ବିଦେଶୀ ମିଡିଆଙ୍କ ପ୍ରତିକ୍ରିୟା: ମୋଦି ହିନ୍ଦୁ ରାଷ୍ଟ୍ରବାଦ ରାଜନୀତିର ବ୍ରାଣ୍ଡ

ନୂଆଦିଲ୍ଲୀ,୨୪-୫: ସାଧାରଣ ନିର୍ବାଚନରେ ଏନ୍‌ଡିଏର ବିପୁଳ ବିଜୟ ପରେ ବିଦେଶୀ ମିଡିଆ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଆମେରିକାର ‘ଦ ନ୍ୟୁୟର୍କ ଟାଇମ୍ସ’ ଲେଖିଛି ଯେ, ମୋଦି ହିନ୍ଦୁ ରାଷ୍ଟ୍ରବାଦ ରାଜନୀତିର ବ୍ରାଣ୍ଡ ଭାବେ ଉଭା ହୋଇଛନ୍ତି। ଗତକିଛି ମାସ ପୂର୍ବେ ଭାରତର ପ୍ରଧାନମନ୍ତ୍ରୀ ଆର୍ଥିକ କ୍ଷେତ୍ରରେ ଯେଭଳି ସଂଘର୍ଷ କରୁଥିଲେ,ସେତେବେଳେ ବିଶ୍ଳେଷକମାନେ ଯେଉଁ ଫଳାଫଳ ଭାବିଥିଲେ ଏହି ବିଜୟ ତାହାଠାରୁ ଅଧିକ ପ୍ରଭାବଶାଳୀ ହୋଇଛି। ହିନ୍ଦୁ ରାଷ୍ଟ୍ରବାଦର ବ୍ରାଣ୍ଡ ହୋଇସାରିଥିବା ମୋଦି ସାରା ଦୁନିଆରେ ଭାରତର ଯେଉଁ ଛବି ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି, ତାହା ଦେଶର ୯୧ କୋଟି ମତଦାତାଙ୍କୁ ପ୍ରଭାବିତ କରିଛି। ଆର୍ଥିକ ଦୃଷ୍ଟିରୁ ଦେଖିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳକୁ ପ୍ରଭାବଶାଳୀ ବୋଲି ମନେକରାଯାଉଛି। ସେ ଟିକସ ବ୍ୟବସ୍ଥାକୁ ସରଳ କରିବା ସହ ଦୁର୍ନୀତି ଉପରେ ଲଗାମ ଲଗାଇଛନ୍ତି। ଏସିଆରେ ଭାରତର ଷ୍ଟକ୍‌ ମାର୍କେଟ ଏକ ସମ୍ଭାବନା ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆମେରିକା ସହ ବାଣିଜ୍ୟ ଯୁଦ୍ଧ କାରଣରୁ ଚାଇନାର ଷ୍ଟକ୍‌ ବଜାର କ୍ଷତି ସହିଚାଲିଛି।
ବ୍ରିଟିଶ ଖବରକାଗଜ ‘ ଦ ଗାର୍ଡିୟାନ’ ଲେଖିଛି ଯେ, ମୋଦିଙ୍କ ଭାଜପା ପୁଣିଥରେ କମାଲ କରିଛି। ଏକ୍‌ଜିଟ୍‌ ପୋଲ୍‌ରେ ପ୍ରକାଶିତ ଫଳାଫଳ ସତ ପରିଣତ ହୋଇଛି। ଭାଜପା ପୁଣିଥରେ କ୍ଷମତାକୁ ଫେରୁଛି। ସେମାନଙ୍କୁ ରୋକିବା ଲାଗି ସବୁପ୍ରକାର ଉଦ୍ୟମ ବିଫଳ ହୋଇଛି। କିନ୍ତୁ ଜନତା ଏହି ଶୀର୍ଷ ନେତା ଓ ତାଙ୍କ ପାର୍ଟି ପ୍ରତି ଭରସା ଦେଖାଇଛନ୍ତି।
ଅପରପକ୍ଷରେ ବିବିସି ଓ୍ବାଲର୍‌ଡ କହିଛି ଯେ, ଲୋକ ସଭା ନିର୍ବାଚନରେ ମୋଦିଙ୍କର ଐତିହାସିକ ବିଜୟ ହୋଇଛି। ଫଳାଫଳ ପ୍ରକାଶ ପାଇବା ଆରମ୍ଭ ହେବା ମାତ୍ରେ ଷ୍ଟକ୍‌ ମାର୍କେଟ ବୃଦ୍ଧିହୋଇଥିବା ଦେଖାଯାଇଛି। ଦେଶକୁ ବାଣ୍ଟିବା ଲାଗି ପ୍ରଧାନମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହେଉଥିବା ବେଳେ ଫଳାଫଳ ଦର୍ଶାଉଛି ଯେ, ତାଙ୍କ ବିରୋଧରେ ଧ୍ରୁବୀକରଣର ଛବି ତିଆରି ଉଦ୍ୟମକୁ ଲୋକେ ପସନ୍ଦ କରିନାହାନ୍ତି।
ସିଏନ୍‌ଏନ୍‌ ଲେଖିଛି ଯେ, ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ‘ସବ୍‌କା ସାଥ୍‌-ସବ୍‌କା ବିକାଶ’ ସ୍ଲୋଗାନ ଦେଇଥିଲେ। ଏଥିରେ ସେ ନିଜକୁ ଚୌକିଦାର କହିଛନ୍ତି। ଅର୍ଥାତ୍‌ ସେ ନିଜକୁ ଦେଶର ରକ୍ଷାକର୍ତ୍ତା ଭାବେ ଦର୍ଶାଇଛନ୍ତି। ଏହା ବିଶେଷଭାବେ ଏକ ସ୍ବତନ୍ତ୍ର ବାର୍ତ୍ତା କୁହାଯାଇପାରେ। ଅର୍ଥନୀତି ପାଇଁ ତାଙ୍କର କାମ ଯୋଗୁ ସାରା ବିଶ୍ୱ ତାଙ୍କୁ ଗମ୍ଭୀରତାର ସହ ନେଉଛି।
ଅପରପକ୍ଷରେ ପାକିସ୍ତାନ ଟିଭି ଚ୍ୟାନେଲ ଜିଓ ଟିଭି ନିଜର ଓ୍ବେବ୍‌ସାଇଟ୍‌ରେ ଲେଖିଛି ଯେ, ୩ ରାଜ୍ୟରେ ପରାଜୟ, ମୁଦ୍ରାସ୍ଫୀତି, ବେକାରି ଆଦି ସମସ୍ୟା ଯୋଗୁ ମୋଦି ଚାପରେ ଥିଲେ। ତେବେ ପୁଲଓ୍ବାମା ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଭାଜପାକୁ ଫାଇଦା ମିଳିଥିଲା। ଦଳ ଷ୍ଟାର୍‌ କାମ୍ପେନର ମୋଦିଙ୍କ କ୍ଷମତା ଓ ଦକ୍ଷତାର ଫାଇଦା ଉଠାଇଥିଲା। ପାକିସ୍ତାନର ଖବର କାଗଜ ଡନ୍‌ ପକ୍ଷରୁ ଲେଖାଯାଇଛି ଯେ, ମୋଦି ୨.୦ ଯୋଗୁ ଭାରତର ପାକିସ୍ତାନ ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଦୁଇ ଦେଶ ମଧ୍ୟରେ ଥିବା ଉତ୍ତେଜନା କମିବ ନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାନ୍ତି ପ୍ରସ୍ତାବକୁ ମୋଦି ଗୁରୁତ୍ୱ ଦେବେ କି, ଏହା ହିଁ ଏବେର ପ୍ରଶ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri