Posted inଜାତୀୟ

କେନ୍ଦ୍ରରେ ସରକାର ଗଢ଼ିବ ଭାଜପା: ନିଜ ଟୁଇଟର୍‌ ପୃଷ୍ଠାରୁ ‘ଚୌକିଦାର’ ଶବ୍ଦ ହଟାଇଲେ ମୋଦି

ନୂଆଦିଲ୍ଲୀ,୨୩।୫: ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିର୍ବାଚନ ରଣନୀତି ଯୋଗୁ ଭାଜପା ୩ଶହରୁ ଊର୍ଦ୍ଧ୍ୱ ଲୋକ ସଭା ଆସନରେ ବିଜୟୀ ହୋଇ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚୌକିଦାର ମନ୍ତବ୍ୟ ଓ ରାଫେଲ ଦୁର୍ନୀତି ଆଦି ସ୍ଲୋଗାନ ବିଫଳ ହୋଇଥିବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ବାରାଣସୀରୁ ମୋଦି ବିଜୟୀ ହୋଇଥିବା ବେଳେ ଗୁଜରାଟ ଗାନ୍ଧୀନଗର ଆସନରୁ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ଶାହ। ଏହା ପରେ ମୋଦି ଭାରତର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ ଟୁଇଟର ଆକାଉଣ୍ଟରୁ ‘ଚୌକିଦାର’ ଶବ୍ଦ ହଟାଇଛନ୍ତି। ରାହୁଲଙ୍କ ‘ଚୌକିଦାର ଚୋର ହେ’ ଆକ୍ଷେପ ପରେ ମୋଦି ତାଙ୍କ ନାମ ପୂର୍ବରୁ ଚୌକିଦାର ଶବ୍ଦ ଯୋଡ଼ିଥିଲେ। ଧିରେ ଧିରେ ଏହା ଟ୍ରେଣ୍ଡ ପାଲଟିବା ସହ ଜଣଙ୍କ ପରେ ଜଣେ ଭାଜପା କର୍ମୀ ଓ ସମର୍ଥକ ମଧ୍ୟ ଏଭଳି କରିବା ଦେଖାଯାଇଥିଲା। ଏବେ ମୋଦି ଜିତିବା ପରେ ନିଜ ନାମ ଆଗରୁ ଏହି ଟ୍ୟାଗ୍‌କୁ ହଟାଇଛନ୍ତି। ସମସ୍ତେ ମିଳିତ ହୋଇ ଦେଶର ଅଗ୍ରଗତି ନିମନ୍ତେ କାମ କରିବାକୁ ସେ ଅନୁରୋଧ କରିଛନ୍ତି। ଏଥି ସହ ସମସ୍ତ ଭାଜପା କର୍ମୀ ଓ ସମର୍ଥକଙ୍କୁ ମଧ୍ୟ ସମାନ ଭାବେ ଏହି ଟ୍ୟାଗ୍‌କୁ ହଟାଇବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri