୪୨ ବର୍ଷରେ ବଇଣ୍ଡା ଚନ୍ଦନଯାତ୍ରା

( ପରିକ୍ଷିତ ସାହୁ )
ବଇଣ୍ଡା,୨୩।୫: ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାରଠାରୁ ଏହି ଯାତ୍ରା ଆରମ୍ଭ ହୋଇ ୪ଦିନ ଧରି ଚାଲିବ। ସେହିପରି ୩ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସ୍ଥିର ହୋଇଛି। ଚଳିତ ବର୍ଷ ଏହି ଯାତ୍ରା ୪୨ ବର୍ଷରେ ପଦାର୍ପଣ କରିଛି l ପୂର୍ବରୁ ଖୁବ୍‌କମ ବଜେଟରେ ଯାତ୍ରା କରାଯାଉଥିବାବେଳେ ଚଳିତ ବର୍ଷ ୪ ଲକ୍ଷ ଟଙ୍କା ବ୍ୟୟ କରିବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଯାତ୍ରାକୁ ଧୁମ୍‌ଧାମରେ ପାଳନ କରାଯିବା ନେଇ ଗୁରୁତ୍ୱ ଦିଆଯାଇଛି।
ବଇଣ୍ଡା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଦେବଗଡ଼ ଜିଲା ଆଉଁଳୀ ନଈ କୂଳର ଅଖ୍ୟାତ ଗ୍ରାମରୁ ବୈଷ୍ଣବ ଧର୍ମର ସାଧକ ପିଚୁଣ୍ଡୁବାବା ନୁନୁକାପଶି ପଞ୍ଚାୟତର ଆନନ୍ଦମୁଣ୍ଡା ଗ୍ରାମରେ ମଠ କରି ରହୁଥିଲେ। ପରେ ବାବା ବଇଣ୍ଡା, ଆନନ୍ଦମୁଣ୍ଡା, କଦଳୀମୁଣ୍ଡା ଗ୍ରାମବାସୀଙ୍କୁ ଏକାଠି କରି ଚନ୍ଦନ ଯାତ୍ରା ଆରମ୍ଭ କରିଥିଲେ। ମାତ୍ର ପରେ ଆନନ୍ଦମୁଣ୍ଡା ଓ କଦଳୀମୁଣ୍ଡା ଗ୍ରାମବାସୀ ଏହି ଯାତ୍ରାରୁ ଓହରି ଯାଇଥିଲେ। କେବଳ ବଇଣ୍ଡା ଗ୍ରାମବାସୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିଛନ୍ତି। ବାବାଙ୍କ ପରାମର୍ଶକ୍ରମେ ଗ୍ରାମବାସୀ ଏକତ୍ରିତ ହୋଇ ପାପସରା ଗ୍ରାମରୁ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାକୁ ଆଣିବାପରେ ବାବା ରଖିଥିବା ପ୍ରଭୁ ରାଧାକୃଷ୍ଣଙ୍କ ପ୍ରତିମାକୁ ନେଇ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ବର୍ଷ ପାପସରା ଗ୍ରାମରୁ ପ୍ରଭୁ ରାଧାକୃଷ୍ଣଙ୍କୁ ଆଣି ଯାତ୍ରା କରାଯାଉଥିବା ଯୋଗୁ ସମସ୍ୟା ସୃଷ୍ଟି ହେବାରୁ ଗ୍ରାମବାସୀ ୧୯୮୯ରେ ପୁରୀରୁ ଚଳନ୍ତି ପ୍ରତିମା ଆଣି ବଇଣ୍ଡାଠାରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା କରିଥିଲେ। ସେବେଠାରୁ ପୂଜାର୍ଚ୍ଚନା କରାଯାଇ ପ୍ରଭୁଙ୍କ ଯାତ୍ରା କରାଯାଉଛି। ତେବେ ୪୨ ବର୍ଷ ତଳେ ଉକ୍ତ ଯାତ୍ରାରେ ଯେତିକି ଜନସାଧାରଣଙ୍କ ସମାଗମ ହେଉଥିଲା ଏବେ ତାହା ବୃଦ୍ଧି ପାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଯାତ୍ରାର ବିଶେଷ ଆକର୍ଷଣ ହୋଇଥିବାବେଳେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଯାତ୍ରା ଦେଖିବା ପାଇଁ ଭିଡ଼ ଜମାଇଥାନ୍ତି। ଏଥିସହିତ ଛୋଟଛୋଟ ପିଲାଙ୍କୁ ନେଇ ଚଳିତ ବର୍ଷ ଏକ ନୂତନ ଭାବରେ ଶିଶୁ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଯାତ୍ରାରେ ବଇଣ୍ଡାର ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି।
ଏ ନେଇ ବଇଣ୍ଡା ଗ୍ରାମର ସଭାପତି ଚିନ୍ତାମଣି ପ୍ରଧାନ, ବରିଷ୍ଠ ନାଗରିକ ଭଗବାନ ଘିଓ୍ବାଲା, ଯାତ୍ରା କମିଟିର ସଦସ୍ୟ ପ୍ରତାପ ପ୍ରଧାନ, ରମାକାନ୍ତ ବେହେରା କହିଛନ୍ତି, ଚନ୍ଦନ ଯାତ୍ରା ପାଇଁ ବଇଣ୍ଡା ଜିଲାର ବିଭିନ୍ନ ଅଞ୍ଚଳରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। କିଭଳି ଶାନ୍ତିଶୃଙ୍ଖଳାର ସହ ଯାତ୍ରା ପାଳନ ହେବ ସେଥିପାଇଁ ଗ୍ରାମବାସୀ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ୪ ଦିନ ଧରି ଏହି ଯାତ୍ରା ପାଳିତ ହେବ। ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ୪ ଲକ୍ଷ ଟଙ୍କାର ଅଟକଳ କରାଯାଇଛି। ଅନ୍ୟପକ୍ଷରେ ବଇଣ୍ଡା ଚନ୍ଦନ ଯାତ୍ରା ପାଇଁ ମଙ୍ଗଳବାର ବଇଣ୍ଡା ଫାଣ୍ଡି ପରିସରରେ ବଇଣ୍ଡା ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫାଣ୍ଡି ଅଧିକାରୀ ଆର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଠମଲ୍ଲିକ ଏସ୍‌ଡିପିଓ ଏସକେ. କରିମ, ହଣ୍ଡପା ଥାନା ଅଧିକାରୀ ଲବ ବୋଡ଼ା, ଏଏସ୍‌ଆଇ ପିକେ ଆଇଚ, ବଇଣ୍ଡା ଗ୍ରାମ ସଭାପତି ଚିନ୍ତାମଣି ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ପ୍ରଧାନ, ଆଇନଜୀବୀ ପ୍ରତାପ ପ୍ରଧାନ, ପରିକ୍ଷିତ ସାହୁ, ଲଚ୍ଛମନ ଦାସ ପ୍ରମୁଖ ଯୋଗ ଦେଇ ଶାନ୍ତିଶୃଙ୍ଖଳାରେ ଯାତ୍ରା ପାଳନ ଉପରେ ଗୁରୁତ୍ୱ ଦେଇଥିଲେ। ରାତି ୧୦ଟା ପରେ ୫୫ ନଂ. ଜାତୀୟ ରାଜପଥ ବାଇପାସରେ ଗାଡ଼ି ଛଡ଼ାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ଜନସାଧାରଣଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବାକୁ ବ୍ୟବସ୍ଥା ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା।


All Right Reserved By

ସାତକୋଶିଆରେ ଚଢ଼ାଉ : ଶିକାରୀ ଗିରଫ

ବନ୍ତଳା, ୧ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ ବିଭାଗ ଚଢ଼ାଉ କରି ଶିକାର ପାଇଁ ପ୍ରସ୍ତୁତ ହେଉଥିବା କଟକ ନରସିଂହପୁର ଥାନା ଯାନିସାହି ଗ୍ରାମର...

ମହେଶ ସାହୁ ୧୦୩୦୩ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୧୦ମ ରାଉଣ୍ଡ ଭୋଟ ଗଣତି ଫଳାଫଳ ସ୍ପଷ୍ଟ ହୋଇଛି। ଅପରାହ୍ନ ୨ଟା ସୁଦ୍ଧା ୪ ଲକ୍ଷ ୫୧...

ପାଲଲହଡ଼ାରେ ମୁକେଶ ୬୪୦୨ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୪୦୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ୧୩ତମ ରାଉଣ୍ଡରେ...

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଅନୁଗୋଳ ଅଫିସ, ୧୯।୬- ଅନୁଗୋଳ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସ କୋର୍ଟ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି...

୬ଷ୍ଠ ରାଉଣ୍ଡରେ ରମେଶ ଚନ୍ଦ୍ର ସାଏ ଆଗରେ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୬ଷ୍ଠ ରାଉଣ୍ଡରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ୧୨୮୨୧ଖଣ୍ଡ ଭୋଟ ପାଇଥିବା...

୧୨୦ ଟଙ୍କାରେ କରିଥିଲି ଦୋକାନ

ଆର୍ଥିକ ଦୁରବସ୍ଥା ଯୋଗୁ ଅଧାରୁ ଛାଡ଼ିବାକୁ ପଡ଼ିଲା ପାଠ। ପରିବାରକୁ ସହଯୋଗ କରିବାକୁ ପାନ ଦୋକାନଟିଏ କଲି। ପାଖରେ ଥିଲା ୭୦ ଟଙ୍କା। ବାପା ଆଉ...

ଜରପଡା ପିଆଜ ସଂରକ୍ଷଣ କେନ୍ଦ୍ର; ନିର୍ମାଣ ସତ୍ତ୍ୱେ କାର୍ଯ୍ୟକ୍ଷମ ହେଉନି

ଛେଣ୍ଡିପଦା,୧୦ା୬(ଡି.ଏନ.ଏ.) ପିଆଜ ସଂରକ୍ଷଣ ଓ ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ୍‌ ଦୂରେଇ ରଖିବା ଲକ୍ଷ୍ୟରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ହାଟପଦାଠାରେ ନିର୍ମାଣ ହୋଇଛି ଏକ...

ହିନ୍ଦୋଳରେ ସୀମାରାଣୀ ୩୩୮୨ ଭୋଟରେ ଆଗୁଆ

ହିନ୍ଦୋଳ, ୨୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ୧୨ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ତଥା ବିଧାୟିକା ସୀମାରାଣୀ ନାୟକ ୨୮,୧୭୨ ଖଣ୍ଡ ଭୋଟ ପାଇ ଆଗୁଆ ହୋଇଛନ୍ତି।...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *