶ୍ୱର ଆଗରେ ରହିଥିଲେ। ତେବେ ବ୍ୟବଧାନ ବହୁତ କମ୍‌ ରହିଥିଲା। ଅଷ୍ଟମ ରାଉଣ୍ଡରେ ମହେଶ୍ୱରଙ୍କୁ ପଛରେ ପକାଇଥିଲେ ଜୟନ୍ତ। ଏହାପରେ ଜୟନ୍ତ ପ୍ରାୟ ପ୍ରତି ରାଉଣ୍ଡରେ ଆଗୁଆ ରହିଥିଲେ। ଶେଷରେ ଜୟନ୍ତ ୭୬,୭୪୭ ଭୋଟ ପାଇଥିବା ବେଳେ ମହେଶ୍ୱର ୭୨,୭୩୯ ଭୋଟରେ ସୀମିତ ରହିଥିଲେ। ତୃତୀୟ ସ୍ଥାନରେ ଥିଲେ କଂଗ୍ରେସର ଇଂ. ଅରୋପ୍ରସାଦ ମିଶ୍ର। ସେ ୨,୯୩୪ ଭୋଟ ପାଇଥିଲେ। ଭୋଟ ହାରକୁ ଦେଖିଲେ ଭାଜପା ୪୯.୨୮ ପ୍ରତିଶତ, ବିଜେଡି ୪୬.୭୧ ଏବଂ କଂଗ୍ରେସକୁ ମାତ୍ର ୧.୮୮ ପ୍ରତିଶତ ଭୋଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମାନିଆଙ୍କ ପାଇଁ ଟ୍ରାଫିକ ପୋଲିସର କଡ଼ା ନିୟମ: ରେଡ୍‌ ସିଗ୍‌ନାଲ ଭାଙ୍ଗିଲେ ଗାଡି ସହ ସିଜ୍‌ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର,୧୯।୩: ରାଜଧାନୀରେ ଟ୍ରାଫିକ ସିଗନାଲ ଭାଙ୍ଗିଲେ ତଣ୍ଡ ଗଣିବେ ଗାଡି ଚାଳକ। ଏଥିସହିତ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବାର ବି ଭୟ ରହିଛି। ଟ୍ରାଫିକ ସିଗନାଲ...

ଓଡ଼ିଶାରେ କାହାକୁ ମିଳିବ ଲୋକ ସଭା ଟିକେଟ୍‌: ଦିଲ୍ଲୀରେ ଚାଲିଛି କସରତ

ନୂଆଦିଲ୍ଲୀ/ଭୁବନେଶ୍ୱର.୧୯।୩: ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଭାଜପା କୋର କମିଟି ବୈଠକ ଚାଲିଛି। ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକ ସଭା ପ୍ରାର୍ଥୀ ଚୟନ ପାଇଁ ଏହି...

ମୋ ଅଭିଧାନରେ ନାହିଁ ଶବ୍ଦ ବିଲୁପ୍ତ

ଜୀବନ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ନିତାନ୍ତ ଆବଶ୍ୟକ। ଏହାକୁ ଆଧାର କରି ସେ ବାସଗୃହ ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଥିଲେ।...

ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା: ତୃତୀୟ ସ୍ଥାନରେ ଓଡ଼ିଆ ଅଫିସର ମନ୍ଦାକିନୀ

ଭୁବନେଶ୍ୱର, ୧୯।୩ (ବନ୍ଦନା ସେଠୀ): ଚତୁର୍ଥ ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା ଉତ୍ତର ପ୍ରଦେଶର ଆମ୍ରୋହାଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ପ୍ରାୟ ୫ଶହ ପ୍ରତିଯୋଗୀ...

ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦେଇଛୁ: ବିଜେଡି

ଭୁବନେଶ୍ୱର,୧୯ା୩(ଅନିଲଦାସ):ଆଦିବାସୀ ସମ୍ପ୍ରଦାୟ ଓଡ଼ିଶା ରାଜ୍ୟ ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେମାନେ ଅନନ୍ୟ ସଂସ୍କୃତି, ଜୀବନଶୈଳୀର ପ୍ରତିନିଧିତ୍ୱ କରନ୍ତି। ଉଦ୍ଭିଦର ଔଷଧୀୟ ଦିଗ ସମେତ ଜଙ୍ଗଲ...

ଆଜି ଉମରକୋଟ ଗସ୍ତରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୩(ସୁନିତ୍‌ ମିଶ୍ର): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ନବରଙ୍ଗପୁର ଜିଲା ଉମରକୋଟକୁ ଦିନିକିଆ ଗସ୍ତରେ ଆସୁଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦...

ପ୍ରାର୍ଥୀ ଚୟନ ନେଇ ଆଗେଇଲେ ବିଜେଡି, ଭାଜପା

ଭୁବନେଶ୍ୱର, ୧୯।୩(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଦୁଇ ଦିନ ପରେ ବିଜେଡି ଶୀର୍ଷ ନେତୃତ୍ୱ ଲୋକ ସଭା ନିର୍ବାଚନମଣ୍ଡଳୀଓ୍ବାରି ସାଙ୍ଗଠନିକ...

କଳା କଲରାପତରିଆ ବାଘୁଣୀ ସହିତ ଯାଆଁଳା ଛୁଆ: କ୍ୟାମେରାରେ କଏଦ

ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ):ରାଜ୍ୟରେ ପୁଣି ଦେଖାଯାଇଛି କଳା କଲରାପତରିଆ ବାଘ। ଏଥର କିନ୍ତୁ ମା’ ସହ ଛୁଆକୁ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri