ରାବଣ ବଧ ପରେ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ

ଖଣ୍ଡପଡ଼ା,୨୩ା୫ (ସ୍ବ.ପ୍ର.): କଣ୍ଟିଲୋ କଂସାରୀସାହି ପାଟଣାର ଶ୍ରୀ ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସମିତି ପକ୍ଷରୁ ଚାଲିଥିବା ରାମଲୀଳା ନାଟକର ମଙ୍ଗଳବାର ଥିଲା ଅନ୍ତିମ ଦିବସ। ସୀତା ଠାକୁରାଣୀଙ୍କୁ ଉଦ୍ଧାର କରିବା ଲକ୍ଷ୍ୟରେ ଶ୍ରୀରାମ, ଲକ୍ଷ୍ମଣ, ହନୁମାନ ବାନର ସେନା ସହ ଲଙ୍କାକୁ ଯୁଦ୍ଧଯାତ୍ରା କରିଥିଲେ। ରାବଣଙ୍କ ବଂଶଧରଙ୍କ ମୃତ୍ୟୁ ସହଜ ନୁହେଁ ବୋଲି ରାମ ଲକ୍ଷ୍ମଣ ଜାଣିପାରିଥିଲେ। ତେଣୁ ରାବଣଙ୍କ ଭାଇ ଗୃହ ଭେଦୀ ବିଭୀଷଣଙ୍କ ନିକଟରୁ ମୃତ୍ୟୁର ଉପାୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ରାବଣ ବଂଶର ବହୁ ଅସୁରଙ୍କୁ ନିପାତ କରିଥିଲେ। ଉଦ୍‌ଯାପନୀ ରାତିରେ ଲକ୍ଷ୍ମଣଙ୍କ ଦ୍ୱାରା ବଧ ହୋଇଥିବା ଇନ୍ଦ୍ରଜିତର ମୃତ୍ୟୁ ସମ୍ପର୍କରେ ରାବଣଙ୍କଠାରୁ ଜାଣିବା ପରେ ଇନ୍ଦ୍ରଜିତଙ୍କ ପୁଅ ମହୀରାବଣ ରାମ ଓ ଲକ୍ଷ୍ମଣଙ୍କୁ କଳେବଳେ କୌଶଳେ ବଧ କରିବାକୁ ସଂକଳ୍ପ କରିଥିଲେ। ମହୀରାବଣ ମାୟା ବଳରେ ନିଜକୁ ଅଦୃଶ୍ୟ କରାଇ ସୁବଳୟା ପର୍ବତରେ ଅବସ୍ଥାନ କରିଥିବା ହନୁମାନଙ୍କ ଅଷ୍ଟସେନାରେ ସାମିଲ ହୋଇଥିଲେ। ଏହା ପରେ ଅଷ୍ଟସେନା ସମେତ ରାମ ଲକ୍ଷ୍ମଣଙ୍କୁ ନିଦ୍ରାରେ ମୋହିତ କରାଇ ଦୁଇଭାଇଙ୍କୁ ସେଠାରୁ ଚୋରାଇ ଆଣି ପାତାଳପୁରୀର ଗୁମ୍ଫାରେ ନରବଳି ଦେବା ପାଇଁ ରଖିଥିଲେ ା ତେବେ ସୀତାଙ୍କ ଅଶ୍ରୁରୁ ତାରା, ତାରିଣୀ ୨ଜଣ ଦେବୀ ସୃଷ୍ଟି ହୋଇ ରାମ,ଲକ୍ଷ୍ମଣଙ୍କୁ ସୁରକ୍ଷା ଦେଇଥିଲେ। ଦେବୀଙ୍କ ପାଖରେ ରାମ,ଲକ୍ଷ୍ମଣଙ୍କୁ ନରବଳି ଦେବାକୁ ଉଦ୍ୟତ ହେଉଥିବା ବେଳେ ମାୟାବୀ ମହୀରାବଣଙ୍କୁ ୨ଭାଇ ବଧ କରିଥିଲେ ା ପରେ ରାବଣକୁ ବଧ କରି ଅଶୋକ ବାଟିକାରୁ ସୀତାଙ୍କୁ ଉଦ୍ଧାର କରିଥିଲେ ା ବିଭୀଷଣଙ୍କୁ ଲଙ୍କାରେ ରାଜା କରାଇ ପନତ୍ୀ ଓ ଭାଇଙ୍କ ସହ ରାମଚନ୍ଦ୍ର ଅଯୋଧ୍ୟାକୁ ଫେରି ଆସିଥିଲେ ା ସେଠାରେ ରାମଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଥିଲା। ପ୍ରଭୁ ଶ୍ରୀରାମ, ପନତ୍ୀ ସୀତା, ଅନୁଜ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ହନୁମାନ, ବିଭୀଷଣ ସହିତ ଅଭିଷେକ ବେଶରେ ସଜ୍ଜିତ ହୋଇଥିଲେ। ଅନ୍ତିମ ରାତିରେ ଆଳତି, ହୋମ ପୂର୍ବରୁ ବିଧି ପୂର୍ବକ ରନତ୍ବେଦୀରେ ସିଂହାସନ ସ୍ଥାପନ କରାଯାଇ ଅଭିଷେକ କରାଯାଇଥିଲା। ଏହି ରାମଲୀଳା ନାଟକ ଉପଭୋଗ କରିବାକୁ ହଜାର ହଜାର ଦର୍ଶକ ସମାଗମ ହୋଇଥିଲେ। ନିରଞ୍ଜନ ମିଶ୍ର, ରମାକାନ୍ତ ସାହୁ ମଞ୍ଚ ଓ ନାଟ୍ୟ ପରିଚାଳନା କରିଥିଲେ। ଉତ୍ତମ ଅଭିନୟ ପ୍ରଦର୍ଶନ ପାଇଁ ଦୀପୁ ରଞ୍ଜନ ସାହୁ, ତାପସ ସାହୁ, ବିଭୂତି ସାହୁ ଓ ଶିଶୁ କଳାକାର ରାଜା ପ୍ରମୁଖଙ୍କୁ ସ୍ଥାନୀୟ ନୀଳମାଧବ ଅଳଙ୍କାର ଭଣ୍ଡାର ପକ୍ଷରୁ ଲକ୍ଷ୍ମୀଧର ଚିନରା ପୁରସ୍କାର ପ୍ରଦାନ କରିଥିଲେ।


All Right Reserved By

ବିଧାନସଭା ଷ୍ଟାଣ୍ଡିଂ କମିଟି ସଭ୍ୟ ହେଲେ ବିଧାୟିକା

ବରୀ,୪ା୭(ସ୍ବ.ପ୍ର.)- ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ ବୁଧବାର ବିଧାନସଭା ଷ୍ଟାଣ୍ଡିଂ କମିଟି ଦାୟିତ୍ୱ ମିଳିଛି। ଏ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ...

ସାପକାମୁଡାରେ ବୃଦ୍ଧଙ୍କ ଜୀବନଗଲା

ରାଜନଗର,୧୯।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବ୍ରାହ୍ମଣୀ ପଞ୍ଚାୟତ ଓଲସାହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସାପକାମୁଡାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଫକୀର...

ବର୍ଷା ଆସିଲେ ଡରୁଛନ୍ତି ୧ ନମ୍ବର ୱାର୍ଡ଼ବାସୀ

ନୟାଗଡ଼ ଅଫିସ,୧୬।୭- ବର୍ଷା ଆସିଲେ ଡରୁଛନ୍ତି ନୟାଗଡ଼ ୧ ନମ୍ବର ଓ୍ବାର୍ଡବାସୀ। ସୋମବାର ଅପରାହ୍ନରେ ଦୁଇଘଣ୍ଟା ବର୍ଷାରେ ପୁଣି କଲବଲ ହୋଇଛନ୍ତି ସେମାନେ। ପାଣି ନିଷ୍କାସନର...

ମାଫିଆଙ୍କ କବ୍‌ଜାରେ ନଦୀବନ୍ଧ: ଚାଲିଛି ବେଆଇନ ବାଲି ଓ ମାଟି ଉଠାଣ

ବିଞ୍ଝାରପୁର, ୨ା୬(ଡି.ଏନ.ଏ)- ସରକାର ନଦୀବନ୍ଧ ଉନ୍ନତିକରଣରେ ବହୁ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ବିିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ନଦୀବନ୍ଧରୁ ବେଆଇନଭାବେ ମାଟି ଓ ବାଲି...

ମହାନଦୀରେ ବୁଡି ଯାଉଥିଲେ ଝିଅ,ଉଦ୍ଧାର କରିବାକୁ ଯାଇ ବାପା ମୃତ

ଖଣ୍ଡପଡା,୧୬ା୬(ସ୍ବ.ପ୍ର.)-ମହାନଦୀରେ ଗାଧୋଉଥିବାବେଳେ ଝିଅ ବୁଡି ଯାଉଥିବା ଦେଖି ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡିଥିଲେ ବାପା। ହେଲେ ଝିଅ କୂଳକୁ ଫେରି ଆସିଥିବାବେଳେ ପାଣିରେ...

ଦାଦାବଟି ମାଗି ଅଭିଯୁକ୍ତ ଗିରଫ: ୩୫ ହଜାର ଟଙ୍କା ସହ ମୋବାଇଲ, ଗାଡ଼ି ଜବତ

ପଟ୍ଟାମୁଣ୍ଡାଇ, ୩।୭(ସ୍ବ.ପ୍ର): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରର କପଡ଼ା ବ୍ୟବସାୟୀ ଉମେଶ ଚନ୍ଦ୍ର ସାହୁଙ୍କୁ ଫୋନରେ ଦାଦା ବଟି ମାଗିବା ସହ ଧମକ ଦେବା ଅଭିଯୋଗରେ...

ଜଗତ୍‌ସିଂହପୁରରେ ରାଜଶ୍ରୀ ଆଗରେ

ଜଗତ୍‌ସିଂହପୁର ଅଫିସ,୨୩ା୫: ଜଗତ୍‌ସିଂହପୁର ଏମ୍‌ପି ପ୍ରାର୍ଥୀ ଡା. ରାଜଶ୍ରୀ ମଲ୍ଲିକ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗଣତି ସୁଦ୍ଧା ୬୬୫୯ ଭୋଟ୍‌ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

ସୁରକ୍ଷା କର୍ମୀ ନାହାନ୍ତି: ଏଟିଏମ୍‌ ପାଲଟିଛି ମାନସିକ ଦିବ୍ୟାଙ୍ଗଙ୍କ ଆଶ୍ରୟ

ନିରାକାରପୁର,୬ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ୭ଟିି ଏଟିଏମ୍‌ କେନ୍ଦ୍ର ରହିଛି । ସେଥିରୁ ମାତ୍ର ଗୋଟିଏ ଏଟିଏମ୍‌ରେ ସୁରକ୍ଷା କର୍ମୀ ଥିବାବେଳେ ଆଉ ୬ଟିରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *