Posted inରାଜ୍ୟ

ଶଙ୍ଖନାଦରେ କମ୍ପିଲା ନୟାଗଡ଼ ଜିଲା

ନୟାଗଡ଼ ଅଫିସ,୨୪।୫: ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ୫ରୁ ଊର୍ଦ୍ଧ୍ୱ ଥର ନୟାଗଡ଼ ଗସ୍ତ, ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର, ଭାଜପାର ୧୨୦ ମିଶନ୍‌ ସବୁ କିଛି ଫିକା ପଡ଼ିଲା ନୟାଗଡ଼ ଜିଲାରେ। ଜିଲାର ୩ ନିର୍ବାଚନ ମଣ୍ଡଳୀକୁ ୩ ଥର ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାବାସୀଙ୍କ ମନ ଜିଣି ନେଇଥିଲେ। ଫଳସ୍ବରୂପ ଜିଲାବାସୀ ଶଙ୍ଖରେ ଭୋଟ ଦେଇ ବିଜେଡିର ପଲା ଭାରି କରିଦେଲେ। ଚଳିତ ନିର୍ବାଚନରେ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରୁ ସମସ୍ତ ୪ଟି ବିଜେଡି ଦଖଲରେ ରହିଛି। ଶଙ୍ଖନାଦରେ କମ୍ପିଛି ନୟାଗଡ଼ ଜିଲା। ବିଜେଡିର ଗଡ଼ ନୟାଗଡ଼ ତାର ସ୍ଥିତିକୁ ଅକ୍ଷୁର୍ଣ୍ଣ ରଖିବାରେ ସକ୍ଷମ ହୋଇଛି। ଭାରତୀୟ ଜନତା ପାର୍ଟି (ଭାଜପା)ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ତାର ସ୍ଥିତି ହରାଇଛି। ୪ ନିର୍ବାଚନମଣ୍ଡଳୀରେ କେଉଁଠାରେ ବି କଂଗ୍ରେସ ୧୦ ପ୍ରତିଶତ ଭୋଟ ହାସଲ କରି ପାରିନାହିଁ । ଜିଲାର ୪ ନିର୍ବାଚନମଣ୍ଡଳୀରୁ ଖଣ୍ଡପଡ଼ାରେ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ୮୧,୪୩୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ରଣପୁରରେ ସତ୍ୟ ନାରାୟଣ ପ୍ରଧାନ ସର୍ବନିମ୍ନ ୪୨୫୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ପ୍ରଥମଥର ପାଇଁ ବିଧାୟକ ହୋଇଛନ୍ତି ପ୍ରଶାସକରୁ ରାଜନେତା ସାଜିଥିବା ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା ଓ ଖଣ୍ଡପଡ଼ାରୁ ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ । ଆମ ପାଇଁ ବଡ଼ ଆମ ନୟାଗଡ଼ ସ୍ଲୋଗାନ୍‌ ଦେଇଥିବା ବିଧାୟକ ଡ. ଅରୁଣ କୁମାର ସାହୁ ନୟାଗଡ଼କୁ ନିଜ କବଜାରେ ରଖିବାରେ ସକ୍ଷମ ହୋଇଛନ୍ତି। ଭାଜପା ପ୍ରାର୍ଥୀ ଇରାନୀ ରାୟଙ୍କୁ ୧୪,୮୫୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଅରୁଣ ବିଧାୟକ ହୋଇଛନ୍ତି। ୨୦୦୯ରେ ରଣପୁରର ବିଧାୟକ ହୋଇଥିବା ସତ୍ୟନାରାୟଣ ପ୍ରଧାନ ୨୦୧୯ରେ ମଧ୍ୟ ତାଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ସୁରମା ପାଢୀଙ୍କୁୁ କଡ଼ା ଟକ୍କର ଦେଇ ୪୨୫୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ୨୦୦୯ ନିର୍ବାଚନରେ ସତ୍ୟନାରାୟଣ ୨୧,୬୦୧ ଖଣ୍ଡ ଭୋଟ ବ୍ୟବଧାନରେ ସୁରମାଙ୍କଠାରୁ ବିଜୟୀ ହୋଇଥିଲେ। ସେହିପରି ଖଣ୍ଡପଡ଼ାରେ ସୌମ୍ୟରଞ୍ଜନ ପଟ୍ଟନାୟକ ୮୧,୪୩୦ ଖଣ୍ଡ ଭୋଟରେ ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ସ୍ବାଧୀନ ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଦଶପଲ୍ଲାରେ ବିଜେଡିର ରମେଶ ଚନ୍ଦ୍ର ବେହେରା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ୩୫,୨୯୧ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ବିଜୟୀ ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଆଗାମୀ ଦିନରେ ନିଜ ନିର୍ବାଚନମଣ୍ଡଳୀର ଉନ୍ନତି କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri